ଜୀବନଶୈଳୀ

ଗୋଟିଏ ମାସ, ତିନି ପ୍ରତିଷ୍ଠିତ ବ୍ୟକ୍ତି, ଗୋଟିଏ ଗୁଳି ଆଉ ଶେଷ ଜୀବନ : ହେଲେ କାହିଁକି ? କଣ ଏତେ ଶସ୍ତା ଜୀବନ?

ଜୀବନର ଜାକଜମକରୁ ନିଜକୁ ଦୁରଇେ ଶାନ୍ତି ପୂର୍ଣ୍ଣ ଜୀବନ ବିତାଇବା ପାଇଁ ଚିନ୍ତା କରିଥବା ଭୟୁଜୀ ମହାରାଜ ଆତ୍ମହତ୍ୟା କରି ନିଜର ଜୀବନ ହାରିଛନ୍ତି । ତେବେ ମଙ୍ଗଳବାର ଦିନ ଭୟୁଜୀ  ଆତ୍ମହତ୍ୟା କରିଥିବା ବେଳେ ଏପରି ଚରମ ପଦକ୍ଷେପ ଉଠାଇବାର କାରଣ ବିଷୟରେ ସେ ତାଙ୍କ ଆତ୍ମହତ୍ୟା ପତ୍ରରେ ଉଲ୍ଲେଖ କରିଥିଲେ । ସେ ଅତ୍ୟଧିକ ମାନସିକ ଚାପରେ ଥିବାରୁ ଦୁନିଆକୁ ଛାଡ଼ି ଯାଇଥିବା ଲେଖିଛନ୍ତି । ଭୟୁଜୀଙ୍କର ଦେଶରେ ଲକ୍ଷାଧିକ ପ୍ରଶଂସକ ରହିଥିବା ପରେ ମଧ୍ୟ ସେ ଗୋଟିଏ ଗୁଳିରେ  ନିଜର ଜୀବନ ତ୍ୟାଗ କରିଛନ୍ତି । ଖାଲି ଭୟୁଜୀ ମହାରାଜ ଚିନ୍ତାଗ୍ରସ୍ତ ହୋଇ ଏପରି ଚରମ ନିଷ୍ପତି ନେଇଛନ୍ତି ତାହା ନୁହଁ ଏବେ ମାସକ ମଧ୍ୟରେ ଆଉ ଦୁଇ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଗୋଟିଏ ଗୁଳିରେ ନିଜର ଜୀବନ ହାରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁମ୍ବାଇର ସୁପରପୁଲିସ୍ ଭାବେ ଜଣାଯାଉଥିବା ହିମାଶୁଂ ରାଏ ଏବଂ ଅନ୍ୟ ଜଣଙ୍କ ହେଉଛନ୍ତି ଏଟିଏସ୍ କର୍ମଚାରୀ ରାଜେଶ ସାହାନୀ।

himanshu

ହିମାଶୁଂ ମୁମ୍ବାଇ ପୁଲିସ ବିଭାଗରେ ଅପରାଧି ଶାଖାରେ କାର୍ଯରତ ଥିବା ସହ ବିଭିନ୍ନ ପ୍ରକାରର ଜରୁରୀ  କାର୍ଯ୍ଯରେ ନିୟୋଜିତ ରହିଥିଲେ । ଯେପରିକି ଆଇପିଏଲ ମ୍ଯାଚ୍ ଫିକ୍ସିଂ , ମୁମ୍ବାଇ ଟ୍ରେନ୍ ବିସ୍ପୋରଣ ଆଜି ଜାଞ୍ଚରେ ସାମିଲ ରହିଥିଲେ । କିନ୍ତୁ ମୁମ୍ବାଇକୁ ରକ୍ଷା କରିବାକୁ ଯାଇ ବକ୍ତିଗତ ଜୀବନରେ ଏକୁଟିଆ ହୋଇ ଯାଇଥିଲେ ହିମାଂଶୂ । ଏଣୁ କିଛି ରାସ୍ତା ନପାଇ ଶେଷକୁ ନିଜକୁ ଗୁଳି କରି ଆତ୍ମହତ୍ଯା କରିଥିଲେ ।

rajesh sahni

ସେହିପରି ପୁଲିସ ବିଭାଗରେ ଜଣେ ବିଶିଷ୍ଠ କର୍ମଚାରୀ କାର୍ଯରତ ଥିଲେ ରାଜେଶ ସାହାନୀ । ସହ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ମିଡ଼ିଆ କର୍ମୀଙ୍କ ପର୍ଯ୍ଯନ୍ତ ସମସ୍ତେ ତାଙ୍କ ବ୍ୟବହାର ପ୍ରତି ଆକର୍ଷତ ରହିଥଲେ । କିନ୍ତୁ ଏତେ ମାତ୍ରାରେ ଲୋକ ପ୍ରିୟତା ରହି ମଧ୍ୟ ମାନସିକ ଚିନ୍ତା ଏବଂ ନିଜକୁ ଏକୁ ଟିଆ ଅନୁଭବ କରିଥିଲେ ରାଜେଶ । ଏଣୁ ଶେଷକୁ କିଛି ବାଟ ନପାଇ ଆତ୍ମହତ୍ଯ କରିଥିଲେ ରାଜେଶ ।

ଦୂରରୁ  ଦେଖବାକୁ ଗଲେ ଏହି ତିନି ବ୍ୟକ୍ତିଙ୍କର ଜୀବନରେ ଆପଣଙ୍କୁ କୌଣସି ପ୍ରକାରର ଅଭାବ ନଜର ଆସିବ ନାହିଁ । କିନ୍ତୁ ଏକୁଟିଆ ରହିବା ସହ ମାନସିକ ବିଶାଦ ଏମାନଙ୍କୁ ଆତ୍ମହତ୍ୟା ଭଳି ଚରମ ପଯକ୍ଷେପ ନେବା ପାଇଁ ବାଧ୍ୟ କରିଲା । ତେବେ ନିତି ଜଣଙ୍କ ଆତ୍ମହତ୍ୟାର କାରଣ ସମାନ ରହିଥିବା ବେଳେ ଗୋଟିଏ ଗୁଳି ଏବଂ ଗୋଟିଏ ମାସରେ ସେମାନେ ଇହଧାମ ତ୍ୟାଗ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button