ସ୍ୱାସ୍ଥ୍ୟ

ହଳଦୀ: କୋଟିଏ ଟଙ୍କାର ଔଷଧ ! ଏହି ହଳଦୀର ଅଛି ଏଭଳି ସିକ୍ରେଟ୍ ଗୁଣ ଯାହା ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ, ହଳଦୀର ପ୍ରୟୋଗ ପୂର୍ବ କାଳରୁ ହିଁ ଚାଲି ଆସିଛି । ହଳଦୀର ବିଭିନ୍ନ ଉପାୟ ରହିଛି । ଯଦି ସେହିଭଳି ଉପାୟରେ ବା ନିୟମରେ ହଳଦୀ ଆମେ ସେବନ କରିବା ତେବେ ହଳଦୀର ପ୍ରଭାବ ଆମ ଶରୀର ଉପରେ ପଡିବ ଏବଂ ଆମ ମାନଙ୍କୁ କୌଣସି ରୋଗ ପାଇଁ ଔଷଧ ମଧ୍ୟ ଖାଇବା ପାଇଁ ପଡିବ ନାହି । ଘରେ ବସି ଘରୋଇ ଉପଚାର ମାଧ୍ୟମରେ ଦେହକୁ ସୁସ୍ଥ ରଖିହେବ । ତେବେ ଆସନ୍ତୁ ଜାଣିବା ହଳଦୀର ସମସ୍ତ ଗୁଣ ସମ୍ପର୍କରେ । ହଳଦୀର ପ୍ରଥମ ପ୍ରୟୋଗ ସ୍କିନ ପାଇଁ ହୋଇଥାଏ ।

ହଳଦୀ ସ୍କିନ କେୟାର ସହ ଜଡିତ ସମସ୍ତ ସମସ୍ୟା ପାଇଁ ଔଷଧ ଭାବେ ବ୍ୟବହାର କରାଯାଏ । ମୁହଁ ରେ କୌଣସି ସମସ୍ଯା ଥିଲେ ହଳଦୀ ର ବ୍ୟବହାର ବହୁତ ଉପକାରିତା ହୋଇଥାଏ । ଏହି ଚମତ୍କାରିତା ପାଇବା ପାଇଁ ହେଲେ ହଳଦୀକୁ ଦୁଇଟି ଉପାୟରେ ବ୍ୟବହାର କରିବା ପାଇଁ ପଡିବ । ଗୋଟିଏ ହେଉଛି ଏକଷ୍ଟ୍ରନାଲ ବ୍ୟବହାର ଆଉ ଅନ୍ୟଟି ହେଉଛି ଇଣ୍ଟର୍ନାଲ ବ୍ୟବହାର । ଆୟୁର୍ବେଦ ଅନୁଯାୟୀ ହଳଦିକୁ ସର୍ବଦା ଶିଳରେ ବାଟି ବ୍ୟବହାର କରିବା ଉଚିତ ।

ହଳଦୀ ର ଔଷଧୀୟ ଗୁଣ ପାଇବାକୁ ହେଲେ ଶୀଳ ରେ ଏହାକୁ ବାଟି ରୋଷେଇ କରି ହେବ ଆଉ ଖାଇ ହେବ ମଧ୍ୟ । ଏହି ହଳଦୀକୁ ମହୁ ସହ ମଧ୍ୟ ନେଇପାରିବେ । ଯଦି ଶୀଳ ନାହି ତେବେ ଆପଣ ହଳଦିକୁ ଗ୍ରାଇଣ୍ଡିଙ୍ଗ କରି ବ୍ୟବହାର କରିପାରିବେ । ଛୋଟ ପିଲାମାନେ ଦିନକୁ 1ରୁ 2 ଗ୍ରାମ ହଳଦୀ ସେବନ ପାଇଁ ଦେବା ଉଚିତ । ଘରେ ହଳଦିର ପାଉଡର ପ୍ରସ୍ତୁତ କରି ମଧ୍ୟ ଖାଦ୍ୟରେ ବ୍ୟବହାର କରିବା ଭଲ ହୋଇଥାଏ ।

ନିଜ ମୁହଁରେ ଉଜ୍ଵଳତା ଆଣିବା ପାଇଁ ଚାହୁଁଥିଲେ ହଳଦୀ ସହ ଆଲୋଭେରା ଜେଲ, ଚନ୍ଦନ ଏବଂ ନିମ୍ବ ପେଷ୍ଟ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏଥିରେ ଅଳ୍ପ ଗୋଲାପ ଜଳ ମଧ୍ୟ ମିଶାଇ ଦିଅନ୍ତୁ । ଆପଣ ଏହି ମିଶ୍ରଣକୁ ଆପଣଙ୍କ ମୁହଁରେ ରାତିରେ ଲଗାନ୍ତୁ । ଏହି ମିଶ୍ରଣକୁ ଆପଣ ରାତି ସାରା ମୁହଁରେ ଲଗାଇ ରଖିପାରିବେ । ଛୋଟ ପିଲାଙ୍କର କର୍ମୀ ସମସ୍ଯା ଏପାଇଁ ହଳଦୀ ର ବ୍ୟବହାର କରି ହେବ । ଆପଣ ହଳଦିର ଚା ଏବଂ କଫି ପିଅନ୍ତୁ । ହଳଦୀ ପାଉଡର ଚାହା ବା କଫି ରେ ୨ରୁ ୩ ଗ୍ରାମ ନେଇ ସେବନ କରି ପାରିବେ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

ଏହା ସହ ହଳଦୀ କୁ ସାଲାଡରେ ମଧ୍ୟ ବ୍ୟବହାର କରନ୍ତୁ । ଅତ୍ୟଧିକ ହଳଦୀ ସେବନ ଫଳରେ କିଛି କୁପ୍ରଭାବ ମଧ୍ୟ ପଡିଥାଏ । ତେଣୁ ଯଦି ହଳଦୀ ସହ କିଛି ଗୋଲମରୀଚ ମଧ୍ୟ ଖାଦ୍ୟରେ ପକାଇ ଦିଅନ୍ତି ତେବେ ସେହି କୁପ୍ରଭାବ ଆଉ ରହିବ ନାହି । କଞ୍ଚା ହଳଦୀ ଓ ବଜାରରେ ମିଳୁଥିବା ହଳଦୀ ମଧ୍ୟ ବ୍ୟବହାର କରି ପାରିବେ । ସବୁଠାରୁ ଭଲ କଞ୍ଚା ହଳଦୀ ହୋଇଥାଏ ଯାହାକୁ ଘରେ ବାଟି ରଖିପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button