ବିଚାର

ରିୟା ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ଏହି ତାରକାମାନେ ରହି ସାରିଛନ୍ତି ଜେଲରେ

ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିନିଆଯାଇଛି। ସେ ବର୍ତ୍ତମାନ ଏବେ ଜେଲରେ ଅଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ତାଙ୍କ ଉପରେ ବିଭିନ୍ନ ପ୍ରକାରର ଅଭିଯୋଗ କରୁଛନ୍ତି। ଲୋକମାନେ ଏହା କହିଛନ୍ତି ଯେ ଏହା ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିବ, ଯେତେବେଳେ କି କିଛି ଲୋକ କହୁଛନ୍ତିଯେ ସେ ବର୍ତ୍ତମାନ ବହୁତ ପ୍ରସିଦ୍ଧ ହୋଇସାରିଛନ୍ତି, ଯାହା ତାଙ୍କ କ୍ୟାରିୟର ପାଇଁ ଲାଭ ସାବ୍ୟସ୍ତ ହେବ। ରିୟାଙ୍କ ପୂର୍ବରୁ ମଧ୍ୟ ଅନେକ କଳାକାର ଅନେକ ମାମଲାରେ ଜେଲ ଯାଇଛନ୍ତି। ଜେଲ୍ ଯିବା ପରେ ତାଙ୍କ କ୍ୟାରିଅର୍ କିପରି ଅଛି ତାହା ଆଜି ଆମେ ଆପଣଙ୍କୁ କହିବୁ ।

ସଞ୍ଜୟ ଦତ୍ତ:-

Google

ଘରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ସଞ୍ଜୟ ଦତ୍ତଙ୍କୁ 5 ବର୍ଷ ଦଣ୍ଡିତ କରାଯାଇଥିଲା। 2016 ରେ ସେ ଦଣ୍ଡ ମୁକ୍ତ ହେବା ପରେ ଜେଲରୁ ମୁକୁଳିଥିଲେ। ଜେଲରୁ ମୁକିଳିବା ପରେ ତାଙ୍କର ପ୍ରଥମ ଫିଲ୍ମ ଭୁମି ଥିଲା

ଲୋକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ। ଜେଲ ଛାଡିବା ପରେ ସଞ୍ଜୟ ଦତ୍ତଙ୍କ କ୍ୟାରିୟର ତାଙ୍କ ବ୍ୟକ୍ତିଗତ ଜୀବନ ଦ୍ୱାରା ପ୍ରଭାବିତ ହୋଇନଥିଲା। ସେ ଏବେବି ବଡ ବଡ ଫିଲ୍ମ କରୁଛନ୍ତି। ଲୋକମାନେ ତାଙ୍କର ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରୁଛନ୍ତି।

ସଲମାନ ଖାନ:-

Google

ସଲମାନ ଖାନ ହିଟ୍ ଆଣ୍ଡ ରନ୍ ଏବଂ କଳା ହରିଣ ଶିକାର ମାମଲାରେ କିଛି ଦିନ ଜେଲରେ ରହିଛନ୍ତି। ଏହି ସମୟରେ ତାଙ୍କର ଷ୍ଟାରଡମ୍ ଏବଂ ଫ୍ୟାନ ଫଲୋଇଙ୍ଗ ଏତେ ଶକ୍ତିଶାଳୀ ଥିଲା ଯେ ଜେଲ୍ ଯିବାପରେ ତାଙ୍କ କ୍ୟାରିୟରରେ ଏହା ଦ୍ୱାରା କୌଣସି ପ୍ରଭାବ ପଡିନଥିଲା।

ଜନ୍ ଅବ୍ରହାମ:-

Google

ଦାୟିତ୍ୱହୀନ ଭାବେ ଗାଡି ଚଳାଇବା ପାଇଁ ଜନ୍ ଅବ୍ରହାମଙ୍କୁ 15 ଦିନ ଜେଲରେ ରହିବାକୁ ପଡିଥିଲା। ଜେଲ ଦଣ୍ଡ ଦ୍ୱାରା ଜନଙ୍କ କ୍ୟାରିୟରରେ କୌଣସି ପ୍ରଭାବ ପଡି ନଥିଲା। କହିଦେଉଛୁକି, ଜେଲ ଯିବା ପୂର୍ବରୁ ତାଙ୍କ କ୍ୟାରିୟର ଭଲ ଚାଲିଥିଲା ​​ଏବଂ ମୁକ୍ତ ହେବା ପରେ ମଧ୍ୟ ଭଲରେ ଚାଲିଥିଲା।

ଫର୍ଦିନ୍ ଖାନ୍:-

Google

କୋକେନ ରଖିବା ତଥା ଯୋଗାଣ ଅପରାଧରେ ଫରଦ୍ଦିନ ଖାନଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ ହୋଇଥିଲା। ଜେଲ ଛାଡିବା ପରେ ମଧ୍ୟ ତାଙ୍କ କ୍ୟାରିୟର ସ୍ୱାଭାବିକ ରହିଥିଲା। ବର୍ତ୍ତମାନ ପାଇଁ ସେ ଫିଲ୍ମଠାରୁ ଦୂରରେ ରହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button