ରାଜନୀତି

ମଧ୍ୟପ୍ରଦେଶରେ ଆମେ ଜିତିଲେ ଆଇପିଏଲ ଟିମଟିଏ କରିବୁ: କଂଗ୍ରେସ – Utkal Mail


ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଇସ୍ତାହାର ଜାରି କରିଛି। ଏଥିରେ ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ୧୦୧ ଗ୍ୟାରେଣ୍ଟି ବାବଦରେ ଉଲ୍ଲେଖ କରିଛନ୍ତି। କମଲନାଥ କହିଛନ୍ତି ଯେ ଇସ୍ତାହାର ଲାଗୁ କରିବା ପାଇଁ ଆମେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛୁ। ସେ କହିଛନ୍ତି ଯେ ଯଦି କଂଗ୍ରେସ ସରକାର ଗଠନ ହୁଏ, ତେବେ ମଧ୍ୟପ୍ରଦେଶ ପାଇଁ ଆମେ ଏକ ଅଲଗା ଆଇପିଏଲ ଦଳ ଗଠନ କରିବୁ। କମଲନାଥ କହିଛନ୍ତି ଯେ ରାଜ୍ୟରେ ୭୦% ରୁ ଅଧିକ ଲୋକ କୃଷି ସହ ଜଡିତ। କଂଗ୍ରେସ ସରକାର ଗଠନ ହେବା ମାତ୍ରେ ଚାଉଳ କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କା ଏବଂ ଗହମ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କାରେ କ୍ରୟ କରାଯିବ। ଏହା ବ୍ୟତୀତ ଗୋବର ମଧ୍ୟ କ୍ରୟ କରାଯିବ। ନିଯୁକ୍ତି ପ୍ରସଙ୍ଗରେ କମଲନାଥ କହିଛନ୍ତି ଯେ ସରକାର ଗଠନ ହେଲେ ୨ ଲକ୍ଷ ନୂତନ ନିଯୁକ୍ତି ଦିଆଯିବ।

ସେହିପରି କଂଗ୍ରେସ ଏହାର ଇସ୍ତାହାରରେ ମଧ୍ୟପ୍ରଦେଶର ସମସ୍ତ ନାଗରିକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଓ ପଛୁଆ ବର୍ଗ (ଓବିସି) ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିଛି | ସ୍ୱାସ୍ଥ୍ୟ ବୀମା ନେଇ କମଲନାଥ କହିଛନ୍ତି ଯେ ଆମେ ସମସ୍ତ ଲୋକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇବୁ, ଯେଉଁଥିରେ ୧୦ ଲକ୍ଷ ଟଙ୍କା ଦୁର୍ଘଟଣା କଭର ମଧ୍ୟ ରହିବ। ସେ କହିଛନ୍ତି ଯେ ମଧ୍ୟପ୍ରଦେଶରୁ ଏକ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ମଧ୍ୟ ରହିବ। କମଲନାଥ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ ଏବଂ ମହିଳାମାନଙ୍କୁ ମାସକୁ ୧୫୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି। ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ସହ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ଏବଂ ଦୁଇ ବର୍ଷ ପାଇଁ ଯୁବକମାନଙ୍କୁ ମାସକୁ ୧୫୦୦ ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବେକାରୀ ଭତ୍ତା ପ୍ରଦାନ କରିବାକୁ ସେ ପ୍ରତିଶୃତି ଦେଇଛନ୍ତି। ମଧ୍ୟପ୍ରଦେଶର ୨୩୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button