ରାଜନୀତି
ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ହେଲେ ଇଂ ରାମଚନ୍ଦ୍ର ହାଁସଦା – Utkal Mail
ରାଇରଙ୍ଗପୁର: ଭାରତୀୟ ଜନତା ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ମନମୋହନ ସାମଲଙ୍କ ଅନୁମଦନ କ୍ରମେ ଓ ଅନୁସୂଚିତ ଜନଜାତି ମୋର୍ଚ୍ଚା ପ୍ରଦେଶ ସଭାପତି ତଥା ଉମରକୋଟ ବିଧାୟକ ରାଜ୍ୟ ମୋର୍ଚ୍ଚା ପ୍ରଦେଶ ପଦାଧିକାରୀ, ରାଜ୍ୟ କାର୍ଯ୍ୟମରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଘୋଷଣା କରିଛନ୍ତି। ଏହି ପଦାଧିକାରୀ ତାଲିକାରେ ବିଜେପି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ଯୁବନେତା ଇଂ ରାମଚନ୍ଦ୍ର ହାଁସଦାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ଦିଆଯାଛି। ଶ୍ରୀ ହାଁସଦା
ବହୁ ସାମାଜିକ ସଂଘଠନ ସହିତ ଜଡିତ ଅଛନ୍ତି। ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସ୍ୱୟଂମ ସେବକ, ଭାରତୀୟ ମଜ଼ଦୂର ସଂଘ ପରି ଶ୍ରମିକ ସଂଘରେ ଦୀର୍ଘ ଦିନ କାର୍ଯ କରିବାର ଅଭିଜ୍ଞତା ରହିଛି। ଏହା ପୂର୍ବରୁ ସେ ରାଜ୍ୟ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ, ରାଜ୍ୟ ମୋର୍ଚ୍ଚା ଉପ ସଭାପତି ପରି ଗୁରୁ ଦାୟିତ୍ୱ ନିଷ୍ଠାର ସହିତ ସମ୍ପାଦନ କରିଛନ୍ତି ।