କ୍ରୀଡା

ରାଜ୍ୟ ପୁରୁଷ ହକି ଆରମ୍ଭ – Utkal Mail


ପାରାଦୀପ ପୋର୍ଟ, ଏସ୍‌ଏମ୍‌ଏସ୍‌ ହକି ଏକାଡେମି, ‌‌ରାଉରକେଲା କ୍ରୀଡ଼ା ଛାତ୍ରାବାସ, ଓଡ଼ିଶା ନାଭାଲ ଟାଟା, ସମ୍ବଲପୁର, ଝାରସୁଗୁଡ଼ା ବିଜୟୀ

ଭୁବନେଶ୍ବର: କ୍ରୀଡ଼ା ବିଭାଗ ସହଯୋଗରେ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାଓ) ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ଆରମ୍ଭ ହୋଇଛି ରାଜ୍ୟ ପୁରୁଷ ହକି ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ। ଉଦ୍‌ଘାଟନୀ ଦିବସ‌ରେ ପାରାଦୀପ ପୋର୍ଟ, ଏସ୍‌ଏମ୍‌ଏସ୍‌ ହକି ଏକାଡେମି, ‌‌ରାଉରକେଲା କ୍ରୀଡ଼ା ଛାତ୍ରାବାସ, ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି (ଓଏନ୍‌ଟିଏଚ୍‌ଏଚ୍‌ପିଏସ୍‌), ସମ୍ବଲପୁର ଓ ଝାରସୁଗୁଡ଼ା ଦଳ ବିଜୟୀ ହୋଇଛନ୍ତି।

ପାରାଦୀପ ୫-୩ରେ ପୂର୍ବତଟ ରେଳବାଇକୁ, ଏସ୍‌ଏମ୍‌ଏସ୍‌ ୯-୦ରେ ମୟୂରଭଞ୍ଜକୁ, ରାଉରକେଲା ୭-୦ରେ ମାଲକାନଗିରିକୁ, ଓଏନ୍‌ଟିଏଚ୍‌ଏଚ୍‌ପିଏସ୍‌ ୧୦-୦ରେ ବରଗଡ଼କୁ, ସମ୍ବଲପୁର ୬-୦ରେ କନ୍ଧମାଳକୁ ଏବଂ ଝାରସୁଗୁଡ଼ା ୭-୦ରେ ଜଗତସିଂହପୁରକୁ ପରାସ୍ତ କରିଥିଲା। ଉଦ୍‌ଘାଟନ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ହାଓ ସମ୍ପାଦକ ସନାତନ ସାହୁ, ହକି ନିର୍ଦେଶକ ଡେଭିଡ ଜନ୍‌, ପ୍ରଶିକ୍ଷଣ ନିର୍ଦେଶକ ବିଜେ କାରିପ୍ପା, ଲୁସେଲା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ଅକ୍ଟୋବର ୧୪ ପର୍ଯ୍ୟନ୍ତ ଚାଲିବ। ଏଥିରେ ୩୨ ଦଳ ଅଂଶଗ୍ରହଣ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button