ବିଚାର

ମକର ସଂକ୍ରାନ୍ତି ଦିନ ଭୁଲ୍ ରେ ବି କାହାଠୁ ନିଅନ୍ତୁ ନାହିଁ ଏହି ଜିନିଷ, ନଚେତ୍ ଅନ୍ୟର ଦୁଃଖ ଆସିଯାଏ ଆପଣଙ୍କ ଘରକୁ

ବନ୍ଧୁଗଣ ଚଳିତ ବର୍ଷ ପବିତ୍ର ମକର ସଙ୍କ୍ରାନ୍ତି ରେ ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟ ଦେବତା ହେବେ ଉତ୍ତରାୟଣ । ଧନୁ ରାଶିରୁ ବାହାରି ସୂର୍ଯ୍ୟଦେବ ମକର ରାଶିରେ କରିବେ ପ୍ରବେଶ । ଭିନ୍ନ ଭିନ୍ନ ନାଁ ରେ ସାରା ଭାରତ ବର୍ଷରେ ପାଳନ କରାଯାଏ ମକର ସଙ୍କ୍ରାନ୍ତି ପର୍ବ । ମକର ସଙ୍କ୍ରାନ୍ତିରେ ଓଡିଶାରେ ମକର ଚାଉଳ ପ୍ରସ୍ତୁତ କାରଜୟ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ ।

ଏପରିକି ଲୋକେ ପରସ୍ପର ମଧ୍ୟରେ ମକର ଚାଉଳ ବାଣ୍ଟି ବନ୍ଧୁତା ସ୍ଥାପନ କରିଥାନ୍ତି । ଏହି ଦିନ ଗୁଡି ଉଡାଇବାର ବିଶେଷ ମହତ୍ଵ ରହିଛି । ଆଜି ଆମେ ଆପଣଙ୍କୁ କହିବୁ ମକର ସଙ୍କ୍ରାନ୍ତି ଦିନ କେଉଁ ଜିନିଷ ଭଲରେ ଆଣିବା ଉଚିତ ନୁହେଁ । ମକର ସଙ୍କ୍ରାନ୍ତି ଦିନ ଦାନ କରିବା ବହୁତ ଭଲ ହୋଇଥାଏ । ଦାନ ଆପଣ କରୁଛନ୍ତି ଯାହା ଦ୍ଵାରା ଆପଣଙ୍କ ଜୀବନରେ ପ୍ରତେକ ମାର୍ଗ ଖୋଲିଯାଇଥାଏ ।

ମକର ସଙ୍କ୍ରାନ୍ତି ଦିନ ଖେଚେଡି, ଗୁଡ ଓ କମ୍ବଳର ଦାନ କରାଯାଏ । ଏହାକୁ ଛାଡି ତେଲର ମଧ୍ୟ ଦାନା କରାଯାଇଥାଏ । ଯାହା ଦ୍ଵାରା ଭଗବନା ଶନି ପ୍ରସନ୍ନ ହୋଇଥାନ୍ତି । ମକର ସଙ୍କ୍ରାନ୍ତି ଦିନରେ ସୂର୍ଯ୍ୟଦେବ ତାଙ୍କ ପୁତ୍ର ଶନିଙ୍କ ଘରକୁ ଆଗମନ କରିବା ସମୟରେ ଲୋକେ ଗୁଡ ଓ ତେଲ ଅର୍ପଣ କରିଥାନ୍ତି । ଖେଚେଡି ର ଦାନ ଯିଏ କେହି ବି କରିଥାଏ ଯାହା ଦ୍ଵାରା ଘରେ ସୁଖ ଶାନ୍ତି ର ବାସ ହୋଇଥାଏ ।

ଏହି ଦିନ ଗୁଡ ଓ ତେଲ ଦାନ କରିବାରେ ମାନ ସମାନ ମିଳିବା ସହ ଧନ ଲାଭ ହୁଏ । ଏହା ସହ ପିତୃ ଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । କୁଣ୍ଡଳିରେ ବିଗିଡି ଯାଇଥିବା ସୂର୍ଯ୍ୟ ଓ ଶନିଙ୍କ ସ୍ଥିତି ଠିକ ହୋଇଯାଏ । ବ୍ୟାପାର ବାଣିଜ୍ୟରେ ଉନ୍ନତି ମଧ୍ୟ ହୋଇଥାଏ । ଏହି ଦିନ ଲୁଣର ଦାନ ବିଶେଷ ମାନି ନିଆଯାଏ । ଲୁଣକୁ ସିଧା ସଳଖ ଦାନ କରି ହେବ ନାହି । କିଛି ଲୁଣିଆ ଜିନିଷର ଦାନ କରିବା ଭଲ ହୋଇଥାଏ ।

ଲୁଣ ଅନିଷ୍ଟ କୁ ଦୂର କରିବାରେ ସାହାଜ୍ଯ କରିଥାଏ । ଏହା ସହ ଖରାପ ସମୟ ତାଳି ଯାଇଥାଏ । ମକର ସଙ୍କ୍ରାନ୍ତି ଦିନ ଲୁଣର ଦାନ କରିବା ବହୁତ ଭଲ ହୋଇଥାଏ । ତେବେ ମକର ସଙ୍କ୍ରାନ୍ତି ଦିନ କେବଳ ଗୋଟିଏ ଜିନିଷ ନେବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ଯଦି ଆପଣ କାହାର ତେଲ ବା ଚାଉଳ ଆଣି ଖାଇଥାନ୍ତି ବା ବ୍ୟବହାର କରିଥାନ୍ତି ତେବେ ତାହା ପ୍ରେମର ସହ ଫେରାଇବା ଉଚିତ ।

ଆପଣ ଜିନିଷ ଆଣିବା ବେଳେ ଯେତିକି ଆଣିଥିବେ ଠିକ ସେତିକି ଫେରାଇ ଦେବା ଉଚିତ । ଯଦି ଆପଣ ଭୁଲି ଯାଇଛନ୍ତି ତେବେ ନିହାତି ଫେରାଇ ଦିଅନ୍ତୁ । କେବେ ବି କାହା ଠାରୁ ଚାଉଳ ବା ତେଲ ଧାର ଆଣିଥିଲେ ଉଧାର ରଖନ୍ତୁ ନାହି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button