ଦେଶ ବିଦେଶ

ଆନ୍ଧ୍ର ଫାର୍ମା କମ୍ପାନୀ ପ୍ଲାଣ୍ଟ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି, ମୃତକ ଏବଂ ଆହତଙ୍କୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନ୍ଧ୍ର ପ୍ରଦେଶର ଅଚୁତାପୁରମରେ ଏକ ଫାର୍ମା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଏଥିରେ ୩୩ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିବା ସହିତ ମୃତ୍ୟୁବରଣ କରିଥିବା ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତିି ।

ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି X ଆକାଉଣ୍ଟରେ ଲେଖିଛନ୍ତି କି, ଅନକାପଲ୍ଲୀର ଏକ ଫ୍ୟାକ୍ଟ୍ରିରେ ହୋଇଥିବା ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଃଖତ । ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପ୍ରତିସମବେଦନା ଜଣାଉଛି । ଆହତମାନେ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଛି । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏକଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି ।

ଅନକାପଲ୍ଲୀର ଜିଲ୍ଲା ଅଧିକାରୀ ବିଜୟା କୃଷ୍ଣନଙ୍କ ଅନୁସାରେ, ଅଚୁତାପୁରମରେ ଏକ ଫାର୍ମା କମ୍ପାନୀରେ ଗତକାଲି ଅପରାହ୍ନରେ ପ୍ଲାଣ୍ଟରେ ରିଆକ୍ଟର ବିସ୍ଫୋରଣ ଘଟିଥିଲା । ଔଷଧ ପ୍ରସ୍ତୁତ ପାଇଁ ଆବଶ୍ୟକ କେମିକାଲ ଓ ଔଷଧର କଞ୍ଚାମାଲ ପ୍ରସ୍ତୁତ ହେଉଥିବା ଏ କମ୍ପାନୀର ୪ ମହଲା କୋଠାରେ ୩୮୧ ଜଣ ଶ୍ରମିକ କାମ କରନ୍ତି । ଦୁଇଟି ସିଫ୍ଟରେ କାମ ହେଉଥିବା ବେଳେ ଦୁର୍ଘଟଣା ସମୟରେ ସିଫ୍ଟ ବଦଳ ସମୟ ହୋଇଥିବାରୁ ଉଭୟ ସିପ୍ଟର ଲୋକ ଉପସ୍ଥିତ ଥିଲେ । ଆହତଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଥିବାରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ତେବେ ଦୁର୍ଘଟଣା ବିଦ୍ୟୁତ ସଟସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button