କ୍ରାଇମ

ରିଅଲ୍‌ ଇଷ୍ଟେଟ୍‌ ଠକେଇ ମାମଲାରେ ତୃଣମୂଳ ସାଂସଦ ନୁସରତ ଜାହାଁଙ୍କୁ ସମନ କଲା ଇଡି – Utkal Mail


ନୂଆଦିଲ୍ଲୀ: ରିଅଲ୍‌ ଇଷ୍ଟେଟ୍‌ ଠକେଇ ମାମଲାରେ ତୃଣମୂଳ ସାଂସଦ ନୁସରତ ଜାହାଁଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ରିପୋର୍ଟରୁ ପ୍ରକାଶ, ବରିଷ୍ଠ ନାଗରିକଙ୍କୁ କୋଲକାତା ସହରର ପୂର୍ବ ପାର୍ଶ୍ୱରେ ଥିବା ନ୍ୟୁ ଟାଉନ୍‌ରେ ଫ୍ଲାଟ୍‌ ଦେବାର ପ୍ରତିଶ୍ରୁତି ଦେଇ ଗ୍ରାହକମାନଙ୍କ ଠାରୁ ଟଙ୍କାନେଇ ସେମାନଙ୍କୁ ଠକେଇ କରିଥିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁଙ୍କୁ ଆସନ୍ତା ସପ୍ତାହରେ କୋଲକାତାରେ ପଚରାଉଚରା ପାଇଁ ସମନ କରିଛି।

ସେପ୍ଟେମ୍ବର ୧୨ ତାରିଖରେ କେନ୍ଦ୍ରୀୟ ଏଜେନ୍‌ସି ଇଡି ନିକଟରେ ହାଜର ହେବାକୁ ଜାହାନଙ୍କୁ କୁହାଯାଇଛି ଏବଂ ଏଜେନ୍‌ସି ତାଙ୍କ ବୟାନ ରେକର୍ଡ କରିବ ବୋଲି ଆଶା କରାଯାଉଛି। ନିକଟରେ କିଛି ବରିଷ୍ଠ ନାଗରିକଙ୍କୁ ନ୍ୟୁ ଟାଉନ୍‌ ଅଞ୍ଚଳରେ ଫ୍ଲାଟ୍‌ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ଏକ ରିଅଲ୍‌ ଇଷ୍ଟେଟ୍‌ କମ୍ପାନି ଠକେଇ କରିଥିବା ନେଇ ଅଭିଯୋଗ ଆସିଥିବା ବେଳେ ତଦନ୍ତକାରୀ ସଂସ୍ଥା ଇଡି ସଂପୃକ୍ତ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ୩୩ ବର୍ଷୀୟା ଶ୍ରୀମତୀ ଜାହାଁ ଏକ ସାମ୍ବାଦିକ ସମ୍ମିଳନୀ କରି କୌଣସି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ସେ ମାର୍ଚ୍ଚ ୨୦୧୭ରେ ସଂପୃକ୍ତ କମ୍ପାନିର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ପଶ୍ଚିମବଙ୍ଗର ବସିରହାଟରୁ ତୃଣମୂଳ ଲୋକସଭା ସାଂସଦ ଥିବା ଶ୍ରୀମତୀ ଜାହାଁ କହିଛନ୍ତି ଯେ ସେ କମ୍ପାନି ଠାରୁ ଋଣ ନେଇଥିଲେ ଏବଂ ମେ ୨୦୧୭ରେ ସୁଧ ସହିତ ପରିଶୋଧ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button