ଦେଶ ବିଦେଶ

ଚୋରି କରିବାରେ ବିଫଳ ହେଲା ଚୋର; ଲେଖିଦେଇ ଗଲା ‘ବଢ଼ିଆ ବ୍ୟାଙ୍କ୍‌, ମତେ ଧରିବ ନାହିଁ’ – Utkal Mail


କରିମନଗର: ତେଲେଙ୍ଗାନାର ମଞ୍ଚେରିଅଲ୍‌ ଜିଲ୍ଲାରେ ଥିବା ଗୋଟାଏ ବ୍ୟାଙ୍କ୍‌ ଶାଖାର ଲକର୍‌ ଭାଙ୍ଗିବାରେ ବିଫଳ ହୋଇଥିବା ଜଣେ ଚୋର ବ୍ୟାଙ୍କ୍‌ର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିବା ସହିତ ତାକୁ ନ ଖୋଜିବାକୁ ନିବେଦନ କରି ଲେଖାଟିଏ ରଖିଯାଇଥିବା କଥା ଶନିବାର ଦିନ ପୁଲିସ କହିଛି।

ପୁଲିସ କହିଛି, ମୁହଁ ଆବୃତ କରିଥିବା ଚୋରଜଣକ ରାଷ୍ଟ୍ରାୟତ ଗ୍ରାମ୍ୟ ବ୍ୟାଙ୍କ୍‌ର ନେନ୍ନେଲ୍‌ ମଣ୍ଡଳ ମୁଖ୍ୟାଳୟ ଶାଖାର ମୁଖ୍ୟ କବାଟର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲା।

ପୁଲିସ ପୁଣି କହିଛି, ସେଠାରେ ସେ କ୍ୟାସିୟର୍‌ ଓ କ୍ଲର୍କମାନଙ୍କ କ୍ୟାବିନ୍‌ରେ ଖୋଜାଖୋଜି କରି ନଗଦ ଟଙ୍କା ବା କୌଣସି ମୂଲ୍ୟବାନ ସାମଗ୍ରୀ ପାଇ ନ ଥିଲା। ବ୍ୟାଙ୍କ୍‌ରେ ଥିବା ଲକର୍‌ ମଧ୍ୟ ଭାଙ୍ଗିବାରେ ବିଫଳ ହୋଇଥିଲା।

Image Courtesy of Deccan Herald

ତା’ପରେ ଖଣ୍ଡେ ଖବରକାଗଜ ନେଇ ସେଥିରେ ମାର୍କର୍‌ ପେନ୍‌ରେ ତେଲୁଗୁ ଭାଷାରେ ଲେଖିଥିଲା: କାଣିକଉଡ଼ିଏ ପାଇଲି ନାହିଁ। ତେଣୁ ମତେ ଧରିବେ ନାହିଁ। ବ୍ୟାଙ୍କ୍‌ରେ ମୋ ଟିପଚିହ୍ନ ବି ନାହିଁ। ବଢ଼ିଆ ବ୍ୟାଙ୍କ୍।

ଗୋଟାଏ ଆବାସିକ ଘରେ ବ୍ୟାଙ୍କ୍‌ ଚାଲୁଥିବାରୁ ସେଠାରେ ସୁରକ୍ଷା କର୍ମଚାରୀ ନ ଥିଲେ ବୋଲି ପୁଲିସ କହିଛି।

ଡକାୟତି ଉଦ୍ୟମ ହୋଇଥିବା କଥା ଶୁକ୍ରବାର ଦିନ ଦେଖି ବ୍ୟାଙ୍କ୍‌ ଅଧିକାରୀମାନେ ଥାନାରେ ଅଭିଯୋଗ କରିଥିଲେ। ତାହାକୁ ଆଧାର କରି ପୁଲିସ ମାମଲା ରୁଜୁ କରିଛି।

‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରାଯାଇ ଚୋରକୁ ଧରିବା ପାଇଁ ଉଦ୍ୟମ ଚାଲିଛ ବୋଲି ପୁଲିସ କହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button