ଜୀବନଶୈଳୀ

ଇଞ୍ଜିନିୟରିଂ ପରେ ଅଭିନେତା ହେଲେ ଏହି ତାରକାମାନେ, ଜଣେତ 11 ଟି ଇଞ୍ଜିନିୟରିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ

ଆଜି ସମଗ୍ର ବିଶ୍ୱରେ ଇଞ୍ଜିନିୟରମାନଙ୍କୁ ସମ୍ମାନିତ କରିବା ପାଇଁ ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଇଞ୍ଜିନିୟର୍ସ ଦିବସ ଏମ ବିଶ୍ୱଭାରାୟାଙ୍କ ଜନ୍ମ ଦିନରେ ପାଳନ କରାଯାଇଥାଏ। ବଲିଉଡ ଇଣ୍ଡଷ୍ଟ୍ରି ବିଷୟରେ କହିବାକୁ ଗଲେ ଅନେକ ଷ୍ଟାର ଏପରି ଅଛନ୍ତି ଯେଉଁମାନେ ଅଭିନୟ ପୂର୍ବରୁ ଇଞ୍ଜିନିୟରିଂ ପଢି ସାରିଛନ୍ତି। କେବଳ ଏତିକି ନୁହେଁ, ଅନେକେ ଫିଲ୍ମ କରିବା ପୂର୍ବରୁ ଇଞ୍ଜିନିୟର ମଧ୍ୟ ରହିସାରିଛନ୍ତି। ଆସନ୍ତୁ ଜାଣିବା ଏହି ତାରକା ମାନଙ୍କ ବିଷୟରେ ।

ସୁଶାନ୍ତ ସିଂ ରାଜପୁତ:-

Google

ଏହି ତାଲିକାର ପ୍ରଥମ ନାମ ହେଉଛି ଅଭିନେତା ସୁଶାନ୍ତ ସିଂ ରାଜପୁତ, ଯିଏକି ଆଉ ଆମ ମଧ୍ୟରେ ନାହାଁନ୍ତି। ଜଣେ ଭଲ ଅଭିନେତା ହେବା ବ୍ୟତୀତ ସୁଶାନ୍ତ ଅଧ୍ୟୟନରେ ମଧ୍ୟ ବହୁତ ଦକ୍ଷ ଥିଲେ। ଖବର ଅନୁଯାୟୀ ସେ 11 ଟି ଇଞ୍ଜିନିୟରିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। 2003 ମସିହାରେ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସୁଶାନ୍ତ ଅଲ ଇଣ୍ଡିଆ ରାଙ୍କ ସପ୍ତମ ମାନ୍ୟତା ହାସଲ କରିଥିଲେ। ଏହା ପରେ ସୁଶାନ୍ତ ସିଂ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂରୁ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ିବା ଆରମ୍ଭ କରିଥିଲେ କିନ୍ତୁ ଅଭିନୟ ପାଇଁ ମଝିରେ ସେ ପାଠ୍ୟକ୍ରମକୁ ଛାଡିଦେଇଥିଲେ।

କ୍ରିତି ସାନନ୍:-

Google

କ୍ରିତି ସାନନ୍ ଅନ୍ୟତମ ତାରକା ଯିଏକି ଅଳ୍ପ ସମୟ ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିପାରିଥିଲେ। ଦିଲ୍ଲୀରେ ଜନ୍ମିତ କ୍ରିତିଙ୍କ ପିତା ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ। କ୍ରିତି ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି। କ୍ରିତି ଟାଇଗର ଶ୍ରୋଫଙ୍କ ସହ ହିରୋପନ୍ତି ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସେ ଚଳଚ୍ଚିତ୍ରରେ ଏକ ଭଲ ନାମ ଅର୍ଜନ କରୁଛନ୍ତି।

ସୋନୁ ସୁଦ:-

Google

ସୋନୁ ସୁଦଙ୍କ ଉଦାରତା ବିଷୟରେ କିଏ ନଜାଣନ୍ତି। ଜଣେ ଅଭିନେତା ହେବା ବ୍ୟତୀତ ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି। ଅଭିନେତା ସୋନୁ ସୁଦ ମଧ୍ୟ ଜଣେ ଇଞ୍ଜିନିୟରିଂ ଛାତ୍ର ଭାବରେ ରହିସାରିଛନ୍ତି। ସୋନୁ ସୁଦ ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ କରିସାରିଛନ୍ତି।

ତାପସୀ ପନ୍ନୁ:-

Google

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ସାଉଥ ଇଣ୍ଡଷ୍ଟ୍ରିରେ ସହିତ ବଲିଉଡରେ ମଧ୍ୟ ଭଲ ନାମ ଅର୍ଜନ କରିଛନ୍ତି। ମୁଁ ଆପଣଙ୍କୁ ଜାଣଇ ଦେଉଛିଯେ ତାପସୀ ମଧ୍ୟ ଜଣେ ଇଞ୍ଜିନିୟର ଅଟନ୍ତି। ସେ ଏକ ଶିଖ ପରିବାରରେ ଜନ୍ମ ହୋଇଥିଲେ ଏବଂ ତାପସୀ ଅଶୋକ ବିହାରରେ ତାଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ। ତାପସୀ କମ୍ପ୍ୟୁଟର ବିଜ୍ଞାନ ସହିତ ଇଞ୍ଜିନିୟରିଂ କରିଥିଲେ। ମଡେଲିଂ ପ୍ରତି ଆଗ୍ରହୀ ହୋଇ ତାପସୀ ତାଙ୍କ ଚାକିରି ଛାଡି ମଡେଲିଂ ଆରମ୍ଭ କରିଥିଲେ ।

କାର୍ତ୍ତିକ ଆରିୟାନ:-

Google

କାର୍ତ୍ତିକ ଆରିୟାନ ତାଙ୍କର କ୍ୟୁଟନେସ ପାଇଁ ପ୍ରସିଦ୍ଧ। କାର୍ତିକ ଗ୍ୱାଲିଅରର ବାସିନ୍ଦା ଅଟନ୍ତି। କାର୍ତ୍ତିକଙ୍କ ପିତାମାତା ଡାକ୍ତର ଅଟନ୍ତି। କାର୍ତ୍ତିକ ଡି କଲେଜ ଅଫ୍ ଇଞ୍ଜିନିୟରିଂ ନବି ମୁମ୍ବାଇରୁ ବାୟୋଟେକ୍ନୋଲୋଜିରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। କାର୍ତ୍ତିକ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ସେ କଲେଜ ଯିବା ସହିତ ଚଳଚ୍ଚିତ୍ର ପାଇଁ ଅଡିସନ ମଧ୍ୟ ଦେବାକୁ ଯାଉଥିଲେ ।

ରିତେଶ ଦେଶମୁଖ:-

Google

ରାଜନୈତିକ ପରିବାରର ରିତେଶ ଦେଶମୁଖ ମଧ୍ୟ ଜଣେ ଇଞ୍ଜିନିୟର ଅଟନ୍ତି। ରାଜନୀତିରେ ନଯାଇ ରିତେଶ ଜଣେ ଇଞ୍ଜିନିୟର ଏବଂ ପରେ ଅଭିନେତା ହୋଇଥିଲେ। ସେ ମୁମ୍ବାଇର କମଲା ରାହେଜା କଲେଜ ଅଫ୍ ଆର୍କିଟେକଚରରୁ ଆର୍କିଟେକ୍ଟ ଅଧ୍ୟୟନ କରିଥିଲେ ଏବଂ ଏକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ସେ ଅଭ୍ୟାସ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button