ତ୍ଵଚାକୁ ସୁସ୍ଥ ଓ ସୁନ୍ଦର କରି ରଖିବାକୁ ଚାହୁଁଥିଲେ, ନିଜ ଖାଦ୍ୟରେ କେଉଁ ସବୁ ଖାଦ୍ୟ ଆଡ୍ କରିବାକୁ ପଡିବ, Dietician Niharika Dash

ବ୍ୟସ୍ତ ବହୁଳ ଜୀବନଶୈଳୀ, ଅସ୍ଵାସ୍ଥକର ଖାଦ୍ୟପେୟ ତଥା ଶୋଇବାରେ ଅନିୟମିତା ଯୋଗୁ ତ୍ଵଚା ଜନିତ ଅନେକ ପ୍ରକାର ସମସ୍ଯା ଦେଖିବାକୁ ମିଳୁଛି। ତେବେ ତ୍ଵଚାକୁ ସୁସ୍ଥ ଓ ଚମକଦାର ରଖିବା ପାଇଁ କେଉଁ ସବୁ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିବ । ତେବେ ଏଭଳି କିଛି କଥା ଉପରେ ଡାଏଟିସିଆନ ନିହାରିକା ନିଜର ଟିପ୍ସ ଦେଇଛନ୍ତି । ତେବେ ଆଉ ବିଳମ୍ବ ନକରି ସେହି ସବୁ କଥା ଉପରେ ଆଲୋଚନା କରିବା । ତେବେ ସ୍କିନକୁ ସୁସ୍ଥ ତଥା ସୁନ୍ଦର ରଖିବା ପାଇଁ ହେଲେ ସୁସ୍ଥ ଡ଼ାଏଟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ।
ପୁଅ ହେଉ କିମ୍ବା ଝିଅ ସେମାନଙ୍କର ଗ୍ରୋଇଙ୍ଗ ସ୍ଟେଜରେ ଶରୀରରେ ବିଭିନ୍ନ ପ୍ରକାର ହର୍ମୋନାଲ ଇମବାଲାନ୍ସ ପାଇଁ ତାଙ୍କ ଚେହେରାରେ ଅନେକ ସ୍କିନ ସମସ୍ଯା ଦେଖାଯାଇଥାଏ । ଭିଟାମିନ-ସି ଓ ଭିଟାମିନ-ଇ ଆଧାରରେ ଯେଉଁ ସବୁ ଖାଦ୍ଯ ରହୁଛି । ତାହାକୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ପଡିବ । ସ୍କିନ ସୁସ୍ଥ ଓ ଚମକଦାର କରିବା ପାଇଁ ଖାଦ୍ୟ ସହିତ ଅନ୍ୟ କିଛି କଥା ଉପରେ ମଧ୍ୟ ଧ୍ୟାନ ଦେବା ଏପାଇଁ ପଡିଥାଏ । ଯେପରି ରାତିରେ 6 ରୁ 7 ଘଣ୍ଟା ନିହାତି ଭାବରେ ଶୋଇବା ଉଚିତ ।
ନିଜକୁ ଯଥା ସମ୍ଭବ ଚିନ୍ତାରୁ ମୁକ୍ତି ତଥା ସ୍ଟ୍ରେସଲେସ୍ କରି ରଖିବାକୁ ପଡିବ । ବ୍ୟାୟାମ ତଥା ଶାରୀରିକ କାର୍ଯ୍ୟ ମଧ୍ୟ କିଛି କିଛି କରିବାକୁ ପଡିବ । ଯାହା ଦ୍ଵାରା ଶରୀରରୁ ଝାଳ ବାହାରିବା ଦ୍ଵାରା ସ୍କିନର ଗ୍ଲୋନେସ ବଢିଥାଏ । ଶରୀରର ଦରକାର ମୁତାବକ ଦିନକୁ ପ୍ରଚୁର ପାଣି ପିଇବାକୁ ମଧ୍ୟ ପଡିବ । ଯାହା ଦ୍ଵାରା ସ୍କିନ ସବୁବେଳେ ହାଇଡ୍ରେଟ ହୋଇକି ରହିବ । ସ୍କିନ ଅତ୍ୟଧିକ ଶୁସ୍ଖ ମଧ୍ୟ ହେବ ନାହିଁ ।
ବାହାରର ଜଙ୍କଫୁଡ ଓ ସୁଗାରି ଆଇଟମକୁ ଅଧିକ ଖାଇବା ମଧ୍ୟ ଉଚିତ ନୁହେଁ । ଏହା ଛଡା ଚେହେରାରେ ଅନାବଶ୍ୟକ ବିଭିନ୍ନ ପ୍ରକାର କେମିକାଳ ପ୍ରଡକ୍ଟ ମଧ୍ୟ ପ୍ରୟୋଗ କରିବା ଅନୁଚିତ । କାରଣ ମାର୍କେଟରୁ ମିଳୁଥିବା କେମିକାଲ ଜିନିଷ ଚେହେରାରେ ବହୁଳ ମାତ୍ରାରେ ବ୍ୟବହାର କରିବା ସ୍କିନ ପାଇଁ ସୁସ୍ଥକର ହୋଇନଥାଏ ।
ତେଣୁ ନିଜର ସ୍କିନକୁ ହେଲଦି ଓ ସୁନ୍ଦର କରିବା ପାଇଁ ଚାହୁଁଥିଲେ । ନିଜର ଏକ ସୁଷମ ତଥା ସନ୍ତୁଳିଟ ଖାଦ୍ୟ ଖାଇବା ପାଇଁ ଠିକ ସମୟରେ ଚେଷ୍ଟା କରନ୍ତୁ । ଏଥିସହ ପ୍ରଚୁର ମାତ୍ରାରେ ପାଣି ମଧ୍ୟ ପିଅନ୍ତୁ । ମେକପ ହୋଇଥିବା ଚେହେରାକୁ ଭଲ ଭାବରେ ଧୋଇ କରି ଶୋଇବା ମଧ୍ୟ ଉଚିତ ।
ଯାହା ଦ୍ଵାରା ଏହି ଉପୋରୋକ୍ତ ନିୟମ ଗୁଡିକର ପାଳନ କରିବା ଦ୍ଵାରା ସୁନ୍ଦର ଓ ସୁସ୍ଥ ଚେହେରା ପାଇପାରିବା ।