ଓଡିଶା

ରାଜଭବନ ଲୋକଙ୍କ ନିକଟକୁ ଆସିବା ଉଚିତ୍: ରାଜ୍ୟପାଳ

ଭୁବନେଶ୍ବର: ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ ହରିବାବୁ କୁମ୍ଭମପତି। ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର । ଲୋକଙ୍କଠାରୁ ଦୂରରେ ରହିବା କଥା ନୁହେଁ ।

ମତେ ବହୁତ ଖୁସି ଲାଗିଲା ଲୋକେ ଏଠାକୁ ବୁଲିବାକୁ ଆସୁଛନ୍ତି। ସବୁ ବର୍ଗର ଲୋକମାନେ ରାଜଭବନ ଆସି ଏଠାକାର ଫୁଲ ଦେଖିବା ସହ ହରିଣ ପାର୍କ ଏବଂ ମୟୂରମାନକୁ ବୁଲି ଦେଖୁଛନ୍ତି।

ଲୋକଙ୍କ ପାଇଁ ରାଜଭବନ ବର୍ଷକୁ ଥରେ କିମ୍ବା ଦୁଇଥର ଖୋଲିବା ଉଚିତ୍। ଦରକାର ପଡିଲେ ଏନେଇ ଅଧିକ ଚିନ୍ତା କରାଯିବ।

ସୂଚନାଯୋଗ୍ୟ, ସର୍ବସାଧାରଣଙ୍କ ପାଇଁ ଜାନୁଆରି ୧୩ ତାରିଖରୁ ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଖୋଲା ରହିଛି।ଏହି ଅବସରରେ ଶନିବାର ଖୋଦ ରାଜ୍ୟପାଳ ରାଜଭବନ ପରିସରରେ ରାଜଭବାନ ବୁଲି ଆସିଥିବା ଅନେକ ଛୋଟ ଛୋଟ ପିଲାଙ୍କୁ ଚକୋଲେଟ ଏବଂ ପେନ୍ ବାଣ୍ଟିଛନ୍ତି।

ଅଧିକ ପଢ଼ନ୍ତୁ: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ହେବ: ମୁଖ୍ୟମନ୍ତ୍ରୀ

ପୂର୍ବରୁ ରାଜଭବନ ଉଦ୍ୟାନ ବୁଲିବାକୁ ଆସି ରାଜପାଳଙ୍କ ସହ ଭେଟ ହୋଇ ନଥିବା ପିଲାମାନେ କହିଛନ୍ତି । ତେବେ ନୂଆ ରାଜ୍ୟପାଳଙ୍କୁ ଭେଟି ତାଙ୍କ ହାତରୁ ଉପହାର ନେଇ ପିଲାମାନେ ଅତ୍ୟନ୍ତ ଖୁସି ହୋଇଛନ୍ତି। ଏହା ସହିତ ରାଜ୍ୟପାଳ ଜନସାଧାରଣଙ୍କୁ ମଧ୍ୟ ଭେଟିଛନ୍ତି ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button