ମନୋରଞ୍ଜନ

ଟିଭି ଡେବ୍ୟୁ ସମୟରେ ଏମିତି ନଜର ଆସୁଥିଲେ ଏହି 5 ଜଣ ଅଭିନେତ୍ରୀ, ଏବେ ଲୁକରେ ଆସିଛି ଆକାଶ-ପାତାଳ ଫରକ

କୁହାଯାଉଛି ଯେତେବେଳେ ପଇସା ଓ ନାମ ଏକା ସାଥିରେ ଆସେ ତ ମଣିଷ ବଦଳି ଯାଏ ।ତାର ଗର୍ବ ହେଇଯାଏ । କେବଳ ଏହା ନୁହେଁ ,ତାର ଚେହରା ଓ ରହିବାର ଶୈଳୀ ବି ବଦଳି ଯାଏ ।ଏବେ ଟିଭି ର ଏହି ଅଭିନେତ୍ରୀ ମାନଙ୍କୁ ନିଆଯାଉ । ଯେତେବେଳେ ଏମାନେ ଟିଭି ଦୁନିଆରେ ପ୍ରଥମ ଥର ପାଇଁ ପାଦ ରଖିଥିଲେ ସେତେବେଳେ ବହୁତ ସିଧା ସାଧା ଥିଲେ । କିନ୍ତୁ ଏବେ ପଇସା ଆଉ ନାମ ମିଳିବା ପରେ ଏମାନଙ୍କର ଚେହେରା ହିଁ ବଦଳି ଗଲା ।

ମୌନୀ ରୟ

ମୌନୀ ରାୟଙ୍କ ଟିଭି ଡେବ୍ୟୁ ‘କ୍ୟୁ କି ଶାଶ ଭି କଭି ବହୁ ଥୀ ‘ ରୁ ଆରମ୍ଭ ହେଇଥିଲା ।ଏଥିରେ ସେ କୃଷ୍ଣା ତୁଳସୀ ଚରିତ୍ର କରିଥିଲେ । ଏମିତିରେ ତାଙ୍କୁ ଅସଲି ପରିଚୟ ଟିଭି ସିରିୟଲ ନାଗିନ ରୁ ମିଳିଥିଲା ।ଏଥିରେ ତାଙ୍କ ଲୋକପ୍ରିୟତା ଆକାଶ ଛୁଇଁ ଥିଲା ।ସେ ଅକ୍ଷୟ କୁମାରଙ୍କ ସାଥିରେ ଗୋଲ୍ଡ ଫିଲ୍ମ ରେ ବଲିଉଡ ଡେବ୍ୟୁ ବି କରିସାରିଛନ୍ତି । ପ୍ରଥମ ସିରିୟଲ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଯାତ୍ରା ଭିତରେ ମୌନୀଙ୍କ ଲୁକ ରେ ବହୁତ ପରିବର୍ତନ ଆସିଛି ।

ଦୀପିକା କକ୍କଡ଼

ଦୀପିକା କକ୍କଡ଼ ଙ୍କ ଡେବ୍ୟୁ ସିରିୟଲ ୨୦୧୦ ରେ “ନୀର ଭାରେ ତେରେ ନେୟନା ଦେବୀ” ଆସିଥିଲା ।ଏହା ପରେ “ସସୁରାଲ ସୀମରକା” ତାଙ୍କର ଲୋକପ୍ରିୟତା କୁ ବଢାଇ ଦେଇଥିଲା । ସେ “ବିଗ ବସ ସିଜିନ ୧୨” ର ବିଜେତା ବି ହୋଇଥିଲେ । ସେ ସେତିକି ବେଳେ “କାହାଁ ହମ କାହାଁ ତୁମ” ସିରିୟଲ ରେ ମୁଖ୍ୟ ଭୂମିକା ରେ ଦେଖା ଯାଇଥିଲେ । “ଦୀପିକା କି ଦୁନିଆ” ନାମ ରେ ତାଙ୍କର ଏକ ୟୁ ଟ୍ୟୁବ ଚାନେଲ ବି ଅଛି । ଦୀପିକା ଙ୍କ ଲୁକ ବି ଏହି ଯାତ୍ରା ସମୟରେ ବହୁତ କିଛି ବଦଳି ଯାଇଛି ।

ହୀନା ଖାନ

ହୀନା ଖାନ ଟିଭି ଇଣ୍ଡର୍ଷ୍ଟ୍ରୀ ରେ ଏକ ଜଣାଶୁଣା ନାମ । ସେ ତାଙ୍କର ଟିଭି ଡେବ୍ୟୁ ‘ୟେ ରିସ୍ତା କ୍ୟା କେହଲାତା ହୈ ‘ ରୁ ଆରମ୍ଭ କରିଥିଲେ । ଏଥିରେ ସେ ଅକ୍ଷରା ନାମରେ ଘରେ ଘରେ ପ୍ରସିଦ୍ଧ ହେଇଥିଲେ ।ଏହା ପରେ ସେ ଟିଭି ସିରିୟଲରୁ ବାହାରି ଯାଇ ବିଗ ବସ ସିଜିନ ୧୧ ରେ ଯାଇଥିଲେ । ଏଠାରେ ତାଙ୍କର ଷ୍ଟାଇଲିସ ଅନ୍ଦାଜ ଦର୍ଶକ ଙ୍କୁ ବହୁତ ପସନ୍ଦ ଆସିଥିଲା ।ପୁଣି ସେ ‘କସୌଟି ଜିନ୍ଦଗୀ କି ‘ ୨ ରେ କମୋଲିକା ହେଇଥିଲେ । ସେ ବଲିଉଡ ରେ ହ୍ୟାକ୍ଡ ଫିଲ୍ମ ରେ ପାଦ ରଖିଥିଲେ ।ବର୍ତମାନ ସେ ଟିଭି ସିରିୟଲ ନାଗିନ ୫ ରେ ପୁଣିଥରେ ଟିଭି ଦୁନିଆରେ ପାଦ ରଖିଛନ୍ତି ।ହୀନାଙ୍କର ପ୍ରଥମ ସିରିୟଲ ଫଟୋ ଏବଂ ଏବେ ର ଫଟୋ କୁ ଦେଖିଲେ ସେଥିରେ ବହୁତ ଫରକ ଦେଖିବାକୁ ମିଳେ ।

ଅନିତା ହସନନ୍ଦାନୀ

ଅନିତା “ହରେ କାଁଚ କି ଚୁଡିୟା” ନାମକ ଟିଭି ସିରିୟଲ ରୁ ଡେବ୍ୟୁ କରିଥିଲେ ।ଏହି ଶୋ ରେ ସେ ବେଶୀ ପପୁଲାର ହୋଇ ପାରିନଥିଲେ ।ପୁଣି ସେ “କଭି ସଉତନ କଭି ସହେଲି” ନାମକ ଏକ ଟିଭି ସିରିୟଲ ରେ ଦେଖା ଗଲେ ।ଏଥିରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ପ୍ରସିଦ୍ଧ କରିଦେଇଥିଲା । ସେ ଏବେ “ନାଗିନ ୫” ବି କରୁଛନ୍ତି ।ଅନିତାଙ୍କ ସ୍ଟାଇଲ ଓ ଫେସନ ସେନ୍ସ ବି ବଡ କମାଲ ଅଟେ ।ତାଙ୍କର ପୂର୍ବ ଏବଂ ଏବେର ଲୁକ ରେ ବି ବହୁତ ଫରକ ଦେଖିବାକୁ ମିଳୁଛି ।

ଜେନିଫର ୱିଙ୍ଗେଟ

ଜେନିଫର ୱିଙ୍ଗେଟ ପ୍ରଥମେ ଶିଶୁ କଳାକାର ଭାବରେ ଆକ୍ଟିଂ ଦୁନିଆରେ ପାଦ ଦେଇଥିଲେ । ସେତେବେଳେ ତାଙ୍କ ବୟସ ୧୨ ବର୍ଷ ଥିଲା । ଏହି ସମୟରେ ସେ ‘ରାଜା କୋ ରାନୀ ସେ ପ୍ୟାର ହୋ ଗୟା ‘ ଆଉ କୁଛ ନା କହୋ ଭଳି ଫିଲ୍ମ ରେ ନଜର ଆସିଥିଲେ । ଟିଭି ପରଦାରେ ସେ ‘ସାକାଲାକା ବୁମ ବୁମ ‘, ‘କସୌଟି ଜିନ୍ଦଗୀ କି’ , କୁସୁମ’ ଆଉ ଦିଲ ମିଲ ଗୟେ ଭଳି ହିଟ ସିରିୟଲ କରିଛନ୍ତି ।ଜେନିଫର ଙ୍କର ଲୁକ ‘ବେହଦ ଔର ବେପନାହ’ ପରେ ଏକଦମ ବଦଳିଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button