ମନୋରଞ୍ଜନ

ନିଜ ବିବାହକୁ ନେଇ କିଛି ମେଇତି କହିଲେ ଜୀବନସାଥୀ ସିରିଏଲ ଅଭିନେତା Vikram Mohanty (Raju), ଦେଖନ୍ତୁ ତାଙ୍କ ସ୍ଵତନ୍ତ୍ର ସାକ୍ଷାତକାର

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ସାରଥିକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ଜୀବନ ସାଥି” ନିଶ୍ଚୟ ଦେଖିଥିବେ । ଏଥିରେ ରାଜୁ ଚରିତ୍ର ରେ ଯେଉଁ ଅଭିନେତା ଅଭିନୟ କରୁଥିଲେ ସେ ଗତ କିଛି ସମୟ ହେବ ଗଣାମଧ୍ୟମରେ ନିଜର ମ୍ୟାରେଜକୁ ନେଇ ବଡ ବୟାନ ଦେଇଛନ୍ତି । ଅଭିନେତା ବିକ୍ରମ ମହାନ୍ତି ଉର୍ଫ ରାଜୁ କହିଛନ୍ତି ଯେ “ଲଭ କମ ଫ୍ରେଣ୍ଡସିପ କମ ଆରେଞ୍ଜ ମ୍ୟାରେଜ ହୋଇଛି ଆମର ।

ମୋ ସାଙ୍ଗ ଅମର, ଜେସୀ, ପ୍ରଶାନ୍ତ ଯିଏ ସବୁବେଳେ କୁହନ୍ତି ତୁମେ ଦୁଇ ଜଣ ବାହା ହୋଇଯାଅ କିନ୍ତୁ ଆମର ଭଲ ବନ୍ଧୁତା ଥିଲା । ସେମାନେ ନେଇ ଆମ ଦୁଇ ଜଣଙ୍କର ଜାତକ ମିଶାଇ ଦେଲେ । ତା ପରେ ଜାତକ ମିସିଗଲା ଆଉ ଘରେ କଥା ପଡିଗଲା । ତା ପରେ ବାହାଘର ହୋଇଗଲା । ଆମ ବାହାଘର 2020 ରେ ହୋଇଥିଲା । ମୋ ସ୍ତ୍ରୀ ମୋର ଭଲ ସାଙ୍ଗ ଥିଲେ । ସେ ବି ଜଣେ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି ।

ମୋ ସ୍ତ୍ରୀ ଜୀବନ ସାଥି ସିରିଏଲରେ ମୋ ସହ ଅଭିନୟ କରିଥିଲେ । ଯେତେବେଳେ ବାହାଘର କଥା ଉଠିଥିଲା ସେତେବେଳେ ମୁଁ ମନା ବି କରିପାରିଲି ନାହି । ମୋ ସ୍ତ୍ରୀ ଙ୍କ ପାଇଁ ମୋ ମନରେ ଫିଲିଙ୍ଗ୍ସ ମଧ୍ୟ ଥିଲା । ଆଗ ଜାତକ ମିଶିଲା ତା ପରେ ପ୍ରଶାନ୍ତ, ଆନନ୍ଦ କହିଲେ ତୁମେ ଦୁଇ ଜଣ ବାହା ହେବ । ଆମେ କିନ୍ତୁ କିଛି ଭାବି ନ ଥିଲୁ । ଏଟା ମୋ ପାଇଁ ଭଲ ଅପ୍ସନ ଥିଲା ।

କାରଣ ତାଙ୍କୁମୁଁ ଆଗରୁ ଜାଣିଛି ସେ କେମିତିକା ପିଲା ତାଙ୍କର ମୋର ମାଇଣ୍ଡ ମ୍ଯାଚ କରେ । ଭାବିଲି ଏଟା ବହୁତ ଭଲ ପିଲା ଆଉ ତାଙ୍କୁ ନେଇ ମୁଁ ଆଗକୁ ବଢି ପାରିବି । ଜାତକ ମିଶିବା କଥା ଆମେ ଦୁଇ ଜଣ ଜାଣିଥିଲୁ । ସେ ମଧ୍ୟ ମନା କରିପାରିଲେ ନାହି । ସେହି ସମୟରେ ତାଙ୍କ ଘରେ ମଧ୍ୟ ବାହାଘର ପାଇଁ ଖୋଜା ଖୋଜି ହେଉଥିଲା । ସେ ବି ଯେମିତିକା ପିଲା ଖୋଜୁଥିଲା ସେମିତି ମିଳିଗଲା ।

ମୁଁ ଘରେ ଯାଇ କହିଲି ଆଉ ମୋ ଘରେ ରାଜି ହୋଇଗଲେ । ବାହାଘର ଦୁଇ ବର୍ଷ ହେଲାଣି ଆଉ ଅମାର ପୁଅ ମଧ୍ୟ ଗୋଟେ ଅଛି । ମୁଁ ବର୍ତ୍ତମାନ ସିନେମା କରୁଛି ସେଥିପାଇଁ ଘରେ ଅଧିକ ସମୟ ରହିପାରୁ ନାହି । ତେଣୁ ଘରେ ତ କେହି ଜଣେ ରହିବା ଦରକାର । ବର୍ତ୍ତମାନ ତାଙ୍କୁ ଷ୍ଟାର କିରଣ ରେ ଅଫର ଆସିଥିଲା । ବହୁତ ଭଲ ଚରିତ୍ର ଥିଲା । କିନ୍ତୁ ସେ ମନା କରି ଦେଲେ କାରଣ ଆମ ପୁଅକୁ ମାତ୍ର ଦେଢ ବର୍ଷ ।

ଆଗକୁ ପିଲା ବଡ ହେଲେ ସେ ନିଶ୍ଚୟ ନିଜର କ୍ଯାରିୟର ଦିଗରେ ଧ୍ୟାନ ଦେବେ । ମୁଁ ଷ୍ଟାର କିରଣ ରେ ଅଭିନୟ କରିବାକୁ କହିଥିଲି କିନ୍ତୁ ସେ ତାଙ୍କ ଆଡୁ ମନା କରିଲେ । ଆଉ କହିଲେ ଛୁଆର ଧ୍ୟାନ ରଖିବା ଏବେ ବହୁତ ଜରୁରୀ ଅଟେ । ମୋ ସ୍ତ୍ରୀ ବହୁତ ଭଲ ରୋଷେଇ କରନ୍ତି । ସେ ଭେଣ୍ଡି ମସାଲା ବହୁତ ଭଲ କରନ୍ତି” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button