ଜୀବନଶୈଳୀ

ଭୋକ ମେଂଟାଏ ମାଟିର ରୁଟି : ଦାରିଦ୍ର୍ୟ କଣ ଏହି ଭିଡିଓ ଦେଖିବା ପରେ ଆପଣ ଜାଣି ପାରିବେ

ଭୋକ ଏବଂ ଦାରିଦ୍ର୍ୟ କଣ ହୋଇଥାଏ ତାହା ଆପଣ ଏହି ଭିଡିଓକୁ ଦେଖିବା ପରେ ଜାଣି ପାରିବେ। ବର୍ତ୍ତମାନ ମଧ୍ୟ ଏମିତି ଦେଶ ଅଛି ଯେଉଁଠି ଲୋକମାନେ ଭୋକ ମେଂଟାଇବା ପାଇଁ ଖାଉଛନ୍ତି ମାଟିର ରୁଟି । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିବ। କିନ୍ତୁ ଏମିତି କିଛି ଦେଶ ରହିଛି, ଯାହା ଦାରିଦ୍ର୍ୟ ସୀମା ରେଖାର ଖୁବ ତଳେ ଅଛି । ଯେଉଁଠି ଲୋକଙ୍କ ଭାଗ୍ୟରେ ଦାନା ମୁଠାଏ ବି ଖାଇବାକୁ ନଥାଏ ।

ଅନାହାରରେ ପୀଡିତ ଏହି ଦେଶର ଲୋକେ ସେହି ଭୋକ ମେଣ୍ଟାଇବା ପାଇଁ ମାଟିରେ ତିଆରି ହୋଇଥିବା ରୁଟି ଖାଇବାକୁ ବାଧ୍ୟ ହେଉଛନ୍ତି । ଦେଶର ନାଁ ହେଉଛି ହୈତି । ହୈତିରେ ପ୍ରାୟ ଏକ କୋଟି ଲୋକ ବସବାସ କରନ୍ତି। ସେଥି ମଧ୍ୟରୁ ୩୦ ଲକ୍ଷ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ପାରେ ନାହିଁ। ଖାଦ୍ୟ ହେଉଛି ଏଠାକାର ମୁଖ୍ୟ ସମସ୍ୟା। ଖାଦ୍ୟ ଅଭାବରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟେ। ଏହି ଦେଶ ସେହି ଦେଶ ଯେଉଁଠାରୁ କଲୋମ୍ବସ୍ ଏସିଆ ଏବଂ ଭାରତର ଖୋଜିବାର ସୂଚନା ମିଳିଥିଲା । ଏଠାକାର ଲୋକ ଭୋକ ମେଣ୍ଟାଇବା ପାଇଁ ମାଟିରେ ଲୁଣ ମିଶାଇ ରୁଟି ପ୍ରସ୍ତୁତ କରି ଖାଇଥାନ୍ତି । ଭୋକ ଏଠାରେ ସବୁଠାରୁ ବଡ଼ ସମସ୍ୟା ରୂପେ ଉଭା ହୋଇଛି ।

ମହିଳାମାନେ ମାଟି ଓ ପାଣିକୁ ମିଶାଇ ରୁଟି ତିଆରି କରିବା ପରେ ସୂର୍ଯ୍ୟ କିରଣରେ ଶୁଖାଇବା ପାଇଁ ତଳେ ଢାଳି ଦିଅନ୍ତି । ହୈତର କିଛି ଅଂଚଳରେ ଏହାକୁ ବିକ୍ରି ମଧ୍ୟ କରାଯାଏ । ଏହି ମାଟିକୁ ଏକ ସ୍ଥାନରୁ ପାହାଡିଆ ଅଂଚଳକୁ ନେଇ ଯାଆନ୍ତି । ଯେଉଁ ମହିଳାମାନେ ଏହାକୁ ତିଆରି କରନ୍ତି, ତାଙ୍କ ମତରେ ଏହି ମାଟିର ରୁଟିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଭିଟାମିନ୍ ଥାଏ ।

ସେୱାଗ ଟ୍ବିଟରରେ ସେୟାର କରିଥିଲେ ଏହି ଭିଡିଓ

 

ଟିମ ଇଣ୍ଡିଆର ପୂର୍ବ ଖେଳାଳୀ ବିରେନ୍ଦ୍ର ସେୱାଗ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ସେୱାଗ ଭିଡିଓକୁ ସେୟାର କରି ଲୋକଙ୍କୁ ଅନୁରୋଧ କରିଛନ୍ତି ହୈତିରେ ଲୁଣ ମିଶାଇ ରୋଟି ପ୍ରସ୍ତୁତ କରନ୍ତି, ତାପରେ ଏହାକୁ ଖାଇଥାନ୍ତି ମଧ୍ୟ। ଆମେ ଯେଉଁ ପଦାର୍ଥର ଯତ୍ନ କରନ୍ତି ନାହିଁ ତାହା କାହା ପାଇଁ ବହୁତ ଦରକାରୀ ହୋଇଥାଏ। ନିଜର ବଳକା ଖାଦ୍ୟକୁ ବାହାରେ ନ ଫିଙ୍ଗି ଦାନ କରନ୍ତୁ କିମ୍ବା ରୋଟି ବ୍ୟାଙ୍କ ଭଳି ସଂଗଠନକୁ ଦାନ କରନ୍ତୁ । ଯେଉଁମାନେ ଏହାକୁ ଖାଇବାକୁ ପାଉ ନଥିବା ଲୋକଙ୍କ ପାଖରେ ପହଞ୍ଚାଇ ଥାଆନ୍ତି।”

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button