ବିଚାର

ସରକାରଙ୍କ ନୂଆ ନିୟମ, ପତ୍ନୀଙ୍କ ନାଁରେ ଘର ସମ୍ପତ୍ତି କିଣିଲେ ମିଳିବ ଅନେକ ଫାଇଦା, ଜାଣନ୍ତୁ କଣ ରହିଛି ସୁବିଧା

କଣ ଆପଣ ବି ଅନେକ ଦିନ ହେଲା ଜମି କିଣିବାକୁ ଭାବୁଥିଲେ ହେଲେ ଋଣ , ଟିକସ , କାଗଜ ପତ୍ର ଝାମେଲା ପାଇଁ କିଣି ପରି ନ ଥିଲେ । ତେବେ ଆଉ କିଛି କଥାର ଚିନ୍ତା କରିବା ଆବଶ୍ୟକ ନାହିଁ । ଏବେ ଜମି କିଣିବା ଆପଣଙ୍କ ପାଇଁ ହୋଇଗଲା ସହଜ । କଣ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି ? ତେବେ ଜାଣନ୍ତୁ ସରକାରଙ୍କ ଏହି ଯୋଜନା ବିଷୟରେ ।

E

ଏ ସବୁ ଝାମେଲାରୁ ମୁକ୍ତି ପାଇବା ପାଇଁ ନିଜ ପତ୍ନୀଙ୍କ ନାମରେ ଘର କିଣନ୍ତୁ । ମହିଳା ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସାଧାରଣତଃ ସରକାର ବିଭିନ୍ନ ଯୋଜନା ଆଣିଥାନ୍ତି । ଏହା ମଧ୍ୟ ସେଥି ମଧ୍ୟରୁ ଗୋଟିଏ ।

ସରକାରଙ୍କ ଯୋଜନା ଅନୁସାରେ ଏଣିକି ମହିଳା ମାନେ ଯଦି ଜମି କିଣୁଛନ୍ତି ତେବେ ତାଙ୍କୁ ଦିଆଯିବ ଅନେକ ସୁବିଧା ସୁଯୋଗ ।ଯେପରିକି ମହିଳା ମାନେ ଜମି କିଣିବା ପାଇଁ ଲୋନ ଚାହିଁଲେ ତାଙ୍କୁ ବ୍ୟାଙ୍କ୍ କମ୍ ସୁଧରେ ଲୋନ ମଧ୍ଯ ପ୍ରଦାନ କରିବ । କାଗଜ ପତ୍ରର ଖର୍ଚ୍ଚ ମଧ୍ଯ ବେଶୀ ରହିବ ନାହିଁ କି ଝାମେଲା ମଧ୍ୟ ହେବ ନାହିଁ । ଟିକସ୍ ମଧ୍ଯ କମ୍ ଦେବାକୁ ପଡ଼ିବ ।

ପଞ୍ଜୀକରଣ କାର୍ଯ୍ୟ କରିବା ପାଇଁ ବହୁ ପରିମାଣର ଷ୍ଟାମ୍ପ ଡ୍ୟୁଟି ଖର୍ଚ୍ଚ ହୁଏ, କିନ୍ତୁ ଅନେକ ରାଜ୍ୟରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିବ। ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଷ୍ଟାମ୍ପ ଡ୍ୟୁଟିରେ ୨ ରୁ ୩ ପ୍ରତିଶତ କମ୍ ଦେବାକୁ ପଡ଼ିବ। ତଥାପି, ଏହା ରାଜ୍ୟଠାରୁ ଭିନ୍ନ ହୋଇପାରେ।

Property

ସେହିପରି ଅନେକ ବ୍ୟାଙ୍କ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ ପୁରୁଷଙ୍କ ପରିବର୍ତ୍ତେ ମହିଳାମାନଙ୍କୁ କମ୍ ସୁଧ ହାରରେ ଋଣ ଦିଅନ୍ତି। ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ ଦ୍ୱାରା ଅନେକ ଋଣ ଯୋଜନା ବିଶେଷ ଭାବରେ ମହିଳାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଯଦି ଆପଣ ନିଜ ପତ୍ନୀଙ୍କ ନାମରେ ଘର କିଣନ୍ତି, ତେବେ ଆପଣ ଏଥିରୁ ଉପକୃତ ହୋଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button