କ୍ରୀଡା

ଜିମରେ ବନ୍ଧୁମାନଙ୍କ ସହ କେକ୍ କାଟି ମଉଜମସ୍ତି କରୁଛନ୍ତି ଧୋନୀ, ଦେଖନ୍ତୁ ଭିଡିଓ – Utkal Mail


ନୂଆଦିଲ୍ଲୀ: କ୍ରିକେଟରଙ୍କ ମଜାଦାର ଭିଡିଓ ପ୍ରତିଦିନ ଭାଇରାଲ ହୋଇଥାଏ। ବର୍ତମାନ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର  ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଟିମ୍ ଇଣ୍ଡିଆର ଅଧିନାୟକ ରହିବା ସମୟରେ ଧୋନୀଙ୍କୁ ତାଙ୍କ ଧୀରସ୍ଥିର ସ୍ବଭାବ ଲାଗି କ୍ୟାପଟେନ୍ କୁଲ୍ କୁହାଯାଉଥିଲା, ଅବସର ପରେ ମଧ୍ୟ ତାଙ୍କୁ ସମାନ ଢଙ୍ଗରେ ଦେଖିବାକୁ ମିଳୁଛି। ଧୋନୀ ସୋସିଆଲ ମିଡିଆରେ ସବୁବେଳେ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଧୋନୀ ତାଙ୍କ ଜିମ୍ ସାଙ୍ଗମାନଙ୍କ ସହିତ ଥଟ୍ଟାମଜା କରୁଥିବା ଦେଖାଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଧୋନିଙ୍କ ଏହି ମଜାଳିଆ ଅନ୍ଦାଜକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଧୋନୀ ତାଙ୍କ ଜିମ୍ ସାଙ୍ଗମାନଙ୍କ ସହିତ ଜଣେ ବନ୍ଧୁଙ୍କ ଜନ୍ମଦିନରେ କେକ କାଟୁଛନ୍ତି।

ଭାଇରାଲ ଭିଡିଓରେ କେକ୍ କାଟିବା ପରେ ଧୋନୀ ପ୍ରଥମେ ତାଙ୍କ ଜିମ୍ ବନ୍ଧୁଙ୍କୁ କେକ୍ ଖାଇବାକୁ ଦେଉଥିବାର ନଜର ଆସିଛନ୍ତି। କେକ୍ ଖୁଆଇବା ସମୟରେ ଧୋନୀ ଅନ୍ୟ ବନ୍ଧୁଙ୍କୁ ମଜାଳିଆ ଶୈଳୀରେ ପଚାରୁଛନ୍ତି ଯେ, କିଏ କିଏ କେକ୍ ଖାଇବେ ଆଉ କିଏ ଡାଏଟ୍ କରୁଛନ୍ତି? ଧୋନୀଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଧୋନୀ ଆଇପିଏଲ ପରେ ଆଣ୍ଠୁ ଅସ୍ତ୍ରୋପଚାର କରିଥିଲେ ଓ ଏବେ ସେ ବିଶ୍ରାମ ନେଉଛନ୍ତି ଏବଂ ପରିବାର ସହ ଛୁଟି କାଟୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button