ଓଡିଶା
ଗଞ୍ଜାମ – କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଦୁର୍ଘଟଣା, ଓଲଟିଲା ଟମାଟୋ ବୋଝେଇ ଟ୍ରକ

ଗଞ୍ଜାମ – କନ୍ଧମାଳ : ଓଲଟିଲା ଟମାଟୋ ବୋଝେଇ ଟ୍ରକ। ଗଞ୍ଜାମ – କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଟମାଟୋ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ଘାଟି ଉପରେ ଭାରସାମ୍ୟ ହରାଇ ଗାର୍ଡୱାଲରେ ପିଟି ହୋଇ ଓଲଟି ପଡିଥିଲା । ରାସ୍ତା କଡରେ ବୋଝେଇ ହୋଇପଡିଲା ଟ୍ରେ ଟ୍ରେ ଟମାଟୋ । ଲକ୍ଷାଧିକ ଟଙ୍କାର ଟମାଟୋ ନଷ୍ଟ ହୋଇଯାଇଛି ।
ଟ୍ରକରେ ଟମାଟୋ ବୋଝେଇ ହୋଇ ଭିଲାଇରୁ ବ୍ରହ୍ମପୁର ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭଞ୍ଜନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସେହିପରି କିଛି ମାସ ପୂର୍ବରୁ କେଉଁଝରରେ ଓଲଟି ପଡିଥିଲା ବିଲାତି ବୋଝେଇ ଟ୍ରକ ।
ଟମାଟୋ ଗୁଡିକୁ ବହି ନେଇଥିଲେ ଲୋକେ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନର୍ସରୀ ଛକ ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।


