ହୁସିଆର Bank ଗ୍ରାହକ ! ସାମ୍ନାକୁ ଆସିଲା ଲୁଟେରା ମାନଙ୍କ Bank ଲୂଟର CCTV ଫୁଟେଜ…. ଦେଖନ୍ତୁ Video

ବନ୍ଧୁଗଣ ଏଣିକି ନିଜ ସୁରକ୍ଷା ନିଜ ହାତରେ । କାରଣ ପୋଲିସକୁ ଖାତିର କରୁ ନାହାନ୍ତି ଲୁଟେରା । ପୋଲିଷ୍ଟ ତଦନ୍ତ ଚାଲିଥାଉ କିନ୍ତୁ ଦିନ ଦ୍ଵିପହର ରେ ଗୁଳି ଫୁଟାଇ ଜୀବନଯାକର ସଞ୍ଚିତ ଧନକୁ ଲୁଟି ନେବେ ଲୁଟେରା । ଏମାନେ ଖାଲି ଟଙ୍କା ସୁନା ଲୁଟ କରିବେନି ଏମାନେ ଆପଣଙ୍କର ଜୀବନ ବି ନେଇଯିବେ । ତେଣୁ ବେଳେ ଥାଉ ଥାଉ ହୋଇ ଯାଆନ୍ତୁ ସାବଧାନ । ଲୁଟେରାଙ୍କ ଦ୍ରୁଷ୍ଟି ଏବେ ଗ୍ରାହକଙ୍କ ସମେତ ବ୍ଯାଙ୍କ ଉପରେ ପଡିଛି ।
ଦିନ ଦ୍ଵିପହରରେ ଲୁଟେରା ମାନେ ଫିଲ୍ମ ଷ୍ଟାଇଲରେ ବିଚ ରାସ୍ତାରେ ଗୁଳି ଫୁଟାଇ ଭୟ ଜନ୍ମାଇ ଲୁଟି ଚାଲିଛନ୍ତି । କେତେବେଳେ ଦିନରେ ବ୍ଯାଙ୍କ ଭିତରେ ପଶି ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିଆ ନେଉଛନ୍ତି ତ କେତେବେଳେ ଲୋକଙ୍କୁ ଟାର୍ଗେଟ କରି ରାସ୍ତାରେ ଅଟକାଇ ରଖୁଛନ୍ତି । ଏମାନଙ୍କ ଚାଲାକ ଆଗରେ ଫେଲ ମାରୁଛି ପୋଲିସର ସମସ୍ତ ବ୍ଲୁ ପ୍ରିଣ୍ଟ ।
ଲୁଟେରାଙ୍କ ଆତଙ୍କରାଜ ର ସହର ପାଲଟି ଯାଇଛି ବାଲେଶ୍ଵର ଜିଲ୍ଲାର ପାହାଡୀ ଅଞ୍ଚଳ ନିଳଗିରି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ 5 ରେ ନିଳଗିରି କପ୍ତିପଡା ରାସ୍ତାରେ ଥିବା ଜାମୁରା ଛକରେ ଏକ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଉଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । ଟଙ୍କା ଲୁଟ ପରେ ଆତଙ୍କରାଜ ର ନମୁନା ଦେଖାଇ ଏକ ତେଲେଙ୍ଗା ଭୁଜାଲିକୁ ବି ଛାଡି ଦେଇ ଯାଇଛନ୍ତି ।
ଏଟିଏମରେ ଟଙ୍କା ଭର୍ତ୍ତି ସମୟରେ ଜବରଦସ୍ତ ପଶି କର୍ମଚାରୀଙ୍କୁ ମାଡ ମାରି ଟଙ୍କା ନେଇ ଛୁ ମାରିଛନ୍ତି । ଲୁଟେରାଙ୍କ କାଣ୍ଡ କାରନାମାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏହା ସହ ଲୁଟେରା ଏଟିଏମରେ ଲୁଟ ପରେ ଯିବା ସମୟରେ ଆତଙ୍କ ରଚିବାକୁ ଭୁଲି ନାହାନ୍ତି । ଲୋକଙ୍କ ଛାତିରେ ବନ୍ଧୁକ ଲଗାଇ ଫାଙ୍କା ଗୁଳି ଚାଳନ ସହ ଲୁଟ କରିଛନ୍ତି । ରାସ୍ତା ମଝିରେ ପଡିଛି ଅଫୁଟା ଗୁଳି ।
ସତେ ଯେପରି ଆଇନକୁ ଆଇନା ଦେଖାଇ ପୋଲିସର ପାରିବା ପଣିଆକୁ ପଦାରେ ପକାଇବାକୁ ଏମାନେ ଆସିଥିଲେ । ଗତ ଡିସେମ୍ବର 20 ରେ ଲୁଟେରା ଗ୍ୟାଙ୍ଗର ଆଉ ଏକ କାରନାମା ସାମନାକୁ ଆସିଛି । ନୀଳଗିରିର ଏକ ବ୍ୟାଙ୍କରୁ 3 ଲକ୍ଷରୁ ଅଧିକ ଟଙ୍କା ଧରି ମାଟିଆଳି ଗାଁର ବାପ ପୁଅ ଘରକୁ ଫେରୁଥିଲେ । ଭାଲୁକାଶୁଣି ନିକଟରେ ତାଙ୍କୁ ବନ୍ଧୁକ ଦେଖାଇ ରକ୍ତାକ୍ତ କରି ସବୁ ଟଙ୍କା ନେଇ ଛୁ ମାରିଲେ ଲୁଟେରା ଗ୍ୟାଙ୍ଗ ।
ବିଡମ୍ବନା ଖାଲି ଯେ ବ୍ଯାଙ୍କ ଏଟିଏମ ନୁହେଁ ବରଂ କଲେଜ ଛାତ୍ରୀଙ୍କୁ ବି ଟାର୍ଗେଟ କରୁଛନ୍ତି ଲୁଟେରା ଗ୍ୟାଙ୍ଗ । ତାଙ୍କ ମୋବାଇଲ ସହ ବ୍ୟାଗ ଛଡାଇ ତାଙ୍କୁ ଅଶ୍ଳୀଳ ବ୍ୟବହାର କରୁଥିବା ନେଇ ଅଭିଯୋଗ ଅନେକ ଥର ଆସିଛି । ଦିନକୁ ଦିନ ଆତଙ୍କରାଜ ବଢି ଚାଲିଥିବା ବେଳେ ଗ୍ରାହକଙ୍କୁ ଟଙ୍କା ବଦଳରେ ଅନ ଲାଇନ ଆପଣେଇବାକୁ ନିଳଗିରି ୟୁକୋ ବ୍ଯାଙ୍କ ଶାଖା ପ୍ରବନ୍ଧକ ପରାମର୍ଶ ଦେଇଛନ୍ତି