ଦେଶ ବିଦେଶ

ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଆବୁଧାବି ଯାଉଥିବା ‘ଇଣ୍ଡିଗୋ’ ବିମାନ – Utkal Mail


ନୂଆଦିଲ୍ଲୀ: ‘ହାଇଡ୍ରଲିକ୍‌’ ଅଚଳ ହୋଇଯାଇଥିବା ସନ୍ଦେହ କରି ଶନିବାର ରାତିରେ ଲକ୍ଷ୍ନୌରୁ ଆବୁଧାବି ଯାତ୍ରା କରୁଥିବା ଗୋଟାଏ ‘ଇଣ୍ଡିଗୋ’ ବିମାନ ଦିଲ୍ଲୀ ବିମାନ ବନ୍ଦରରରେ ଜରୁରୀ ଅବତରଣ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ରାତି ୧୦.୪୨ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା ଉକ୍ତ ‘ଇଣ୍ଡିଗୋ’ ବିମାନରେ ୧୫୫ଜଣ ଯାତ୍ରୀ ଥିଲେ।

ବିମାନ ନମ୍ବର ‘୬ଇ୦୯୩’ର ଜରୁରୀ ଅବତରଣ ସଂକ୍ରାନ୍ତରେ ‘ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌’ ତୁରନ୍ତ କୌଣସି ବିବୃତି ଜାରି କରିନାହିଁ।

Image Courtesy of PTI

ଉଲ୍ଲେଖଯୋଗ୍ୟ, ୨ ସପ୍ତାହ ତଳେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ‘ଇଣ୍ଡିଗୋ’ ବିମାନ ଉଡ଼ାଣ ଆରମ୍ଭ କରିବା ପରେ ପରେ ଗୋଟାଏ ପକ୍ଷୀ ସହିତ ଧକ୍କା ଖାଇବାରୁ ଭୁବନେଶ୍ବର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା।

ସେହିପରି, ଅଗଷ୍ଟ ମାସରେ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ଆଉ ଏକ ‘ଇଣ୍ଡିଗୋ’ ବିମାନ ନାଗପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ବିମାନର ଅସୁସ୍ଥ ଯାତ୍ରୀଜଣକ ରକ୍ତବାନ୍ତି କରିଥିଲେ। ଡାକ୍ତରଖାନା ନିଆଯିବା ସତ୍ତ୍ବେ ତାଙ୍କ ଜୀବନ ରକ୍ଷା କରାଯାଇ ପାରି ନ ଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button