ଦେଶ ବିଦେଶ

ବର୍ଷେ ଧରି ସେବା କଲେ, ଆଉ ଏବେ ରୋଗୀଟିର ମୃତ୍ୟୁ ପରେ ନିଜେ ଶବ ଦାହ କରି ଦୁନିଆ ପାଇଁ ସାଜିଲେ ଉଦାହରଣ… Dr. Sankar Ramchandani

ନମସ୍କାର ବନ୍ଧୁଗଣ, ସମାଜ ରେ ଦିନକୁ ଦିନ ହଜି ଯାଉଛି ମାନବିକତା । ଯାହାର ଅନେକ ଘଟଣା ପ୍ରତିଦିନ ଆମ ଆଖ ପାଖ ରେ ଦେଖିବାକୁ ମିଳୁଛି । ହେଲେ ସମାଜରେ ଏମିତି ବି ଲୋକ ଅଛନ୍ତି ଯିଏ ନିସ୍ଵାର୍ଥପର ଭାବେ ସେବା କରୁଛନ୍ତି । ଏମିତି ଜଣେ ମଣିଷ ହେଉଛନ୍ତି ଡାକ୍ତର ଷ୍ଣକାର ରାମଚନ୍ଦାନି । ଯିଏ ମାନବ ସେବାକୁ ମାଧବ ସେବାକୁ ନିଜ ଜୀବନର ମୂଳମନ୍ତ୍ର ବୋଲି ଧରି ନେଇଛନ୍ତି ।

ଟଙ୍କିକିଆ ଡାକ୍ତର ଭାବେ ପରିଚିତ ବୁର୍ଲାର ଡାକ୍ତର ଶଙ୍କର ରାମଚନ୍ଦାନି ଏବେ ପୁଣି ଚର୍ଚ୍ଚାରେ । ପୁଣି ସେ ମହାନ ହୃଦୟରେ ଏମିତି ଏକ କାର୍ଯ୍ୟ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ଏତେ ପ୍ରଶଂସା କରିଲେ ବି କମ ହେବ । ଘଟଣା ଟି ବୁର୍ଲା ମେଡିକାଲରେ । ଦେବଗଡରୁ ଆଶ୍ରମ ରୁ ଆସିଥିବା ଜଣେ ମହିଳା ରୋଗୀ ଯାହାଙ୍କ ନାମ ହେଉଛି ଦେବୀ ସାହୁ ଯିଏ କି  ପାଖାପାଖି 1 ବର୍ଷ ହେବ ଏହି ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ଆଶ୍ରମ କର୍ତ୍ତୁପକ୍ଷ ମଧ୍ୟ ତାଙ୍କୁ ଏହି ମେଡିକାଲରେ ଛାଡି ଚାଲି ଯାଇଥିଲେ । ଯାହା ଫଳରେ ପିଜି ଛାତ୍ର, ସେବିକା ଓ ଡାକ୍ତର ଏହି ରୋଗୀଙ୍କୁ ଚିକିତ୍ସା କରିବା ସହ ତାଙ୍କର ଦେଖାଶୁଣା କରୁଥିଲେ । ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଥିଲା । ହେଲେ ଗତ ରବିବାର ରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଆଉ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଅସହାୟ ରୋଗୀଙ୍କର ସବ ବ୍ୟବଛେଦ ପାଇଁ କେହି ଆସି ନ ଥିଲେ । ଶେଷରେ ଡାକ୍ତର ଶଙ୍କର ରାମଚନ୍ଦାନୀ ବୁର୍ଲା ସ୍ଵର୍ଗଦ୍ଵାରରେ ଶବ ଦାହ କରିଥିଲେ । ଜଣେ ମାର ମୃତ୍ୟୁ ହେଲେ ଯେପରି ଗୋଟେ ପୁଅ ଶେଷକୃତ୍ୟ ସମ୍ପନ୍ନ କରେ ଠିକ ସେହିପରି ଡାକ୍ତର ଶଙ୍କର ଉକ୍ତ ମହିଳାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଏହା ସହ ଉକ୍ତ ମହିଳାଙ୍କୁ ବି ବିସର୍ଜନ କରିଥିଲେ ।

ଏହି ଘଟଣା ପରେ ଡାକ୍ତରଙ୍କୁ ସାଧାରଣରେ ଖୁବ ଚର୍ଚ୍ଚା କରା ଯାଉଛି । ସତରେ ଆଜି ବି ମାନବିକତା ବଞ୍ଚିଛି ଏ ସମାଜରେ । ଆଜିର ଯୁଗରେ ଏଭଳି ଜଣେ ଅଜଣା ରୋଗୀଙ୍କ ସେବା କରିବା ସହ ମୃତ୍ୟୁ ପରେ ଶେଷକୃତ୍ୟ ସମ୍ପନ୍ନ କରିବା ନିଶ୍ଚିନ୍ତ ରୂପେ ଏକ ମହାନ କାର୍ଯ୍ୟ । ତେବେ ଡାକ୍ତର ରାମଚନ୍ଦାନି ଉକ୍ତ ମହିଳା ଙ୍କର ଚିକିତ୍ସା କରିବା ସହ ତାଙ୍କର ଶେଷକୃତ୍ୟ କରିବା ବହୁତ ବଡ କଥା ।

ସତରେ ଆଜି ବି ସମାଜରେ ଏଭଳି ମଣିଷ ଅଛନ୍ତି ଯିଏ ପର ପାଇଁ ନିଜର ଭଳି ବ୍ୟବହାର କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button