ମନୋରଞ୍ଜନ

ହୋଲି ଖେଳି Sura Routray ଙ୍କ ସହ ନାଚିଲେ Nisha Moharana, ଲୋକେ କହିଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଙ୍ଗ୍ରେଶ ଦଳର ବିଧାୟକ ସୁର ରାଉତରାୟଙ୍କ ସହିତ ନାଚିଲେ ଯାତ୍ରା କଳାକାର ନିଶା ମହାରଣା ! ତେବେ ଆଜି ହେଉଛି ରଙ୍ଗର ପର୍ବ ହୋଲି ! ତେବେ ସବୁଆଡେ ହୋଲିକୁ ନେଇ ରଙ୍ଗୀନମୟ ପରିବେଶ ସୃଷ୍ଟି ହୋଇଛି । ତେବେ ଛୋଟ ପିଲା ଠାରୁ ନେଇ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ରଙ୍ଗ ଖେଳରେ ମାତିଛନ୍ତି । ତେବେ ଏହାରି ମଧ୍ୟରେ କଙ୍ଗ୍ରେଶ ଭବନରେ ମଧ୍ୟ ହୋଲି ଉତ୍ସବକୁ ଖୁବ ଧୂମଧାମ ଭାବରେ ପାଳନ କରାଯାଉଛି ।

ତେବେ କଙ୍ଗ୍ରେଶର ସମସ୍ତ କର୍ମକର୍ତ୍ତା ମାନେ ନିଜର କର୍ମମୟ ବ୍ୟସ୍ତତା ଜୀବନ ମଧ୍ୟରୁ ଆଜି ସମୟ ବାହାର କରି ହୋଲି ପର୍ବରୁ ପାଳନ କରିଛନ୍ତି । ତେବେ ଏହା ସହିତ କଙ୍ଗ୍ରେଶ ଦଳର ବିଧାୟକ ସୁରେଶ ରାଉତରାୟ ବା ସମସ୍ତଙ୍କ ଅତି ପ୍ରିୟ ସୁର ଭାଇ ମଧ୍ୟ ନିଜକୁ ରଙ୍ଗର ପର୍ବରେ ରଙ୍ଗୀନ କରିଦେଇଛନ୍ତି । ତେବେ ଯାତ୍ରା ଆଇଟମ ଡାନସର ନିଶା ମହାରଣା ମଧ୍ୟ ଆଜି କଙ୍ଗ୍ରେଶ  ଭବନରେ ହୋଲି ପର୍ବକୁ ପାଳନ କରିଛନ୍ତି ।

ତେବେ ରଙ୍ଗମୟ ପରିବେଶ ମଧ୍ୟରେ ବାଜା ଗୀତର ତାଳେ ତାଳେ ସମସ୍ତେ ହୋଲି ସେଲିବ୍ରେଟ କରୁଛନ୍ତି । ସୁର ଭାଇ ମଧ୍ୟ ସେହି ଗୀତର ତାଳେ ତାଳେ ନାଚି ନାଚି ରଙ୍ଗ ଖେଳୁଛନ୍ତି । କେବଳ ସୁର ଭାଇ କାହିଁକି ସୁର ଭାଇଙ୍କ ସହ ଯାତ୍ରା ଗାର୍ଲ ନିଶା ମହାରଣା ମଧ୍ୟ ତାଙ୍କ ତାଳେ ତାଳ ଦେଇ ପାଦରେ ପଦ ମିଶାଇ ନାଚୁଥିବାର ନଜର ଆସିଛି

ତେବେ ଯାତ୍ରା ପ୍ରେମୀ ମାନଙ୍କୁ ଯାତ୍ରା ପେଣ୍ଡାଲ ଉପରେ ନିଜର ଠୁମୁକା ଦ୍ଵାରା ଦିୱାନା କରୁଥିବା ନିଶା ଆଜି କଙ୍ଗ୍ରେଶ ଭବନ ସାମ୍ନାରେ ନାଚିଥିବାର ଦୃଶ୍ୟ ବହ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ହୋଲି ହେଉଛି ଏକ ଏପରି ରଙ୍ଗର ପର୍ବ । ଯେଉଁଠାରେ ସବୁ ଲୋକ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକ ହୋଇ ରଙ୍ଗ ଲଗାଲାଗି ହୋଇ ନିଜର ବନ୍ଧୁତ୍ଵକୁ ଆହୁରି ଦୃଢ ବନାଇଥାନ୍ତି ।

ତେବେ ଆଜି ଭଳି ଦିନରେ ଯେତେ ଯିଏ ବ୍ୟସ୍ତ ରହିଥାଉ । ମଧ୍ୟ ସେ ନିଜର କର୍ମରୁ କିଛି ସମୟ ବାହାର କରି  ନିଶ୍ଚୟ ହୋଲି ପର୍ବରେ ରଙ୍ଗୀନ ହୋଇ ଖୁସି ମନାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button