ଦେଶ ବିଦେଶ

ବର୍ଷ ୨୦୧୯ ରେ ଏହି ୫ଟି ରାଶି ଉପରେ ରହିବ ଶନି ଙ୍କର ସାଢେସାତୀ ଓ ବକ୍ରୀ, ଜାଣନ୍ତୁ କଣ ରହିବ ଏହାର ପ୍ରଭାବ

ଏହି ବର୍ଷ ଶେଷ ହେବା ପାଇଁ ଆଉ କିଛି ଦିନ ବାକି ଅଛି । ଏହା ପରେ ନୂଆ ବର୍ଷ ଆରମ୍ଭ ହୋଇଯିବ । ନୂଆ ବର୍ଷ ଆରମ୍ଭ ହୋଇଗଲେ ଗ୍ରହ ନକ୍ଷତ୍ରଙ୍କର ଗଣନାର ମହତ୍ତ୍ଵ ବି ବହୁତ ବଢିଯାଇଥାଏ । ଜ୍ୟୋତିଷଙ୍କ ନଜରରେ ଆସୁଥିବା ନୂଆ ବର୍ଷ ସମସ୍ତଙ୍କ ପାଇଁ କେମିତି କଟିବ ଏହାର ଆକଳନ କରାଯାଇଥାଏ । ଜ୍ୟୋତିଷଙ୍କ ଅନୁସାରେ ସମସ୍ତ ୯ଟି ଗ୍ରହ ମଧ୍ୟରେ ବ୍ୟକ୍ତିର ଜାତକରେ ଶନିଙ୍କର ପ୍ରଭାବ ବହୁତ ପଡିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ମାନନ୍ତି ।

ଶନିଦେବତା ବ୍ୟକ୍ତିର କର୍ମ ହିସାବରେ ଜାତକକୁ ଉଚିତ ଫଳ ପ୍ରଦାନ କରିଥାନ୍ତି । ଭଲ କାମ କରୁଥିବା ଲୋକଙ୍କୁ ଭଲ ଫଳ ଓ ଖରାପ କାମ କରୁଥିବା ଲୋକଙ୍କୁ କଷ୍ଟ ଦିଅନ୍ତି । ଶନି ସ୍ଵଭାବରେ ନିଷ୍ଠୁର ଓ ସବୁଠାରୁ ଅଲଗା ଗ୍ରହ ଅଟେ ।

ଜ୍ୟୋତିଷ ଶାସ୍ତ୍ରରେ କୌଣସି ବ୍ୟକ୍ତିର ଜାତକରେ ଶନିଙ୍କର ସ୍ଥିତି ଓ ଭାବ ବହୁତ ମହତ୍ତ୍ଵ ରଖିଥାଏ । ଶନିଙ୍କର ସାଡେ ସାତି ଓ ବକ୍ରୀ କେଉଁ କେଉଁ ରାଶି ଉପରେ ରହିବ ଏହାର ଅନୁମାନ ଜାତକ ଦେଖି ଲଗାଯାଇପାରେ । କିନ୍ତୁ ଜ୍ୟୋତିଷଙ୍କ ଗଣନା ଅନୁସାରେ ଶନିଙ୍କର ସାଡେ ସାତି ଓ ବକ୍ରୀ କେଉଁ କେଉଁ ରାଶି ଉପରେ ରହିବ ଆଉ କେଉଁ ରାଶିଙ୍କୁ ଶନିଙ୍କର ଅଶୁଭ ଛାୟାରେ ମୁକ୍ତି ମିଳିବ ଏହା ଗଣନା କରାଯାଇଥାଏ ।

ନୂଆ ବର୍ଷରେ ଶନିଙ୍କର ସାଢେସାତୀ 3ଟି ରାଶି ଉପରେ ରହିବ ଓ 2ଟି ରାଶି ଉପରେ ବକ୍ରୀର ପ୍ରଭାବ ରହିବ ।

ଏହି ନୂଆ ବର୍ଷରେ ବିଛା, ଧନୁ ଓ ମକର ରାଶି ଜାତକ ଉପରେ ବର୍ଷ ସାରା ଶନିଙ୍କର ସାଢେସାତୀ ର ପ୍ରଭାବ ରହିବ । ଯାହାଦ୍ୱାରା ସମସ୍ତ କାର୍ଯ୍ୟରେ ବାଧ ସୃଷ୍ଟି ହେବ, ମନ ଅଶାନ୍ତ ରହିବ, କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ଏହା ଅଧାରୁ ଅଟକି ଯିବ। ପରିବାରରେ କଳହ ଲାଗି ରହିବ, ସ୍ଵାମୀ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ଦେଖା ଦେବ। ସମସ୍ତ ପ୍ରକାର ଭଲ ମନ୍ଦ ଦେଇ ଏହି ବର୍ଷଟି ଆପଣଙ୍କର କଟିବ। ଏହି 3ଟି ରାଶି ପାଇଁ ୨୦୧୯ ମସିହା ଟି ସେତେ ଭଲ ଫଳ ପ୍ରଦାନ କରିବ ନାହିଁ। ସେଥିପାଇଁ ସତର୍କ ରୁହନ୍ତୁ ଓ ଯଥା ଶୀଘ୍ର କୌଣସି ଜ୍ୟୋତିଷ ଙ୍କ ସାହାଯ୍ୟରେ ପ୍ରତିକାର କରାଇ ନିଅନ୍ତୁ।

ବୃଷ ଓ କନ୍ୟା ରାଶି ଜାତକ ଉପରେ ଶନିଙ୍କର ବକ୍ରୀର ପ୍ରଭାବ ରହିବ । ଏମାନେ ମଧ୍ୟ ଏହି ବର୍ଷ ରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ, ବ୍ୟବସାୟରେ କ୍ଷତି ସହିବାକୁ ପଡିପାରେ, କୌଣସି ନୂତନ କାମରେ ହାତ ଦେଇ ଅସଫଳ ହୋଇପାରନ୍ତି। ସେଥିପାଇଁ ଟିକେ ଜଗି ରଖି ଏହି ବର୍ଷଟି ଚଳିବାକୁ ଚେଷ୍ଟା କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button