ନୀତି

ବିଚିତ୍ର ବ୍ୟଞ୍ଜନ ବରଫପୋଡ଼ା – Utkal Mail


କିଛି ଦିନ ତଳେ ଚୀନ୍‌ରେ ‘ପଥରଭଜା’ ପରି ଅଦ୍ଭୁତ ବ୍ୟଞ୍ଜନ ଲୋକଙ୍କୁ ବେଶ ଆକର୍ଷିତ କରୁଥିବା କଥା ଲୋକଲୋଚନକୁ ଆସିଥିବା ବେଳେ ଏବେ ‘ବରଫପୋଡ଼ା’ ପରି ଏକ ବିଚିତ୍ର ବ୍ୟଞ୍ଜନ ଲୋକପ୍ରିୟ ହେବାରେ ଲାଗିଛି। ବରଫଖଣ୍ଡକୁ ଗ୍ରିଲ୍‌ କରି ମସଲା ଓ ସସ୍‌ରେ ଭିଜାଇ ପରଷା ଯାଉଥିବାର ଭିଡିଓ ଚୀନୀ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଚୀନ୍‌ର ଜିଆଙ୍ଗସି ପ୍ରଦେଶର ନାଚାଙ୍ଗ ଠାରେ ଏକ ରାସ୍ତାକଡ଼ ଦୋକାନରେ ‘ବରଫପୋଡ଼ା’ ବ୍ୟଞ୍ଜନ ବିକ୍ରି ହେଉଛି। ଏକ ଲୁହାଜାଲି (ଗ୍ରିଲ୍‌) ଉପରେ ବିରାଟ ବରଫଖଣ୍ଡ ରଖି ତାହାକୁ ତଳେ ଜାଳ ଦେଇ ପୋଡ଼ାଯାଉଛି। ପରେ ତାହାକୁ ଥାଳିଆରେ ପରଷିଲା ବେଳେ ତହିଁରେ ବିଭିନ୍ନ ପ୍ରକାରର ମସଲାଗୁଣ୍ଡ ଓ ସସ୍‌ ମିଶାଯାଇ ଆକର୍ଷଣୀୟ କରାଯାଉଛି। ସେଠାରେ ଏବେ ଗ୍ରୀଷ୍ମଦିନ ହୋଇଥିବାରୁ ଏହାର ଲୋକପ୍ରିୟତା ଖୁବ୍ ଅଧିକ ବୋଲି ଅନୁମାନ କରାଯାଉଛି। ଗରମ ଦିନରେ ଗ୍ରାହକଙ୍କୁ ଏକ ଶୀତଳ ବ୍ୟଞ୍ଜନ ଭେଟିଦେବାର ପରିକଳ୍ପନାରୁ ଏହାର ଜନ୍ମ ବୋଲି ସଂପୃକ୍ତ ଦୋକାନୀ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button