ସ୍ୱାସ୍ଥ୍ୟ

ଯୁବା ଅବସ୍ଥାରେ କାହିଁକି ହେଉଛି ହୃଦଘାତ ? ଆପଣଙ୍କ Heart ଦେଉଛି କି ଏଭଳି ସିଗନାଲ? ତେବେ ହୋଇଯାନ୍ତୁ ସତର୍କ

ନମସ୍କାର ବନ୍ଧୁଗଣ, ହୃଦଘାତ ଜନିତ ରୋଗ ଏବେ ବହୁତ ଜଣଙ୍କ ଠାରେ ଦେଖା ଦେଉଛି । ହୃଦଘାତ ଜନିତ ରୋଗ ଯୁବା ଅବସ୍ତାରେ ଥିବା ବ୍ୟକ୍ତିଙ୍କ ଠାରେ ବେଶି ଦେଖା ଦେଉଛି । ଯାହା ଫଳରେ ଅନେକ ବ୍ୟକ୍ତି ଅକାଳରେ ପ୍ରାଣ ହରାଉଛନ୍ତି । ହୃଦଘାତ ଅଚାନକ ଆଟାକ କରିଥାଏ ଗୋଟିଏ ବ୍ୟକ୍ତିକୁ, କିଛି ଭାବିବା ପୂର୍ବରୁ ହିଁ ସେହି ବ୍ୟକ୍ତିର ଜୀବନ ଚାଲିଯାଇଥାଏ । ତେବେ ଯୁବା ଅବସ୍ଥାରେ କାହିଁକି ବେଶି ହୃଦଘାତ ଦେଖା ଦେଉଛି ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ହୃଦଘାତ ହେବାର ଅନେକ କାରଣ ରହିଛି । ମାନସିକ ଚିନ୍ତା କିମ୍ବା ଖାଦ୍ୟ ପେୟର ନିୟମ ନ ରଖିବା ଇତ୍ୟାଦି ମୂଳ କାରଣ ହୋଇଥାଏ ହୃଦଘାତ ହେବାର । ଫାଷ୍ଟ ଫୁଡ ଖାଦ୍ୟ ଇତ୍ୟାଦି ପ୍ରଚୁର ମାତ୍ରାରେ ଖାଇବା ଦ୍ଵାରା ମଧ୍ୟ ହୃଦଘାତର ଆଶଙ୍କା ବଢିଥାଏ । ମାନସିକ ଶାନ୍ତିରେ ବ୍ୟତିକ୍ରମ ଘଟିବା ହୃଦଘାତର ପ୍ରମୁଖ କାରଣ ହୋଇଥାଏ । ତେଣୁ ଏହି କାରଣ ହେତୁ 30 ବର୍ଷ ପରେ ହୃଦଘାତରେ ଆକ୍ରାନ୍ତ ହେବାର ବେଶି ସମ୍ଭାବନା ରହିଛି ।

ମାନସିକ ଚିନ୍ତାରେ ଘାରି ହେଉଥିବା ବ୍ଯକ୍ତି ଖୁବ କମ ବୟସରେ ହୃଦଘାତର ଶିକାର ହୁଅନ୍ତି । ଅପେକ୍ଷା ଠାରୁ ବେଶି ଚିନ୍ତା କରିବା ଉଚିତ ହୋଇନଥାଏ । କାରଣ ମୁଣ୍ଡ ଉପରେ ଚାପ ପଡିବା ଦ୍ଵାରା ହାର୍ଟ ଉପରେ ସେହି ଚାପର ପ୍ରଭାବ ମଧ୍ୟ ପଡିଥାଏ । ହୃଦଘାତକୁ ଶରୀରରେ ସୃଷ୍ଟି କରିବାର କାରକ ରୋଗ ମାନ ହୋଇଥାଏ ଡାଇବେଟିସ, ଉଚ୍ଚ ରକ୍ତଚାପ, ଶରୀରରେ ଅଧିକ କୋଲେଷ୍ଟ୍ରଲ ଇତ୍ୟାଦି ।

ଯଦି ଆପଣଙ୍କ ଶରୀରରେ ଏହି ରୋଗ ରହିଥାଏ ଏବଂ ଆପଣ ଧଇଁ ସଇଁ ହେବାର ଅନୁଭବ କିମ୍ବା ଛାତିରେ କୌଣସି ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଆପଣ ତୁରନ୍ତ ହିଁ ଡକ୍ଟରଙ୍କ ପାଖକୁ ଯିବା ଉଚିତ । ଏହପରେ ଆପଣ ମାନଙ୍କୁ ecg ପରୀକ୍ଷା କରିବା ଆବଶ୍ୟକ । ଏହି ପରୀକ୍ଷା କରିବା ଫଳରେ ଆପଣ ହୃଦଘାତ ହେବାର ପ୍ରାଥମିକ ଲକ୍ଷଣ ଜାଣିପାରିବେ ।

ଯାହାଫଳରେ ଆପଣ ନିଜ ଶରୀର ଅସୁସ୍ଥ ହେବା ପୂର୍ବରୁ କିମ୍ବା ଜୀବନ ପ୍ରତି ବିପଦ ଆସିବା ପୂର୍ବରୁ ସୂଚନା ପାଇପାରିବେ । ହୃଦଘାତ ଜନିତ ସମସ୍ୟା ପ୍ରାୟତଃ ସହରାଞ୍ଚଳରେ ରହୁଥିବା ଲୋକ ମାନଙ୍କ ଠାରେ ଦେଖା ଦେଇଥାଏ । କାରଣ ସେମାନେ ସବୁବେଳେ ବାହାରର ଅସ୍ଵସ୍ଥକର ଖାଦ୍ୟ ବା ଫାଷ୍ଟଫୁଡ ବେଶି ଖାଇଥାନ୍ତି ।

ଯାହାଫଳରେ ସେମାନଙ୍କ ଶରୀରରେ ଅଲଗା ରୋଗ ସବୁ ଦେଖା ଦେଇଥାଏ ଏବଂ ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ତେଣୁ ଏହା ହାର୍ଟ ବା ହୃଦୟ ଉପରେ ପ୍ରଭାବ ପାକାଇଥାଏ । ଯାହା ପରେ ହୃଦଘାତର ରୂପ ନେଇଥାଏ । ତେଣୁ ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବା ସହ ନିଜର ମାନସିକ ଚିନ୍ତା ସ୍ଥର ମଧ୍ୟ କମାଇବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button