ଏହି 3 ଟି ସହଜ ଉପାୟ କରି ଦେଖନ୍ତୁ, ଦେଖିବେ ଆପଣଙ୍କ ଥାଇରଏଡ ଭଳି ସମସ୍ଯା ମୂଳରୁ ଶେଷ ହୋଇଯିବ
ଆଜିକାଲି ଥାଇରଏଡ ଭଳି ସମସ୍ଯା ଘରେ ଘରେ ଦେଖିବାକୁ ମିଳୁଛି । ବିଶେଷ କରି ମହିଳାମାନେ ଏହି ରୋଗର ବଶବର୍ତ୍ତୀ ହୋଇଥାନ୍ତି । ଏହା ଥରେ ଆରମ୍ଭ ହେଲେ ଏହା ଯୋଗୁଁ ଶରୀରରେ ଅନ୍ୟ ଗମ୍ଭୀର ସମସ୍ଯା ମଧ୍ୟ ହୋଇଥାଏ ଥାଇରଏଡ ସମସ୍ଯା ଦୂର କରିବା ପାଇଁ ଆମେ ଅନେକ ପ୍ରକାରର ମେଡ଼ିସିନ ଖାଇଥାଉ କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭଲ ହୋଇ ନଥାଏ । ତେବେ ଥାଇରଏଡ ଭଳି କଷ୍ଟଦାୟକ ସମସ୍ଯାକୁ ସବୁଦିନ ପାଇଁ ଦୂର କରିବାକୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଚମତ୍କାରୀ ଘରୋଇ ଉପଚାର ।
ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପ୍ୟାନରେ ଏକ ଗ୍ଳାସ ପାଣି ଗରମ କରନ୍ତୁ ଓ ସେଥିରେ ଦୁଇ ଚାମୁଚ ଶୁଦ୍ଧ ଧନିଆ ଗୁଣ୍ଡ ମିଶାନ୍ତୁ । ଧନିଆ ଗୁଣ୍ଡା ବଦଳରେ ଆପଣ ଗୋଟା ଧନିଆ ମଧ୍ୟ ନେଇପାରିବେ । ଗୋଟା ଧନିଆକୁ ରାତିସାରା ପାଣିରେ ଭିଜେଇ ରଖନ୍ତୁ ଓ ଏହି ରିମେଡିରେ ପ୍ରୟୋଗ କରନ୍ତୁ । ଧନିଆ ବା ଧନିଆ ଗୁଣ୍ଡ ଆପଣଙ୍କୁ ଥାଇରଏଡ ସମସ୍ଯାରୁ ଉପଶମ ଦେବାରେ ଖୁବ ସହୟାକ ହୋଇଥାଏ ।
ପ୍ରାଚୀନ କାଳରୁ ଏହାକୁ ଥାଇରଏଡ ଭଳି ସମସ୍ୟାର ଔଷଧୀ ଭାବେ ବ୍ୟବହାର କରାଯାଉଛି । ଏହାପରେ ଆପଣଙ୍କୁ ଆବଶ୍ୟକ ଏକ ଏକ ଖଣ୍ଡ ବା ଦୁଇ ଇଞ୍ଚର ଯଷ୍ଟି ମଧୁ । ଏହା ମଧ୍ୟ ଆପଣଙ୍କ ଥାଇରଏଡକୁ କମ୍ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ ।
ଆପଣ ଏହି ଯଷ୍ଟି ମଧୁକୁ ପ୍ରଥମେ ଅଳ୍ପ ଛେଚି ଦିଅନ୍ତୁ ଓ ତା’ପରେ ଏହାକୁ ପ୍ୟାନରେ ପକାଇ ଏହି ସମସ୍ତ ମିଶ୍ରଣକୁ ଭଲ ଭାବେ ଫୁଟାନ୍ତୁ । ୧୦ରୁ ୧୫ମିନିଟ ଯାଏଁ ଏହି ମିଶ୍ରଣ ଭଲ ଭାବେ ଫୁଟି ଏକ କପ୍ ହେବ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଗ୍ଯାସ ବନ୍ଦ କରି ଏହାକୁ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହି ମିଶ୍ରଣକୁ ଆପଣ ଉଷୁମ ଉଷୁମ ସବୁଦିନ ସକାଳୁ ଖାଲିପେଟରେ ସେବନ କରନ୍ତୁ ।
ଯଦି ଥାଇରଏଡ ମେଡ଼ିସିନ ଖାଉଛନ୍ତି ତେବେ ମେଡ଼ିସିନ ଖାଇବାର ଅଧଘଣ୍ଟା ପରେ ଏହାକୁ ସେବନ କରନ୍ତୁ ଓ ଏହାର ଅଧଘଣ୍ଟା ପରେ ଯାଇ ଜଳଖିଆ ଖାଆନ୍ତୁ । ଏହିପରି ୩୦ ଦିନ ଯାଏଁ ସେବନ କରନ୍ତୁ ଦେଖିବେ ଆପଣଙ୍କ ଥାଇରଏଡ ଏକଦମ କମ୍ ହୋଇଯିବ ବା ଭଲ ହୋଇଯିବ ।
ଏହାସହ ଆପଣ ପ୍ରତିଦିନ ଉଷୁମ ପାଣିରେ ଅଳ୍ପ ଲୁଣ ପକାଇ ଗାର୍ଗ୍ଲିନ କରନ୍ତୁ । ଦିନକୁ ଦୁଇଥର ଏହିପରି ଗାର୍ଗ୍ଲିନ କରନ୍ତୁ ଦେଖିବେ ଥାଇରଏଡ ଯୋଗୁଁ ଗଳାରେ ହେଉଥିବା ଯନ୍ତ୍ରଣା କମ୍ ହେବା ସହ ହେବ ସଂକ୍ରମଣ ମଧ୍ୟ କମିଯିବ । ଏହା ବ୍ଯତୀତ ଆପଣ ନିଜ ହାତର ବୁଧ ଆଙ୍ଗୁଳି ତଳେ ଥିବା ପାପୁଲିର ଅଂଶକୁ ଟିପ ସାହାଯ୍ୟରେ କିଛି ସମୟ ଚିପନ୍ତୁ । ଏହାକୁ ଆକ୍ୟୁପ୍ରେସର ଟେକନିକ କୁହାଯାଏ । ଏପରି କରିବା ଦ୍ଵାରା ମଧ୍ୟ ଆପଣଙ୍କୁ ଥାଇରଏଡ ଭଳି ସମସ୍ଯାରୁ ଅନେକ ମାତ୍ରାରେ ଉପଶମ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ