ସ୍ୱାସ୍ଥ୍ୟ

କେବଳ 1 ଚାମଚ ପିଆଇ ଦିଅନ୍ତୁ, ପିଲା ମାନଙ୍କର କାଶ ବା କଫ ଭଳି ସମସ୍ୟା ଥରକରେ ଦୂର ହୋଇଯିବ

ସାଧାରଣତ ପିଲା ମାନଙ୍କ ଠାରେ କାଶ ଦେଖାଯିବା ସ୍ଵାଭାବିକ କଥା ଅଟେ । ସେଥିପାଇଁ ପିତା ମାତା ମାନେ ପିଲାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥାନ୍ତି । କିନ୍ତୁ ଏଥିରେ ଭୟ କରିବାର କିଛି କଥା ନାହି । କାଶ ହେଉଛି ଶରୀରରେ ଅନ୍ୟ କିଛି କାରଣ ଯୋଗୁ ହୋଇଥାଏ । ଏଥିପାଇଁ କିଛି ଏମିତି ଘରୋଇ ଉପଚାର ରହିଛି ଯାହା ଦ୍ଵାରା ପିଲାଙ୍କର କାଶ ସମସ୍ଯା ଦୂର ହୋଇ ପାରିବ । ଭିନ୍ନ ଉପାୟ ରହିଛି ଯାହା ଦ୍ଵାରା ପିଲାଙ୍କର କାଶ ଦୂର ହୋଇ ପାରିବ । ତେବେ ଆଜି ଆମେ ଆପଣ ମାନଙ୍କୁ କାଶ ଦୂର କରିବାର ଘରୋଇ ଉପଚାର କଣ ରହିଛି ତାହା ବିଷୟରେ କହିବାକୁ ଯାଉଛୁ ।

ପ୍ରଥମ ରେମେଡି ହେଉଛି ମହୁ ଯାହା କାଶ ସମସ୍ୟାକୁ ଦୂର କରିବାରେ ସାହାଜ୍ଯ କରିଥାଏ । ଏଥିପାଇଁ ଏକ ଚାମଚ ଲେମ୍ବୁ ରସ ସହ ଦୁଇରୁ ତିନି ଚାମଚ ମହୁ ଭଲ ଭାବେ ମିଶ୍ରଣ କରନ୍ତୁ । ଯଦି ପିଲାଙ୍କର ଅଧିକ କାଶ ହେଉଥାଉ ତେବେ ପ୍ରତେକ ଦୁଇ ଘଣ୍ଟା ଠାରେ ଏହି ମିଶ୍ରଣକୁ ପିଅନ୍ତୁ ।

ଲେମ୍ବୁ ରସ କାଶ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଏହା ସହ ଶରୀରରେ ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି ପାଇଥାଏ । ଅନ୍ୟ ଏକ ଘରୋଇ ଉପଚାର ହେଉଛି ଏକ କପ ଗରମ କ୍ଷୀରରେ ଦୁଇ ଚାମଚ ମହୁ ମିଶାନ୍ତୁ । ଏହାକୁ ପିଲାଙ୍କୁ ପିଇବାକୁ ଦେଇ ପାରିବେ ।

ଅନ୍ୟ ଏକ ଉପାୟଟି ହେଉଛି ଗୋଟିଏ ରସୁଣ ପାଖୁଡାରୁ ଚୋପା କାଢି ତାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ରସୁଣ ପେଷ୍ଟରେ ଅଧ ଚାମଚ ମହୁ ମିଶାନ୍ତି । ଏହାକୁ ଆପଣ ପିଲାଙ୍କୁ ଦିନକୁ ଦୁଇ ଥର ଦେଇ ପାରିବେ । ସକାଳେ ଖାଲି ପେଟରେ ଓ ରାତିରେ ଖାଇବା ପୂର୍ବରୁ ସେବନ କରନ୍ତୁ । କାଶ ଦୂର କରିବା ପାଇଁ ଏହି ଘରୋଇ ଉପାୟଟି ବହୁତ ଲାଭଦାୟକ ହୋଇଥାଏ । ଏହା ବ୍ୟତିତ ଅଙ୍ଗୁର ରସ କାଶ ବା କଫ ସମସ୍ଯା ଦୂର କରିବା ପାଇଁ ସହାୟକ ହୋଇଥାଏ । ଏକ ଚାମଚ ଅଙ୍ଗୁର ରସ ସହ ଏକ ଚାମଚ ମହୁ ମିଶ୍ରଣ କରନ୍ତୁ ।

ଏହି ରସକୁ ପିଲାଙ୍କୁ ଶୋଇବା ପୂର୍ବରୁ ପିଆଇ ଦିଅନ୍ତୁ ଯାହା ଦ୍ଵାରା କାଶ ବା କଫ ସମସ୍ଯା ଦୂର ହେବ । ଅନ୍ୟ ଏକ ଉପଚାର ହେଉଛି କିଛି ପାଣି ସହ ଅଦା ମିଶାଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହା ପରେ ଏହାକୁ ଛାଣି ଏକ ଚାମଚ ମହୁ ମିଶାଇ ପିଲାଙ୍କୁ ପିଆଇ ଦିଅନ୍ତୁ । ବାସଙ୍ଗ ପତ୍ର ପିଲାଙ୍କ କାଶ ସମସ୍ଯା ଦୂର କରିବାରେ ସାହାଜ୍ଯ କରିଥାଏ ।

ବାସଙ୍ଗ ପତ୍ରକୁ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରି ଏଥିରେ ଅଧ ଚାମଚ ମହୁ ମିଶ୍ରଣ କରି ଦିନକୁ ଦୁଇ ଥର ପିଲାଙ୍କୁ ସେବନ କରାନ୍ତୁ । ଏହା ଦ୍ଵାରା ଥଣ୍ଡା, କାଶ ବା କଫ ସମସ୍ଯା ଦୂର ହୋଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button