ଦେଶ ବିଦେଶ

ନେପାଳ ବିମାନ ଦୁର୍ଘଟଣାର ଲୋମ ଟାଙ୍କୁରା ଦୃଶ୍ୟ, କ୍ରାଶ ହେବା ପୂର୍ବରୁ Live ଭିଡିଓ କରୁଥିଲେ ଯାତ୍ରୀ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପ୍ରତି ଦିନ ଆମ ଦେଶରେ ବିମାନ ରେ ଯାତ୍ରୀ ମାନେ ଯାତ୍ରା କରିଥାନ୍ତି । ବିମାନ ରେ ଯାତ୍ରା କରିବା ବହୁତ ସହଜ ହୋଇଥାଏ । କିନ୍ତୁ ଅନେକ ସମୟରେ ବିମାନ ରେ ଯାତ୍ରା କରିବା ସମୟରେ ଦୁର୍ଘଟଣା ମଧ୍ୟ ଘଟିଥାଏ । ଏହି ଦୁର୍ଘଟଣା କୌଣସି କାରଣ ବଶତ ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମଧ୍ୟ ଘଟିଥାଏ ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ସ୍ତବ୍ଧ ହୋଇଯିବେ । ତେବେ ବିମାନ ଟି ଏମିତି ଭାବେ ଦୁର୍ଘଟଣା ଗ୍ରସ୍ତ ହୋଇଛି କି ଆପଣ ଦେଖିଲେ ସ୍ତବ୍ଧ ହୋଇଯିବେ । ବର୍ତ୍ତମାନ ସାମନା କୁ ଆସିଲା ନେପାଳ ବିମାନ ଦୁର୍ଘଟଣା ର ଲାଇଭ ଭିଡିଓ । ଏ ଭିଡିଓ ଟି ରେକର୍ଡ ହୋଇଛି ଜଣେ ଯାତ୍ରୀ ଙ୍କ ମୋବାଇଲ କ୍ଯାମେରା ରେ ।

ଯାହାର ଦୃଶ୍ୟ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ନିଶ୍ଚୟ ବିଚଳିତ କରି ଦେବ । ଦୁର୍ଘଟଣା ର କିଛି ସମୟ ପୂର୍ବ ରୁ ଫେସବୁକ ରେ ଲାଇଭ ଭିଡିଓ କରୁଥିଲେ ଉତ୍ତର ପ୍ରଦେଶର ଜଣେ ଉବକ । ସୂଚନା ଅନୁଯାୟୀ ଦୁର୍ଘଟଣା ଗ୍ରସ୍ତ ବିମାନ ରେ ଥିଲେ ଉତ୍ତର ପ୍ରଦେଶର ଗାର୍ଜିପୁର ର 4 ଜଣ ଯୁବକ ଯାହାଙ୍କର ନାମ ହେଉଛି ଶୋନୁ ଗୋଶ୍ଵାଲ, ଅନିଲ ରାଜବର, ଅଭିଷେକ ସିଂ କୁଶ୍ବାଲ ଓ  ଭିଷାଲ ଶର୍ମା ।

ଗତ 13 ତାରିଖରେ କାଠମାଣ୍ଡୁ ପଶୁପତି ନାଥ ମନ୍ଦିର ରୁ ପୂଜା କରି ପୋଖରା ଯାଉଥିଲେ ପରା ଗ୍ରାଇଡିଙ୍ଗ କରିବାକୁ । ପୋଖରା ଏୟାର ପୋର୍ଟ ରେ ବିମାନ ଅବତରଣ କରିବା ପୂର୍ବ ରୁ ଜଣେ ଯୁବକ ଫେସବୁକ ଭିଡିଓ ର ଲାଇଭ କରୁଥିଲେ । ଏହି ଭିଡିଓ ରେ ସେମାନଙ୍କୁ ଦେଖିବାକୁ ମିଳିଛି । ଏହି ଭିଡିଓ ରେ ସେମାନେ କହୁଛନ୍ତି ମଉଜ ଗର୍ଦି ଏହାର ଅର୍ଥ ମଜା ଆସିଗଲା ।

ହେଲେ ଠିକ ସେତିକି ବେଳେ ଭାରସାମ୍ୟ ହରାଇ ବସିଲା ବିମାନ । ବିମାନରେ ନିଆଁ ଲାଗିବା ପରେ ସେହି ଦ୍ରୁଶ୍ଯ ମଧ୍ୟ ମୋବାଇଲ କ୍ୟାମେରା ରେ କଏଦ ହୋଇ ଯାଇଛି । ଏହି ଦେଢ ମିନିଟ ର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button