ମନୋରଞ୍ଜନ

ମୋ ପୁଅ ଚଣ୍ଡିଗଡରେ ପଢୁଛି, ତାକୁ ଭାଇରାଲ କରାଯାଇ…’ ଦେଖନ୍ତୁ ନିଜ Sai Siddhi ଙ୍କୁ ନେଇ କଣ କହିଲେ Siddhant Mohapatra

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜ ପୁଅ ଙ୍କ ନୂଆ ଚଳଚିତ୍ର ଭାଇରାଲ ହେବା ଖବର କୁ ନେଇ କିଛି ଏଭଳି କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ “ବାପା ସୁପରମ୍ୟାନ” ଗୋଟିଏ ନୂଆ ଓଡିଆ ଚଳଚିତ୍ର ଆସିବା ପାଇଁ ଯାଉଛି । ଏହି ଚଳଚିତ୍ର ଟି ଆଗାମୀ ନୂଆବର୍ଷ ରେ ରିଲିଜ ହେବ ।

ଏହା ସହିତ ଯେଉଁ ତାରିଖରେ ରିଲିଜ ହେବ, ସବୁ ଥିଏଟର ଫାଇନାଲ ହୋଇ ସାରିବା ପରେ ଆପଣ ମାନଙ୍କୁ ତାହା ନିଶ୍ଚିତ ଭାବରେ ଜଣାଇବୁ । ଏଥିରେ ସିଦ୍ଧାନ୍ତ ମହାପାତ୍ର ଗୋଟିଏ ଚରିତ୍ର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଏବଂ ତାଙ୍କର ପୁଅ ଭୂମିକାରେ ଶୁଭମ ଅଭିନୟ କରିଛନ୍ତି । ନିର୍ଦ୍ଧେଶନା ର ଦାଇତ୍ଵ ସୁଧାଂଶୁ ନେଇଛନ୍ତି ଏବଂ ଏହାର କାହାଣୀ ପ୍ରିୟ ବାବୁ ନେଇଛନ୍ତି ।

ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ ସେମାନେ ଚେଷ୍ଟା କରିଛନ୍ତି ଯେ ଗୋଟିଏ ଭଲ କାହାଣୀଟିଏ ନୂଆ ବର୍ଷରେ ଦର୍ଶକ ମାନଙ୍କୁ ଭେଟି ଦେବାପାଇଁ । ସବୁବେଳେ ଆମେ ମା’ ଙ୍କ ସ୍ନେହ ମମତା ସମ୍ବନ୍ଧରେ କହିଥାଉ । ମାତ୍ର ତାହା ଭିତରେ କେଉଁଠି ନା କେଉଁଠି ବାପା ଙ୍କର ମଧ୍ୟ ତ୍ୟାଗ ରହିଥାଏ ଏବଂ ଜୀବନ ବ୍ୟାପୀ ଯେଉଁ ତ୍ୟାଗ ରହିଥାଏ ତାହା କେଉଁଠି ନା କେଉଁଠି ଛାପି ହୋଇ ରହିଯାଇଥାଏ ।

ଏହି ଚଳଚିତ୍ରରେ ମୂଳତଃ ସେହି ସବୁ କଥା କୁ ନେଇ ନିର୍ମାଣ କରାଯାଇଛି । ବାପା ତାହାର ଛୁଆ ପାଇଁ ତଥା ତାହାର ପରିବାର ପାଇଁ କେଉଁ ପର୍ଯ୍ୟନ୍ତ ଯାଇପାରେ ? ଏହି ଚଳଚିତ୍ର ତାହା ଉପରେ ଆଧାରିତ ହୋଇଛି । ମାତ୍ର ମଝିରେ ଭା-ଇ-ରା-ଲ ହୋଇଥିଲା ଯେ ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ ଅଭିନୟ କରିଛନ୍ତି ବୋଲି । ଏହାକୁ ନେଇ ସେ କହିଛନ୍ତି ଯେ ଶୁଭମ 7 କ୍ଳାସ ରେ ପାଠ ପଢୁଛନ୍ତି ମାତ୍ର ତାଙ୍କ ପୁଅ ଗ୍ରାଜୁଏସନ କରୁଛନ୍ତି ।

ଏହା ସଂପୂର୍ଣ୍ଣ ଭାବରେ ଭୁଲ ଥିଲା କିନ୍ତୁ ସେ ଏଥିଲାଗି ଖୁସି ଅଛନ୍ତି ଯେ ଇଣ୍ଡଷ୍ଟ୍ରୀରେ ଜଣେ ନୂଆ ପିଲାଟି କାମ କରିବାକୁ ଯାଉଛି । ନୂଆ ପିଲାଟି ଅଭିନୟ କରିଛି, ସମସ୍ତେ ତାଙ୍କୁ ସାହାର୍ଯ୍ୟ ସହଯୋଗ ମଧ୍ୟ ଭଲ ଭାବରେ କରିଛନ୍ତି ଏବଂ ମୂଳ କଥା ହେଉଛି ଯେ ଚଳଚିତ୍ର ଟି ଭଲ ହେବା ଦରକାର । ଏଣୁ କିଏ କରିଛି ତାହା ମ୍ୟାଟର ରଖୁନି ଚଳଚିତ୍ର ଟି ଲୋକଙ୍କୁ ପସନ୍ଦ ଆସିବା ଦରକାର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button