ନୀତି
ପାରାଦୀପରେ ବ୍ରହ୍ମକୁମାରୀ ରାଜଯୋଗୀନୀ ପ୍ରକାଶମଣୀଙ୍କ ୧୫ତମ ସ୍ମୃତି ଦିବସ ପାଳିତ
ପାରାଦୀପ ତା୨୫/୦୮- ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପାରାଦୀପ ଶାଖା ପକ୍ଷରୁ ସଂସ୍ଥା ର ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣୀଙ୍କର ୧୫ତମ ସ୍ମୃତି ଦିବସକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ଅଗଷ୍ଟ ୨୫ତାରିଖ ଗୁରୁବାର ଦିନ ମଧୁବନ ସ୍ଥିତ ଶାଖା ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜଯୋଗିନୀ ପ୍ରକାଶମଣୀ ଙ୍କ ସ୍ମୃିତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ର ପ୍ରାୟ ସମସ୍ତ ପାରିଷଦ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ୨ଶହ ରୁ ଉର୍ଦ୍ଧ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମକୁମାର ଗୋଲେଖ ଓ ବ୍ରହ୍ମକୁମାରୀ ସୁମନ ରାଜ ଯୋଗ ର ଶିକ୍ଷା ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ୱ ଶାନ୍ତି ପାଇଁ ଯୋଗ ଅଭ୍ୟାସ ସମେତ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।