Live
ଟ୍ରେନ ଲାଇନ ତଳୁ ମିଳିଲା ଯୁବକଙ୍କ ଶବ
କଟକ, ୮/୯ କଟକ ରେଲୱେ ଷ୍ଟେସନ ନିକଟ ଓଏମପି ଓଭର ବ୍ରିଜ ତଳୁ ଜିଆରପି ପୋଲିସ ବେକ ଓ ମୁଣ୍ଡ ଅଲଗା ହୋଇଯାଇଥିବା ଜଣେ ଯୁବକଙ୍କ ଶବକୁ ଜବତ କରିଛି । ଏ ସଂକ୍ରାନ୍ତରେ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ସେ ଏଭଳି ଘଟଣା ଘଟିଛି ତାହାର ତଦନ୍ତ ଜାରି ରହିଛି । ତେବେ ମୃତକ ନିକଟରୁ ମିଳିଥିବା ଆଧାର କାର୍ଡ ଅନୁଯାୟୀ ତାଙ୍କ ନାମ ସନ୍ତୋଷ ଖୁସୱାହ ଓ ଘର ମଧ୍ୟପ୍ରଦେଶର ଅଶୋକ ନଗରସ୍ଥିତ ମୁଙ୍ଗାଓଲି ବୋଲି ଜଣାପଡିଛି ।