ସ୍ୱାସ୍ଥ୍ୟ

ସପ୍ତାହରେ ମାତ୍ର ଦୁଇଥର ପିଅନ୍ତୁ, ଗ୍ୟାସ, ଏସିଡିଟି, କବଜ ଭଳି ସମସ୍ୟା ସବୁଦିନ ପାଇଁ ଭଲ ହୋଇଯିବ

ବନ୍ଧୁଗଣ ଆଜିକାଲି ଅଧିକାଂଶ ବ୍ୟକ୍ତି ପେଟ ସମ୍ୱନ୍ଧୀତ ଅନେକ ସମସ୍ୟାରେ ପୀଡିତ ହେଉଛନ୍ତି, ଖାଦ୍ୟ ଭଲରେ ହଜମ ନହେବା ତାହା ସହିତ ଗ୍ୟାସ ହେବା ଏହା ସହିତ ଏସିଡିଟି ପରି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ |ଯଦି ବ୍ୟକ୍ତିର ପେଟ ଜନିତ ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ ତେବେ ସେହି ବ୍ୟକ୍ତିଙ୍କୁ କୌଣସି କାର୍ଯ୍ୟ କରିବା ପାଇଁ ଭଲ ଲାଗେନାହିଁ |ଆପଣ ଏହିପରି ପେଟ ଜନିତ ରୋଗକୁ ଭଲ କରିବା ପାଇଁ ଯେତେ ଔଷଧ ସେବନ କଲେ ମଧ୍ୟ ତାହା ଆପଣଙ୍କ ପେଟ ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ସମ୍ପୂର୍ଣ ଭଲ ହୋଇନଥାଏ |ମୁଁ ଆଜି ଆପଣଙ୍କୁ ଏମିତି ଏକ ସୁନ୍ଦର ପ୍ରାକୃତିକ ହୋମ ରିମିଡ଼ି ବିଷୟରେ କହିବି ଯାହାକୁ ଆପଣ କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ହୋମ ରିମିଡ଼ି ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆବଶ୍ୟକ ସାମଗ୍ରୀ :-ଲେମ୍ବୁ, ପୋଦିନା ଏବଂ ଅଦା

ପ୍ରସ୍ତୁତି :-ଆପଣ ନିଜର ପେଟ ଜନିତ ଏସିଡିଟି କିମ୍ବା ଗ୍ୟାସ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ଘରେ ଏକ ସୁନ୍ଦର ଡ୍ରିଙ୍କ ପ୍ରସ୍ତୁତ କରି ପାରିବେ |ଆପଣ ଘରେ ସକାଳେ ଏକ କାଚ ଗ୍ଲାସରେ ଏକ ଗ୍ଲାସ ଫୁଲ ପାଣି ନିଅନ୍ତୁ ପରେ ଆପଣ ଏକରୁ ଦୁଇ ପିସ ଲେମ୍ବୁ କାଟି ଏହି ପାଣିରେ ପକାନ୍ତୁ, ଧ୍ୟାନ ଦେବେ ଯେପରି ଏହି ଲେମ୍ବୁରେ ମଞ୍ଜି ନରହିବ |ପରେ ଆପଣ ଏଥିରେ ଦୁଇଟି ଛୋଟ ପିସ ଅଦା ସହିତ ପାଞ୍ଚଟି ପୋଦିନା ପାତ୍ର ନେଇ ତାହାକୁ ଭଲ ଭାବରେ ଧୋଇ ସେହି କାଚ ଗ୍ଲାସରେ ପାଣିରେ ପକାନ୍ତୁ |

ଏହି ସମସ୍ତ ସାମଗ୍ରୀ ଏହି ପାଣିରେ ପକାଇ ସେହି ପାଣି ଭଲ ଭାବରେ ଢାଙ୍କୁଣୀ ଦେଇ ତାହାକୁ ପାଞ୍ଚ ଘଣ୍ଟା ପ୍ରଯ୍ୟନ୍ତ ରଖନ୍ତୁ ଯେପରି ଏଥିରେ ଥିବା ସମସ୍ତ ସାମଗ୍ରୀର ପୋଷାକ ତତ୍ୱ ଏହି ପାଣିରେ ମିଶିଯିବ |ଏହି ସମସ୍ତ ସାମଗ୍ରୀ ଆପଣ ପାଣିରେ ପକାଇ ଅଧିକ ସମୟ ରଖନ୍ତୁ ନାହିଁ |ପରେ ଆପଣ ଏହି ପାଣିକୁ ଛାଣି ଅନ୍ୟ ଏକ କାଚ ଗ୍ଲାସରେ ରଖି ଏହାର ସେବନ କରନ୍ତୁ

ବ୍ୟବହାର :-ଆପଣ ପ୍ରସ୍ତୁତ କରିଥିବା ଡ୍ରିଙ୍କ ଆପଣ କେବେ ରାତି ସମୟରେ ବ୍ୟବହାର କରନ୍ତୁ ନାହିଁ ଏହାକୁ ଆପଣ କେବଳ ଦିନ ସମୟରେ ବ୍ୟବହାର କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ |ଏହା ସହିତ ଆପଣ ଏହି ଡ୍ରିଙ୍କ ସକାଳ ପ୍ରସ୍ତୁତ କରି ସକାଳ ଦଶରେ ପିଇଲେ ଭଲ ହୋଇଥାଏ, ଏହି ଡ୍ରିଙ୍କ ଆପଣ ଏକ ସମୟରେ ନପିଇ ତାହାକୁ ଅଳ୍ପ ଅଳ୍ପ କରି ପିଇବା ଭଲ ହୋଇଥାଏ |ଏହିପରି ଆପଣ ଏହି ଡ୍ରିଙ୍କ କିଛି ଦିନ ଯଦି ଲଗାତାର ଭାବରେ ବ୍ୟବହାର କରିବେ ତେବେ ଆପଣଙ୍କ ଏହି ପେଟ ଜନିତ ଗ୍ୟାସ ସମସ୍ୟା କିମ୍ବା ଏସିଡିଟି ଭଳି ସମସ୍ୟାକୁ ସମ୍ପୂର୍ଣ ଦୂର କରି ଦେଇଥାଏ |ଯାହାଦ୍ଵାରା ଆପଣ ସମ୍ପୂର୍ଣ ସୁସ୍ଥ ହୋଇଯାଇଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button