ଓଡିଶାର ଗର୍ବ ପଂଚସଖାମାନଙ୍କର ପ୍ରଚାର ପ୍ରସାର ଯଥାଶିଘ୍ର ଦେଶ ବିଦେଶରେ ହେବ
ପାରାଦୀପ-୨୯ା୦୮- ପଂଚସଖା ଧ୍ୟାନ କରିଥିବା ଜଗତସିଂହପୁର ଜିଲ୍ଲାର ଧ୍ୟାନକୁଦ ପୀଠର ପୀଠାଧିଶ ଆଚାର୍ଯ୍ୟ ପ୍ରେମ ସାଗର ବାବା ଅରକ୍ଷିତ ଦାସଙ୍କ ତତ୍ୱାବଧାନରେ ଅଜୁ ବାବାଙ୍କ ସହଯୋଗରେ ଚଳିତ ମାସ ରେ ଚୌପଡା ଗ୍ରାମରେ ଏକ ସନ୍ଥ ସମ୍ମିଳନୀ ଆୟୋଜିତ ହୋଇଥିଲା । ଶତାଧିକ ସାଧସନ୍ଥ ଯୋଗୀମୂନୀଙ୍କୁ ନେଇ ଆୟୋଜିତ ଏହି ସମାବେଶରେ ଓଡିଶାର ପ୍ରସିଦ୍ଧ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ, ବାବାଜୀ ସତ୍ୟାନନ୍ଦ ଦାସ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ବାବାଜୀ ଅମୃତାନନ୍ଦ ସାସ, ବାବାଜୀ ଅଭୟ ଦାସ, ସ୍ୱାମୀ ଅଭିରାମ ସରସ୍ୱତୀ, ଶ୍ରୀସନ୍ଥ ଆଦି ଯୋଗ ଦେଇ ସମାରୋହର ଶୋବାମଣ୍ଡନ କରିଥିଲେ । ପାରାଦୀପରୁ ଯୋଗ ଦେଇଥିବା ଶ୍ରୀଶ୍ରୀ ରବିଶଙ୍କର ଶିଷ୍ୟ ଯୋଗଗୁରୁ ଜ୍ୟୋର୍ତିବିଦ୍ ତାପସ ରଂଜନ ପତି ତାପସ ବାବାଙ୍କ ଭାବପୂର୍ଣ୍ଣ ବାଣୀ, ମନ୍ତ୍ର ଉଚ୍ଚାରଣ, କୀର୍ତନରେ ଉପସ୍ଥିତ ଭକ୍ତମଣ୍ଡଳୀ ଆନନ୍ଦରେ ବିଭୋର ହୋଇଯାଇଥିଲେ । ଆଖପାଖର ପ୍ରାୟତଃ ସବୁ ମଟର ମଠାଧୀସ ଏବଂ ପିଠର ପୀଠାଧିଶମାନେ ମଧ୍ୟ ଏହି ସାଧୁସନ୍ଥ ସମ୍ମିଳନୀରେ ଯୋଗ ଦେଇଥିଲେ । ପରିଶେଷରେ ଧ୍ୟାନକୁଦର ବାବା ଅରକ୍ଷୀତ ଦାସ ଓଡିଶାର ଗର୍ବ ପଂଚସଖାମାନଙ୍କର ପ୍ରଚାର ପ୍ରସାର ଯଥାଶିଘ୍ର ଦେଶ ବିଦେଶରେ ହେବ ବୋଲି ମତ ପୋଷଣ କରିଥିଲେ ।