ବିଚାର

ଏହି ୬ଟି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ କାକୁଡ଼ି ମଞ୍ଜି, ଜାଣିରଖନ୍ତୁ ଏହାର ଫାଇଦା

ପ୍ରାୟତଃ ସମସ୍ତେ କାକୁଡ଼ି ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, କାକୁଡ଼ି ମଞ୍ଜି ମଧ୍ୟ ଆପଣଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଲାଭ ଦେଇପାରିବ? କାରଣ, ଏଥିରେ ଏମିତି କିଛି ପୋଷକ ତତ୍ତ୍ୱ ରହିଛି, ଯାହାକୁ ଖାଇଲେ ଆପଣ ନିଜକୁ ଲମ୍ବା ସମୟ ଧରି ସୁସ୍ଥ ରଖିପାରିବେ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ।

୧. ଭଲ ଭାବେ ପରିସ୍ରା ହେବା

ଅନେକ ଲୋକଙ୍କୁ ପରିସ୍ରା ହେବାରେ ସମସ୍ୟା ଦେଖାଦେଇଥାଏ। ତେଣୁ ଏଥିରେ ଭାବିବାର କିଛି କାରଣ ନାହିଁ। ଆପଣ କାକୁଡ଼ିର ୧୦ରୁ ୧୫ଟି ମଞ୍ଜିକୁ ୨ ଚାମଚ ଲହୁଣୀରେ ମିଶାଇ ଖାଇଲେ, ଗୋଟିଏ ସପ୍ତାହ ଭିତରେ ପରିଣାମ ଜାଣିପାରିବେ।

୨. ଦୁର୍ବଳ ହେବାକୁ ନ ଦେବା

ଯଦି ଆପଣ କିମ୍ବା ଆପଣଙ୍କ ପିଲା ଦୁର୍ବଳ ଅଛି, ତା’ହେଲେ ଆପଣ କାକୁଡ଼ି ମଞ୍ଜି ବ୍ୟବହାର କରି ଏହି ଦୁର୍ବଳତାକୁ ଦୂର କରିପାରିବେ। ପ୍ରଥମେ କାକୁଡ଼ିର ୧୦ଟି ମଞ୍ଜିକୁ ଶୁଖାଇ ତାହାକୁ ପେଶି ଗୁଣ୍ଡ କରିଦିଅନ୍ତୁ। ଏହି ଗୁଣ୍ଡକୁ ଗୋଟିଏ ଚାମଚ ଲହୁଣୀ ସହ ମିଶାଇ ସେବନ କରନ୍ତୁ। ଏହି ତରିକା ଆପଣଙ୍କୁ ଯୁବା ଦେଖାଯିବାରେ ମଧ୍ୟ ସାହାଯ୍ୟ କରିବ।

kaku2

୩. ପରିସ୍ରା ପୋଡ଼ାକୁ ରୋକିବା

ଯଦି ଆପଣଙ୍କୁ ପରିସ୍ରା ସମୟରେ ଜଳାପୋଡ଼ା ଅନୁଭବ ହୁଏ, ତା’ହେଲେ କାକୁଡ଼ି ମଞ୍ଜି ବହୁତ ଲାଭଦାୟକ ହେବ। କାରଣ, ଏହା ଥଣ୍ଡା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ତାଜା କାକୁଡ଼ିର ୨୦ଟି ମଞ୍ଜିକୁ ନିୟମିତ ରୂପେ ଗୋଟିଏ ମାସ ଯାଏ ସେବନ କରନ୍ତୁ।

୪. ପରିସ୍ରା ସମୟରେ ରକ୍ତ ପଡ଼ିବା

ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ ଶୁଖିଲା କାକୁଡ଼ି ମଞ୍ଜି। ଏଥିପାଇଁ ଆପଣଙ୍କୁ ଗୋଟିଏ ଚାମଚ କାକୁଡ଼ି ମଞ୍ଜି ଚୂର୍ଣ୍ଣ, ଗୋଟିଏ ଚାମଚ ଅଁଳା ଚୂର୍ଣ୍ଣ କିମ୍ବା ରସ ଏବଂ ଗୁଲ୍‌କନ୍ଦ ମିଶାଇ ଖାଆନ୍ତୁ। କିଛି ଦିନ ଭିତରେ ଆପଣଙ୍କୁ ରେଜଲ୍ଟ ମିଳିଯିବ।

kaku2

୫. ଷ୍ଟୋନ୍‌ ସମସ୍ୟାରୁ ଦେବ ମୁକ୍ତି

ଷ୍ଟୋନ୍‌ ଚିକିତ୍ସା ପରେ ବି ଯଦି ଆପଣଙ୍କୁ ପୁଣିଥରେ ଏହି ସମସ୍ୟା ଦେଖାଦିଏ, ତା’ହେଲେ କାକୁଡ଼ି ମଞ୍ଜି ଆପଣଙ୍କ ପାଇଁ ବରଦାନ ସଦୃଶ ହେବ। ଏଥିପାଇଁ ଆପଣଙ୍କୁ ଖାଦ୍ୟ ଖାଇବା ପୂର୍ବରୁ ୪୦ଟି କାକୁଡ଼ି ମଞ୍ଜି ୫ ମାସ ପଯ୍ୟର୍ନ୍ତ ନିୟମିତ ରୂପରେ ସେବନ କରିବାକୁ ପଡ଼ିବ। ମଞ୍ଜି ଶୁଖିଲା ହେଉ କିମ୍ବା ଓଦା, ଉଭୟ ଏହି ସମସ୍ୟାରୁ ମୁକ୍ତି ଦେବ।

୬. ପେଟ ଜଳାପୋଡ଼ା

ପେଟ ଜଳାପୋଡ଼ା ପାଇଁ ଆପଣଙ୍କୁ ବଟରମିଲ୍କ ସହ କାକୁଡ଼ି ମଞ୍ଜି ଖାଇବାକୁ ପଡ଼ିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button