ଦେଶ ବିଦେଶ

ମହଙ୍ଗା ମାଡ଼: ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। କ୍ରମାଗତ ୫ ମାସ ଧରି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

ତୈଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟ୍ ଅନୁଯାୟୀ ବାଣିଜ୍ୟିକ ସିଲିଣ୍ଡରର ଦରରେ ୧୬.୫୦ଟଙ୍କା ବୃଦ୍ଧି ପାଇଛି। ଏହା କ୍ରମାଗତ ପଞ୍ଚମ ମାସ ଯେତେବେଳେ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି।

ସର୍ବଶେଷ ମୂଲ୍ୟ ଅନୁଯାୟୀ, ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ଦର ୧୮୧୮.୫୦ ଟଙ୍କା ହୋଇଛି। ଗତ ମାସରେ ଅର୍ଥାତ୍ ନଭେମ୍ବରରେ ଏହାର ଦାମ ୧୮୦୨ଟଙ୍କା ବାଣିଜ୍ୟିକ ସିଲିଣ୍ଡରର ଓଜନ ୧୯ କିଲୋଗ୍ରାମ । ଏହା ରେଷ୍ଟୁରାଣ୍ଟ ଇତ୍ୟାଦିରେ ବ୍ୟବହୃତ ହୁଏ। ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି ଯୋଗୁ ରେଷ୍ଟୁରାଣ୍ଟଗୁଡିକ ଖାଦ୍ୟର ଦାମ୍ ବୃଦ୍ଧି ହେବାର ଆଶଙ୍କା ରହିଛି।

କୋଲକାତାରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨୭ ଟଙ୍କା ହୋଇଛି। ନଭେମ୍ବରରେ ଏହାର ଦାମ ୧୯୧୧.୫୦ ଟଙ୍କା ଥିଲା ।ମୁମ୍ବାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୫୪.୫୦ ରୁ ୧୭୭୧ ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୮୦.୫୦ ଟଙ୍କା ହୋଇଛି। ପହିଲାଠାରୁ ପାଟନାରେ ୨୦୨୭.୫୦ ଟଙ୍କାରେ ବାଣିଜ୍ୟିକ ସିଲିଣ୍ଡର ଉପଲବ୍ଧ ହେବ।

ଏଥର ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡରର ଦରରେ କୌଣସି ହ୍ରାସ କିମ୍ବା ବୃଦ୍ଧି ହୋଇନାହିଁ। ଏହା ପୁରୁଣା ଦରରେ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ଦର ୮୦୩ ଟଙ୍କା ରହିଛି। ଯେତେବେଳେ କି, ପାଟନାରେ ଏହାର ଦର ୮୯୨.୫୦ ଟଙ୍କା ଅଛି। ସେହିପରି କୋଲକାତାରେ ଏହାର ଦାମ ୮୨୯ ଟଙ୍କା ଏବଂ ମୁମ୍ବାଇରେ ଏହାର ଦାମ ୮୦୨.୫୦ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡରର ଦର ୮୧୮.୫୦ ଟଙ୍କା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button