ଓଡିଶା

ନୂଆ ଜୀବନ ପାଇଲେ ମହିଳା: ପେଟରୁ ବାହାରିଲା ୧୫କିଲୋ ଓଜନର ଟ୍ୟୁମର

କୋରାପୁଟ: କୋରାପୁଟ ଜିଲ୍ଲାର ଏକ ଗାଁରେ ବସବାସ କରୁଥିବା ଜଣେ ମହିଳାଙ୍କ ପେଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିକିତ୍ସା କରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୁତି ବିଭାଗର ଡାକ୍ତରମାନେ ମହିଳାଙ୍କ ପେଟର ଅସ୍ତ୍ରୋପଚାର କରି ୧୫କିଲୋ ଓଜନର ଟ୍ୟୁମର ବାହାର କରିଥିଲେ। ଏହି ରୋଗୀଙ୍କ ବୟସ ୪୦ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।

ଏହି ଘଟଣାକୁ ନେଇ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୁତି ବିଭାଗର ମୁଖ୍ୟ ଡାକ୍ତର ସୂଜାତା ସ୍ବାଇଁ କହିଛନ୍ତି, ‘ମହିଳାଙ୍କ ପେଟରେ ଗତ ଦୁଇ ବର୍ଷ ହେବ ଭୀଷଣ ବ୍ୟାଥା ହେଉଥିଲା। ସ୍ତ୍ରୀ ଓ ପ୍ରସୁତି ବିଭାଗରେ ମହିଳାଙ୍କୁ ଗତ ଦୁଇ ବର୍ଷ ହେବ ବିଭିନ୍ନ ପରୀକ୍ଷା ପରେ ଟ୍ୟୁମର ହୋଇଥିବା ଜଣା ପଡ଼ିଥିଲା। ହୋଇଥିବା ଟ୍ୟୁମର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ଏହି ଟ୍ୟୁମର ୪୦ * ୨୦* ୨୫ ସେଣ୍ଟିମିଟରର ରହିଥିବା ବେଳେ ୧୫କିଲୋ ଓଜନର ହୋଇଯାଇଥିଲା। ଏତେ ଓଜନର ଟ୍ୟୁମରକୁ ମହିଳା ଜଣକ ପେଟରେ ଧରି ବୁଲୁଥିବା କଥାକୁ ସେ ଜାଣି ପାରୁ ନଥିଲେ।

ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଚିକିତ୍ସା ପାଇଁ ଗତ ଦୁଇ ବଷର୍ ହେବ ମେଡିକାଲ କଲେଜକୁ ଆସିଥିଲେ ଆମେ ସମସ୍ତେ ତାଙ୍କ ପେଟର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ଚିକିତ୍ସା ପରେ ମହିଳାଙ୍କୁ ତୁରନ୍ତ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ରହିବାକୁ କହିଥିଲୁ। କାରଣ ଯେତେ ବିଳମ୍ବ ହେବ ତାଙ୍କ ଜୀବନ ପ୍ରତି ସେତେ ବିପଦ ବଢ଼ିବ। ଏହାପରେ ସଙ୍ଗେସଙ୍ଗେ ମହିଳାଙ୍କ ଜଟିଳ ଅସ୍ତ୍ରୋପଚାର ଆରମ୍ଭ କରିଥିଲୁ। ଏହା ଆମ ପାଇଁ ସହଜ ନଥିଲେ। ସାମାନ୍ୟ ବି ଅସାବଧାନତା ହୋଇଥିଲେ ମହିଳାଙ୍କ ଜୀବନ ଚାଲିଯିବାର ଅନେକ ଆଶଙ୍କା ଥିଲା ବୋଲି କହିଛନ୍ତି ଡ. ସ୍ବାଇଁ।

ଭଗବାନଙ୍କ କୃପାରୁ ଅସ୍ତ୍ରୋପଚାର ସଫଳ ରହିଥିଲା। ଚିକିତ୍ସା ପରେ ମହିଳା ଜଣକ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।ଆଇସିୟୁର ଭର୍ତ୍ତି ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ମହିଳାଙ୍କ ପେଟ ବଢ଼ିବା ସହ ତାଙ୍କ ନିଶ୍ବାସ ପ୍ରଶ୍ବାସ ବି କମିବା ସହ ୯୬ ରହିବା ସ୍ଥାନରେ ୮୪ରୁ ୮୫ ରହୁଥିଲା ବୋଲି କହିଛନ୍ତି ମେଡିକାଲ କଲେଜର ନିଶ୍ଚେତକ ବିଭାଗର ସହକାରୀ ପ୍ରପେସର ଡ.ଗୋପାଳ ନାୟକ। ମହିଳାଙ୍କ ଅସ୍ତ୍ରପ୍ରଚାର ସ୍ତ୍ରୀ ଓ ପ୍ରସୁତି ବିଭାଗର ମୁଖ୍ୟ ସୂଜାତା ସ୍ବାଇଁ, ଡାକ୍ତର ମିଲନ ସିହ୍ନା ଓ ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ପ୍ରଭାତି ରାଣି ମିଶ୍ର, ଓ ଡ. ଗୋପାଳ ନାୟକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button