ଦେଶ ବିଦେଶ

ଏକ ଏଭଳି ଗାଁ ଯେଉଁଠି ପଥର ଦେଲେ ମିଳେ ମୁଲ୍ୟବାନ ଜିନିଷ, ଏହି ଗାଁ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ… ଦେଖନ୍ତୁ Video

ବନ୍ଧୁଗଣ ସମସ୍ତେ ଜାଣନ୍ତି ଟଙ୍କାରେ ଆମେ କିଛି ବି ଜିନିଷ କିଣିପାରିବା ବା ବିକିପାରିବା ନାହି । ବହୁ ପୂର୍ବ କାଳରୁ ଆମେ ଟଙ୍କାର ବ୍ୟବହାର କରି ଆସୁଛୁ । ଯେବେ ଟଙ୍କାର ପ୍ରଚଳନ ଆରମ୍ଭ ହୋଇନ ଥିଲା ସେତେବେଳେ ଅଦଳବଦଳ ସିଷ୍ଟମ ଚାଲିଥିଲା । କିନ୍ତୁ ବିଶ୍ବରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ଟଙ୍କାର ପ୍ରଚଳନ ଆରମ୍ଭ ହୋଇ ନାହି । ସେଠାରେ କୌଣସି କାଗଜ ନୋଟ ବ୍ୟବହାର ହୋଇନ ଥାଏ ।

ସେଠାରେ ପଥର ଦେଇ ଯେ କୌଣସି ମୂଲ୍ୟବାନ ଜିନିଷକୁ କିଣାଇ ଯାଇ ପାରିବ । ପ୍ରଶାନ୍ତ ମହାସାଗର ମଝିରେ 100 ସ୍କୋୟାର କିମିର ଏକ ଦ୍ଵିପ ରହିଛି । ଏଠାରେ ପାଖପାଖି 12 ହଜାର ଲୋକ ବାସ କରନ୍ତି । ଏହି 12 ହଜାର ଲୋକଙ୍କୁ ନେଇ ଅନେକ ଗାଁ ଗଢି ଉଠିଛି । ଏହି ଗଣରେ ଧନୀ ଓ ଗରିବ ଲୋକ ବି ରହିଛନ୍ତି । ଯେଉଁ ବ୍ୟକ୍ତିଙ୍କ ପାଖରେ ଯେତେ ଅଧିକ ବା ଯେତେ ବଡ ପଥର ରହିଥିବ ସେ ହିଁ ଏଠାରେ ଧନୀ ଶ୍ରେଣିରେ ଆସିଥାଏ ।

କମ ପଥର ଓ ଛୋଟ ପଥର ଥିବା ବ୍ୟକ୍ତି ଗରିବ ଶ୍ରେଣୀରେ ଆସିଥାନ୍ତି । ଏହି ଦ୍ଵିପରେ ଷ୍ଟୋନ କରେନ୍ସି ବ୍ୟବହାର କାହିଁକି ଓ କେବେ ଠାରୁ ପ୍ରଚଳିତ ହେଉଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନ ଥିଲେ ବି ଅନୁମାନ କରା ଯାଉଛି ଏଠାରେ କୌଣସି ଧାତୁ ବା କଞ୍ଚା ମାଲ ମିଳୁ ନ ଥିବାରୁ ଏଠାରେ ଷ୍ଟୋନ କରେନ୍ସିର ବ୍ୟବହାର ହୋଇ ଆସୁଛି । ଏଠାରେ କେହି ସେନା ନାହାନ୍ତି । ଲୋକଙ୍କ ସୁସମ୍ପର୍କ ପାଇଁ ଏହି ଦ୍ଵିପ ଚାଲି ଆସିଛି ।

ବହୁ ପୂର୍ବରୁ ଚୂନ ପଥରକୁ ଏଠାରେ କରେନ୍ସି ଭାବେ ବ୍ୟବହାର କରି ଆସୁଥିଲେ ଲୋକେ । ଏହି ଚୂନ ପଥର ପାଇଁ ଲୋକଙ୍କୁ ଦଣ୍ଡାରେ ବସି 400 କିମି ପୋଲାଓ ଦ୍ଵିପକୁ ଯିବାକୁ ପଡୁଥିଲା । ଚୂନ ପଥର କିଣିବା ପାଇଁ ଅଧିକ ମୁଲ୍ୟ ଦେବାକୁ ପାଉଥିଲା । ତେଣୁ ଏହି ପଥରକୁ ଲୋକେ ଛାଡି ଅନ୍ୟ ଏକ ପଥରକୁ କରେନ୍ସି ଭାବେ ବ୍ୟବହାର କରିବା ଆରମ୍ଭ କରିଥିଲେ ।

ପଲାଓ ଦ୍ଵିପକୁ ଯାଇ ସେଠାରୁ ପଥର ଧରି ନିଜ ଦ୍ଵିପକୁ ଫେରି ଆସନ୍ତି ଲୋକେ । ସବୁଠାରୁ ବଡ କଥା ହେଉଛି ଷ୍ଟୋନ କରେନ୍ସିକୁ ଚିହ୍ନିବା ପାଇଁ ମାଲିକର ନାଁ, ମୂଲ୍ୟ, ଗାଁ ର ନାଁ ଲେଖା ଯାଇଥାଏ । ଲେଖାରୁ ହିଁ ଷ୍ଟୋନ କରେନ୍ସିର ମୂଲ୍ୟ ଜଣାପଡିଥାଏ । ଛୋଟ ଜିନିଷ କିଣିବା ଠାରୁ ଆରମ୍ଭ କରି ବଡ ଡିଲ ଯାଏଁ ଷ୍ଟୋନ କରେନ୍ସି ବ୍ୟବହାର ହୋଇ ଆସୁଛି ।

ବଡ ବଡ ଡିଲ ରେ ବ୍ୟବହାର ହେଉଥିବା ବଡ ବଡ ପଥରକୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବା ସମ୍ଭବ ହୋଇନ ଥାଏ । ତେଣୁ ସେହି ପଥରରେ ମାଲିକ ର ନାଁ ଲେଖି ସେଠାରେ ଛାଡି ଦିଆଯାଏ । ତେବେ ବର୍ତ୍ତମାନ ଏହି ଦ୍ଵିପ ଧୀରେ ଧୀରେ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚୟ ପାଇବାକୁ ଲାଗିଥିବାରୁ ଉନ୍ନତି ଘଟିବାରେ ଲାଗିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button