ବ୍ୟବସାୟ

ଟାଟା ଗ୍ରୁପ୍ ଅଧ୍ୟକ୍ଷ ଚନ୍ଦ୍ରଶେଖରନଙ୍କ ଦରମା କେତେ ? – Utkal Mail


ମୁମ୍ବାଇ : ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପାରିଶ୍ରମିକ ବାବଦରେ ୧୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି, ଏଥିରେ ଲାଭ ଉପରେ କମିସନ ବାବଦରେ ୧୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି  ଓ ତାଙ୍କର ବେସିକ୍ ସାଲାରି ୫.୫୬ କୋଟି ଟଙ୍କା ରହିଛି । ୬୦ ବର୍ଷୀୟ ଚନ୍ଦ୍ରଶେଖରନଙ୍କୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୯ କୋଟି ଟଙ୍କା ପାରିଶ୍ରମିକ ଦିଆଯାଇଥିଲା।

ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନ୍ସର ବାର୍ଷିକ ରିପୋର୍ଟ ଅନୁଯାୟୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌରଭ ଅଗ୍ରୱାଲଙ୍କୁ ୨୨ କୋଟି ଟଙ୍କା କମିସନ ସମେତ ୨୭.୮୨ କୋଟି ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇଥିଲା। ଟାଟା ଗ୍ରୁପର ଅନ୍ୟ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକମାନଙ୍କୁ ଏହି ବର୍ଷ ୨.୯ କୋଟି ଟଙ୍କାର ପାରିଶ୍ରମିକ ଦିଆଯାଇଛି । ପିରାମଲ୍ ଗ୍ରୁପର ମାଲିକ ଅଜୟ ପିରାମଲ୍ ଟାଟା ଗ୍ରୁପର ଅଣ-କାର୍ଯ୍ୟକାରୀ ସ୍ବାଧୀନ ନିର୍ଦ୍ଦେଶକ ଅଛନ୍ତି । ସେ ମଧ୍ୟ ୨.୮ କୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି । ତେବେ ଟିଭିଏସ ଗ୍ରୁପ ମୁଖ୍ୟ ବେଣୁ ଶ୍ରୀନିବାସନ ଗତ ୨୦୧୬ରୁ ଟାଟା ଗ୍ରୁପର ଜଣେ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିଲେ ବି ସେ କୌଣସି ବାର୍ଷିକ ପାଉଣା ନିଅନ୍ତି ନାହିଁ ।

ସୂଚନାଯୋଗ୍ୟ ଯେ ଟାଟା ସନ୍ସ ହେଉଛି ଟାଟା ଗ୍ରୁପ ଅଧିନସ୍ଥ ୧୦୦ରୁ ଅଧିକ କମ୍ପାନିର ହୋଲଡିଂ କମ୍ପାନି । ଚନ୍ଦ୍ରଶେଖରନ୍ ୨୦୧୬ରେ ଟାଟା ସନ୍ସ ବୋର୍ଡରେ ଯୋଗ ଦେଇଥିଲେ ଓ ୨୦୧୭ରେ ତାଙ୍କୁ ଅଧ୍ୟକ୍ଷ ଘୋଷଣା କରାଯାଇଥିଲା ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button