ଦେଶ ବିଦେଶ

ଡାକୁ କହିଲେ ଯଦି ସରକାର ପରାମର୍ଶ ଦିଅନ୍ତି ପାକିସ୍ତାନର ବାପାକୁ ମଧ୍ୟ ଧୂଳି ଚଟେଇ ଆସିବୁ । ପାକିସ୍ତାନକୁ ପାନେ ଚଖାଇବା ପାଇଁ ସରକାରଙ୍କଠାରୁ ଅନୁମତି ମାଗିଲା ଡାକୁ !

ପୁଲୱାମାରେ ୧୪ ଫେବୃଆରୀରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଜନତା କେନ୍ଦ୍ର ସରକାରଙ୍କୁ ପାକିସ୍ତାନ ବିପକ୍ଷରେ କଠୋର ପଦକ୍ଷେପ ନେବାକୁ ଦାବି କରୁଥିବା ବେଳେ ପୂର୍ବେ ବିହଡର କୁଖ୍ୟାତ ଡାକୁ ରହିଆସିଥିବା ମଲଖାନ୍ ସିଂହ କହିଛି ଯେ ସେ ନିଜ ୭୦୦ ଜଣ ସାଥିଙ୍କ ସହ ପାକିସ୍ତାନ ସହ ଲଢିବା ପାଇଁ ପ୍ରସ୍ତୁତ ଅଛି ।

ଦସ୍ୟୁ ସରଗନାର କହିବା ଅନୁସାରେ ମଧ୍ୟପ୍ରଦେଶରେ ୭୦୦ ଜଣ ଡାକୁ ଅଛନ୍ତି । ଯାହାଙ୍କ ସହ ମିଶି ସେ ସୀମାରେ ମରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଗଣମାଧ୍ୟମ ସହ କଥା ହୋଇ ମଲଖାନ୍ କହିଛି ଯେ ଯଦି ସରକାର ଆମକୁ ଅନୁମତି ଦିଅନ୍ତି ତେବେ ଆମେ ବିନା ସର୍ତ୍ତରେ , ବିନା ବେତନରେ ଦେଶପାଇଁ ବୋର୍ଡରରେ ହସିହସିି ମରିବାକୁ ପ୍ରସ୍ତୁତ ଅଛୁ ।

ଦସ୍ୟୁ ସରଗନା କହିଛି ଯେ ଆମେ ଚାହୁଁଛୁ ଆମକୁ ସରକାର ବର୍ଡର ପଠାନ୍ତୁ ଏବଂ ହତିଆର ଦିଅନ୍ତୁ ଆମେ ପ୍ରତିଜ୍ଞା କରୁଛୁ କେଉଁ ଯବାନ ସ୍ତ୍ରୀର ମୁଣ୍ଡରୁ ତା ସିନ୍ଦୁରକୁ ପୋଛିବାକୁ ଦେବୁନାହିଁ । ଗୋଟିଏ ସମୟରେ ବିହାଡରେ କୁଖ୍ୟାତ ଡାକୁ ରହି ଆସିଥିବା ମଲଖାନ୍ ସିଂହ କହିଛି ଯେ , “ଆମେ ମରିଗଲେ ମଧ୍ୟ କାହାରି ନାମରେ ଦୋଷ ଲଦି ଯିବୁନାହିଁ ।

ଏଥିପାଇଁ ସରକାର ଆମଠାରୁ ଲିଖିତ ରୁପେ ନେଇପାରିବେ ଯେ ଆମ ମୃତ୍ୟୁ ପାଇଁ ଆମେ ଦାୟୀ ରହିବୁ । ଆମ ବାକି ଜୀବନ ଦେଶର ଋଣ ସୁଝିବା ପାଇଁ ଚେଷ୍ଟା କରିବୁ । ଯଦି ମୁଁ ମୋ କଥାରୁ ପଛକୁ ଫେରିଲି ତେବେ ମୋ ନାଁ ମଲଖାନ୍ ସିଂହ ନାହିଁ ।  ଗାଁ ଏବଂ ଜିଲ୍ଲାରେ ଆମକୁ ଡାକୁ ବୋଲି ସମ୍ବୋଧନ କରୁଥିଲେ ମଧ୍ୟ ଦେଶ ପାଇଁ ଆମେ ଆମ ଜୀବନକୁ ଜଳାଞ୍ଜଳୀ ଦେବାକୁ ପ୍ରସ୍ତୁତ ଅଛୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button