ବିଚାର

ଖରାଦିନେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ, ଟମୋଟୋର ଫେସପ୍ୟାକ୍ ଏପରି ପ୍ରସ୍ତୁତ କରନ୍ତୁ

ଖରାଦିନେ ପ୍ରବଳ ଉତ୍ତାପ ଯୋଗୁଁ ତ୍ଵଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣମାନେ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାଉ। କିନ୍ତୁ ଏହା ଆପଣଙ୍କ ତ୍ବଚାରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ। ସେଥିପାଇଁ ଖରାଦିନେ ତ୍ଵଚାର ବିଭିନ୍ନ ସମସ୍ୟାକୁ ଦୂର କରି ସୁନ୍ଦର ଓ ଉଜ୍ଜ୍ଵଳ ତ୍ଵଚା ପାଇବା ପାଇଁ ଟମାଟୋର ବ୍ୟବହାର କରି ପାରିବେ। ଏଥିରେ ପ୍ରଚୁର ପରିମାଣରେ ଲାଇକୋପିନ ରହିଥାଏ, ଯାହାକି ସୂର‌୍ୟ୍ୟଙ୍କ ଅତିବାଇଗଣି ରଶ୍ମିର ପ୍ରଭାବରୁ ତ୍ଵଚାକୁ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ ଟମାଟୋର ଫେସପ୍ୟାକର ଫାଇଦା ଏବଂ ଏହାକୁ ଆପଣ କିପରି ପ୍ରସ୍ତୁତ କରିବେ। ଯାହାକୁ ଆପଣ ବ୍ୟବହାର କରି ତ୍ଵଚା ସମସ୍ୟାକୁ ଦୂର କରିବା ସହିତ ସୁନ୍ଦର ତ୍ଵଚା ପାଇପାରିବେ।

tomato-face-pack-for-skinଟମାଟୋ ଓ ଚିନି

ତ୍ଵଚାକୁ ସ୍କ୍ରବ କରିବା ପାଇଁ ଟମାଟୋ ଓ ଚିନିର ବ୍ୟବହାର କରିପାରିବେ। ଏଥିପାଇଁ ଖଣ୍ଡେ ଟମାଟୋକୁ ନେଇ ସେଥିରେ ଚିନି ଲଗାଇ ତ୍ଵଚାରେ ସ୍କ୍ରବ କରନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଆପଣଙ୍କ ତ୍ଵଚାରୁ ବ୍ଲାକହେଡ୍ସକୁ ଦୂର କରିବାରେ ସାହାଯ୍ୟ କରିବ।

ଟମାଟୋ ଓ ଲେମ୍ବୁ

ଖରାଦିନେ ଆମ ତ୍ଵଚାରେ ଟ୍ୟାନିଙ୍ଗ ହୋଇଥାଏ। ଏହାକୁ ଦୂର କରିବା ପାଇଁ ଟମାଟୋର
ବ୍ୟବହାର କରିପାରିବେ। ଏଥିପାଇଁ ଟମାଟୋରେ ଅଳ୍ପ ଲେମ୍ବୁରସ ମିଶାନ୍ତୁ। ଏହି ମିଶ୍ରଣକୁ ତ୍ଵଚାରେ ଲଗାଇବା ପରେ ଶୁଖିବା ପାଇଁ ଛାଡିଦିଅନ୍ତୁ। ଭଲ ଭାବରେ ଶୁଖିଯିବା ପରେ ଏହାକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ନିୟମିତ ଏହାର ବ୍ୟବହାର କରିବା ଦ୍ଵାରା ତ୍ଵଚାର ଟ୍ୟାନିଙ୍ଗ ସମସ୍ୟା ଦୂର ହୋଇଯିବ।

Tomato-face-packଟମାଟୋ, ଦହି ଓ ଲେମ୍ବୁ

ଟମାଟୋ, ଦହି ଓ ଲେମ୍ବୁରସର ମିଶ୍ରଣ ତ୍ଵଚା ପାଇଁ ପ୍ରକୃତିକ ବ୍ଲିଚ ଭାବରେ କାମ କରିଥାଏ। ଏହା ଏକ ପ୍ରାକୃତିକ ଟୋନର ପରି ତ୍ଵଚାରୁ ଅତିରିକ୍ତ ତେଲକୁ ଦୂର କରିବାରେ ସାହାଯ୍ୟ କରେ। ଲେମ୍ବୁରସ ଆପଣଙ୍କ ତ୍ଵଚା ପାଇଁ ବ୍ଲିଚ ଓ ଆଣ୍ଟିବାକ୍ଟେରିଆଲ ତତ୍ତ୍ଵ ପରି କାମ କରିଥାଏ। ସେହିପରି ଦହି ଆପଣଙ୍କ ତ୍ଵଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ ଓ ତ୍ଵଚାକୁ କୋମଳ କରିଥାଏ। ଏହାକୁ ସପ୍ତାହକୁ ଦୁଇଥର ବ୍ୟବହାର କରନ୍ତୁ ଫରକ ଜାଣିପାରିବେ।

ଟମାଟୋ, ମହୁ ଓ ବେସନ

ଚେହେରାକୁ ଉଜ୍ଜ୍ଵଳ ଓ ଚମକଦାର କରିବା ପାଇଁ ଟମାଟୋ, ମହୁ ଓ ବେସନର ମିଶ୍ରଣକୁ ଲଗାଇ ପାରିବେ। ଏହା ତ୍ଵଚା ପାଇଁ ବହୁତ ଉପକାରୀ ହୋଇଥାଏ। ଏହି ମିଶ୍ରଣକୁ ମୁହଁରେ ଲଗାଇବା ପରେ ୨୦-୩୦ ମିନିଟ ରଖନ୍ତୁ। ଭଲ ଭାବରେ ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇଥର ଏପରି କରିବା ଦ୍ଵାରା ଫରକ ଜାଣି ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button