ବୁଧବାର ସନ୍ଧ୍ୟାକୁ କରନ୍ତୁ ଖାସ, ଘରେ ବନାନ୍ତୁ ଟେଷ୍ଟି ”ମଟନ କବାବ”

ସପ୍ତାହର କିଛି ବିଶେଷ ବାର ଗୁଡିକରେ ଲୋକେ ଆମିଷ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଅଧିକାଂଶଙ୍କର ସ୍ନାକ୍ସ ଆଇଟମ ଖାଇବାକୁ ଅଧିକ ଭଲପାନ୍ତି । ସ୍ନାକ୍ସରେ କଣ ବାନେଇବେ ସେ ନେଇ ଆମେ ଅନେକ ସମୟରେ ଦ୍ଵନ୍ଦରେ ପଡିଯାଉ । ତେଣୁ ଆପଣଙ୍କ ନନଭେଜ ଦିନକୁ ଅଧିକ ସ୍ପେଶାଲ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଟେଷ୍ଟି ”ମଟନ କବାବ”.
ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
୧. ମଟନ କୀମା – ୫୦୦ ଗ୍ରାମ
୨. କଞ୍ଚା ଲଙ୍କା – ୩ ଟି
୩. ପିଆଜ କଟାଯାଇଥିବା- ୩ ଟି

୪. ଅଦା ପେଷ୍ଟ – ୨ ଚାମଚ
୫. ରସୁଣ ପେଷ୍ଟ – ୨ ଚାମଚ
୬. ପୋଦିନା ପତ୍ର – ଗୋଟେ ଚାମଚ
୭. ଶୁଖିଲା ଲଙ୍କା ଗୁଣ୍ଡ – ସ୍ୱାଦ ଅନୁସାରେ
୮. ଗରମ ମସଲା- ଅଧା ଚାମଚ
୯. ଧନିଆ ପତ୍ର – ୧ ଚାମଚ
୧୦. ଜିରା – ଗୋଟେ ଚାମଚ
୧୧. ଲୁଣ ସ୍ୱାଦ ଅନୁଯାୟୀ

୧୨. ବ୍ରେଡ଼ ସ୍ଲାଇଶ – ୨ଟି
୧୩. ହଳଦୀ – ସାମାନ୍ୟ
୧୪. ବେସନ
୧୫. ଲହୁଣୀ – ୨ ଚାମଚ
୧୬. ତେଲ – ଦରକାର ଅନୁଯାୟୀ
୧୭. କଞ୍ଚା ଅମୃତଭଣ୍ଡା – ୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ-
– ପ୍ରଥମେ ଏକ ପାତ୍ରରେ ମଟନ ନିଅନ୍ତୁ । ସେଥିରେ ଅମୃତ ଭଣ୍ଡା, ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ । ଏହି ସବୁ କୁ ଭଲଭାବେ ମିଶେଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ ।
– ଏବେ ଆଉ ଏକ ପାତ୍ରରେ କଞ୍ଚା ଲଙ୍କା, ପିଆଜ, ଧନିଆ ଓ ପୋଦିନା ପତ୍ର ନିଅନ୍ତୁ । ଏହାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ।
– ପୂର୍ବରୁ ରଖାଯାଇଥିବା ମଟନରେ ବାକି ମସଲା କ୍ରିମ, ଲହୁଣୀ ଆଦିକୁ ଭଲ ଭାବେ ମିଶେଇ ଦିଅନ୍ତୁ ।
– ଏହି ମିଶ୍ରଣକୁ ଛୋଟ ଛୋଟ ଆକାର ଦେଇ ଗରମ ତେଲରେ ଛାଣି ଦିଅନ୍ତୁ ।
-ସୁନେଲି ରଙ୍ଗ ହେବା ଯାଏଁ ଏହାକୁ ଚୁଲିରେ ଭାଜନ୍ତୁ
– ଏବେ ରେଡି ହେଇଗଲା ଆପଣଙ୍କ ମଟନ କବାବ
– ନିଜ ମନ ପସନ୍ଦର ସସ ସହିତ ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ଖୁଆନ୍ତୁ
ବିଶେଷ ଭାବେ ଶୀତ ଦିନେ ଏହାକୁ ଖାଇଲେ ଆପଣଙ୍କ ଶରୀର ଗରମ ଅନୁଭବ କରିଥାଏ ।



