ଧର୍ମ

ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ମଧ୍ୟରେ କିଏ ବଡ ?

ନମସ୍କାର ବନ୍ଧୁଗଣ, ତ୍ରିଦେବଙ୍କୁ ସାରା ସଂସାରର ସୃଷ୍ଟି କର୍ତ୍ତା ବୋଲି ମନାଯାଏ । ପରସ୍ପର ଠାରୁ ଏମାନେ ଅଭିନ୍ନ ଅଟନ୍ତି । ଜଣେ ଜଣଙ୍କଠୁ ବଳି । ତେବେ ଏମାନଙ୍କ ମଧ୍ୟରେ କାହାର ସ୍ଥାନ ସର୍ବ ଶ୍ରେଷ୍ଠରେ ଏହି ପ୍ରଶ୍ନ ନିହାତି ଆପଣ ମାନଙ୍କ ମନରେ ଆସିଥିବ । ତେଣୁ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ମଧ୍ୟରେ କିଏ ବଡ ଅଟନ୍ତି । କିଏ ସବୁଠାରୁ ବେଶି ପ୍ରଭାବଶାଳି ହୋଇଥାନ୍ତି ।

ଶିବ ପୁରାଣ ଅନୁଯାୟୀ ଥରେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ମଧ୍ୟରେ ବିବାଦ ଲାଗିଲା କିଏ ଶ୍ରେଷ୍ଠ ଅଟନ୍ତି । ଏହି ବାଦ ବିବାଦ ଯୁଦ୍ଧ ଆଡକୁ ମଧ୍ୟ ଗ୍ରସର ହେଲା । ଠିକ ଏହି ସମୟରେ ଉଭୟଙ୍କ ମଝିରେ ପ୍ରକଟ ହେଲା ଏକ ଅଗ୍ନି ସ୍ତମ୍ବ । ସେହି ସ୍ତମ୍ବ ମଧ୍ୟରୁ ଏକ ଦେବ ବାଣୀ ଆସିଲା । ତାହା ଥିଲା କି ଯିଏ ଏହି ସ୍ତମ୍ବର ଆଦି ଅନ୍ତକୁ ଖୋଜି ପାଇବ ସେ ହିଁ ଶ୍ରେଷ୍ଠ ବିବେଚିତ ହେବ ।

ତେଣୁ ବ୍ରହ୍ମା ଅଗ୍ନି ସ୍ତମ୍ବର ଉପରକୁ ଗଲେ ଆରମ୍ଭ ଖୋଜିବା ପାଇଁ । ଏବଂ ବ୍ରହ୍ମା ସ୍ତମ୍ବର ତଳକୁ ଗଲେ ତାହାର ଅନ୍ତ ଖୋଜିବା ପାଇଁ । ହେଲେ କାହାରିକୁ ମଧ୍ୟ ସ୍ତମ୍ବର ଆଦି ଅନ୍ତ ମିଳିଲା ନାହିଁ । ତେଣୁ ବିଷ୍ଣୁ ଆସି ନିଜର ପରାଜୟ ସ୍ଵୀକାର କରିଲେ ଏବଂ ସ୍ତମ୍ବର ଅନ୍ତ ନ ପାଇବା କଥାକୁ ଉଲ୍ଲେଖ କରିଲେ । କିନ୍ତୁ ବିଷ୍ଣୁ ନିଜର ପାରଜୟକୁ ସ୍ଵୀକାର କରିଲେ ନାହିଁ ।

ଯାହାଫଳରେ ସେ ମିଛ କହିଲେ କି ତାଙ୍କୁ ସ୍ତମ୍ବର ଆରମ୍ଭ ମିଳିଲା । ଠିକ ଏହି ସମୟରେ ଅଗ୍ନି ସ୍ତମ୍ବରୁ ଶିବ ମହେଶ୍ଵରଙ୍କ  ସ୍ୱରୂପରେ ପରିଣତ ହୋଇ ଆବିର୍ଭାବ ହେଲେ । ଏବଂ ଶିବ କ୍ରୋଧିତ ହୋଇ ଉଠିଲେ ବ୍ରହ୍ମାଙ୍କ କହିଥିବା ମିଥ୍ୟାରେ । ତେଣୁ ମହାଦେବ ତାଙ୍କର ପଞ୍ଚ ମୁଖ ମଧ୍ୟରୁ ଯେଉଁ ମୁଖଟି ମିଥ୍ୟା ପ୍ରକାଶ କରିଥିଲା ତାହାକୁ କାଟିଦେଲେ । ଏହାପରେ ସେ ବ୍ରହ୍ମାଙ୍କୁ ଅଭିଶାପ ଦେଲେ । ତାହା ଥିଲା କି ମର୍ତ୍ତ୍ୟ ଲୋକରେ ବ୍ରହ୍ମା କେଉଁଠାରେ ମଧ୍ୟ ପୂଜା ପାଇବେ ନାହିଁ ।

ବିଷ୍ଣୁଙ୍କ ସଚୋଟତା ଏବଂ ନିର୍ମଳ ସ୍ଵାଭାବର ପ୍ରତିବଦଳରେ ତାଙ୍କୁ ସଂସାରରେ ସବୁଠାରେ ଶିବଙ୍କ ସମକକ୍ଷ ଭାବରେ ପୂଜା ପାଇବାର ବରାଦନ ଦେଲେ ଶିବ । ଏହି କାରଣ ହେତୁ ଶିବ ପୁରାଣ ଅନୁଯାୟୀ ଶିବଙ୍କୁ ଶ୍ରେଷ୍ଠ ବୋଲି ମନାଯାଇଥାଏ । କିନ୍ତୁ ଏହି କଥାର ଆହୁରି ଅନେକ ଅଲଗା ମାନ୍ୟତା ମଧ୍ୟ ରହିଛି ଅଲଗା ଅଲଗା ଗ୍ରନ୍ଥ ଏବଂ ପୋଥି ପୁରାଣରେ ।

ବ୍ରହ୍ମା ସଂସାରର ସୃଷ୍ଟି କର୍ତ୍ତା ଅଟନ୍ତି । ଭଗବାନ ବିଷ୍ଣୁ ଏହି ସାରା ସଂସାରର ପାଳନ କର୍ତ୍ତା ଅଟନ୍ତି । ଏବଂ ଭଗବାନ ମହେଶ୍ଵର ସୃଷ୍ଟିର ବିନାଶ କର୍ତ୍ତା ଅଟନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button