ବିଚାର

ଶ୍ରାବଣ ମାସରେ ୭ ଟି ନାଲି ଶୁଖିଲା ଲଙ୍କା ନେଇ କରନ୍ତୁ ଏହି ଉପାୟ ,

ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଅଗଷ୍ଟ ୧୧ ସକାଳ ୧୦.୩୦ ମିନିଟରେ ଆରମ୍ଭ ହୋଇ ଅଗଷ୍ଟ ୧୨ ସକାଳ ୭.୦୫ ମିନିଟ ପର୍ଯ୍ୟନ୍ତ ରହିବ । ତେଣୁ ୧୧ ରେ ପୂର୍ଣ୍ଣିମା ଏବଂ ୧୨ ରେ ସ୍ନାନ ଦାନ ପୂର୍ଣ୍ଣିମା ଆରମ୍ଭ ହେବ । ଯେହେତୁ ଏହିଦିନ ଗୁରୁବାର ତେଣୁ ଏହିଦିନର ମହତ୍ତ୍ୱ ଅଧିକ ବଢ଼ିଯାଏ । ପୁଣି ରକ୍ଷାବନ୍ଧନ ଭଦ୍ରା ସମୟରେ ପାଳିତ ହୁଏନାହିଁ । ତେଣୁ ତାହା ୧୨ ଅଗଷ୍ଟରେ ହିଁ ପାଳିତ ହେବ ।

ଏହିଦିନ ସ୍ନାନ କରି ଦାନ କଲେ ପିତୃ ଦୋଷରୁ ମୁକ୍ତି ମିଳେ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହିଦିନ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଏହିଦିନରେ ଏକ ଲୋଟା ଜଳରେ ତିଳ ମିଶାଇ ଅର୍ପଣ କଲେ ସବୁ ପାପ ଏବଂ ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ପୂଜାର ବିଧି ଅନୁସାରେ ୧୧ ରେ କେବଳ ସ୍ନାନ ଏବଂ ଦାନ ମାତ୍ର ୧୨ ଅଗଷ୍ଟରେ ସ୍ନାନ , ଦାନ ଏବଂ ତର୍ପଣ । ଶ୍ରାବଣ ମାସ ସକାଳୁ ଉଠି ପବିତ୍ର ନଦୀ ସରୋବରରେ ସ୍ନାନ କରାଯାଏ । ମାତ୍ର ନଦୀ ନଥିଲେ ଘରେ ପାଣିରେ ଗଙ୍ଗା ଜଳ ମିଶାଇ ମଧ୍ୟ ସ୍ନାନ କଲେ ଉତ୍ତମ ଫଳ ମିଳିଥାଏ ।

ଏହାପରେ ବ୍ରତର ସଂକଳ୍ପ ନିଅନ୍ତୁ ଏବଂ ମହାଦେବ , ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ପୂଜା ସହିତ ମହାଦେବ ଏବଂ ଚନ୍ଦ୍ର ଉଦୟ ସମୟରେ ଚନ୍ଦ୍ରଙ୍କ ପୂଜା କରନ୍ତୁ । ଏହିଦିନ ଏକ ମହା ଉପାୟ କରାଯାଇ ପାରେ । ଜୀବନରେ ଅନେକ ସମସ୍ୟା ଆସିଥାଏ । ମାତ୍ର ମନରେ ଅନେକ ସ୍ୱପ୍ନ ଥାଏ । ଯାହା ସମସ୍ୟା କାରଣରୁ ପୁରା ହୋଇପାରେ ନାହିଁ । ବେଳେବେଳେ ଶତ୍ରୁ ଏତେ ବିରକ୍ତ କରନ୍ତି ଯେ ଏପରି ଲାଗିଥାଏ ଜୀବନରେ ସବୁକିଛି ଶେଷ ହୋଇଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନାଲି ଲଙ୍କାକୁ ବ୍ୟବହାର କରି କରାଯାଉଥିବା ମହାଉପାୟ ବିଷୟରେ କହିବୁ । ଯାହାଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ ।

ଯଦି ଜୀବନରେ କରଜ କିମ୍ବା କୌଣସି ପ୍ରକାରର ଆର୍ଥିକ ସମସ୍ୟା ରହିଛି ତେବେ ସକାଳୁ ସ୍ନାନ ପରେ ଜଳ ଅର୍ପଣ କରିବା ସମୟରେ ଲୋଟା ପାଣିରେ କିଛି ନାଲି ଶୁଖିଲା ଲଙ୍କା ମଞ୍ଜି ଦେଇ ଜଳ ଅର୍ପଣ କରନ୍ତୁ ଏବଂ ନିଜର ସମସ୍ୟା ସୂର୍ଯ୍ୟଦେବଙ୍କୁ କୁହନ୍ତୁ । ଏହାପରେ ସେଠାରେ ଛିଡ଼ା ହୋଇ ହନୁମାନ ଚାଳିଶା ପାଠ କରନ୍ତୁ । ପୁରୁଷ ମାନେ ଏହି ଉପାୟ ୨୭ ଦିନ ପର୍ଯ୍ୟନ୍ତ ଲଗାତାର ଏବଂ ମହିଳା ମାନେ ୨୧ ଦିନ ଲଗାତାର କରିବା ଉଚିତ । ଏହାଦ୍ବାରା ଜୀବନର ସବୁପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇଯିବ ।

ଅନେକ ସମୟରେ ଜୀବନରେ ଏତେ ଦୁଃଖ ଆସିଯାଏ ଯେ ସୁଖର ଚିହ୍ନ ବର୍ଣ୍ଣ ହିଁ ନଥାଏ । ତେଣୁ ଏପରି ସମୟରେ ପୁଣି ଶତ୍ରୁ ବଢ଼ି ଯାଆନ୍ତି । ପ୍ରତ୍ୟେକ କ୍ଷେତ୍ରରେ , ଘରେ , ବାହାରେ କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ମାନେ ଖୁବ ସମସ୍ୟା ସୃଷ୍ଟି କରିଥାନ୍ତି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର କିମ୍ବା ଶନିବାର ରାତିରେ ଏହି ଉପାୟ କରନ୍ତୁ । ଶନିବାର ଦିନ ରାତିରେ ଘର ବାହାରକୁ ଯାଇ କୌଣସି ସ୍ଥାନରେ ମାଟିରେ ଏକ ଗାତ ଖୋଳି ଦିଅନ୍ତୁ ।

ଏହାପରେ ବାମ ହାତରେ ପାଞ୍ଚଟି ଶୁଖିଲା ନାଲି ଲଙ୍କା ନେଇ ମୁଣ୍ଡ ଉପର ଦେଇ ପାଞ୍ଚ ଥର ଓଲଟା ବୁଲାଇ ଗାତରେ ପୋତି ଦିଅନ୍ତୁ । ଏହାପରେ ବିନା ପଛକୁ ବୁଲି ଘରକୁ ପଳାଇ ଆସନ୍ତୁ । ଦେଖିବେ ଶତ୍ରୁ ଶାନ୍ତ ହୋଇଯାଏ ଏବଂ ଆଉ ସମସ୍ୟା ସୃଷ୍ଟି କରିବେ ନାହିଁ । ମନେ ରଖନ୍ତୁ ଏହି ଉପାୟ କରିବା ସମୟରେ ଯେପରି ଆଉ କେହି ନଦେଖନ୍ତି ।

ଯଦି ଜୀବନରେ ଅଧିକ ସମସ୍ୟା ଥାଏ ତେବେ ତେବେ ରାତିରେ ଶୋଇବା ପୂର୍ବରୁ ୨୧ ଟି ନାଲି ଶୁଖିଲା ଲଙ୍କା ନେଇ ନିଜ ମୁଣ୍ଡ ଉପର ଦେଇ ଓଲଟା ୨୧ ଥର ବୁଲାଇ ମୁଣ୍ଡ ପାଖରେ ରଖି ଦିଅନ୍ତୁ ଏବଂ ସକାଳୁ ତାହାକୁ ବାହାରକୁ ଫିଙ୍ଗି ଦିଅନ୍ତୁ । ଦେଖିବେ ସବୁ ସମସ୍ୟା ଦୂରେଇ ଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button