ବିଚାର

ଏହି ୪ଟି ବିଷୟରେ କେବେ ବି ବାପାମା’ଙ୍କୁ ପ୍ରଶ୍ନ କରନ୍ତୁ ନାହିଁ, ଉପୁଜିପାରେ ଅଜବ ପରିସ୍ଥିତି

କୁହାଯାଏ ଯେ ପିତା ମାତାଙ୍କ ଠାରୁ ଉତ୍ତମ ଗୁରୁ ଆଉ କେହି ନାହାନ୍ତି। ସେମାନଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ରହିଥାଏ। କିନ୍ତୁ ଜୀବନରେ ଏଭଳି ଏମିତି ପ୍ରଶ୍ନ ଆସେ, ଯାହାର ଉତ୍ତର ମା’ବାପାଙ୍କ ଅପେକ୍ଷା ସାଙ୍ଗସାଥୀଙ୍କୁ ପଚାରିବା ଭଲ। କାରଣ ଏଭଳି ପ୍ରଶ୍ନ ଏକ ଅଜବ ପରିସ୍ଥିତି ସୃଷ୍ଟି କରିପାରେ। ନଚେତ୍‌ ଏମିତି ଉତ୍ତର ମିଳିପାରେ ଯାହା ପରିସ୍ଥିତିକୁ ସୁଧାରିବା ବଦଳରେ ବିଗାଡ଼ିଦେଇପାରେ। ଆସନ୍ତୁ ଜାଣିବା ସେଭଳି କେତେକ ପ୍ରଶ୍ନ ବିଷୟରେ…

୧. ଡେଟିଂ ଲାଇଫ୍‌:

dating

ଆଜିକାଲିର ଅଭିଭାବକ ଛୁଆଙ୍କ ସହ ସାଙ୍ଗ ଭଳି ବ୍ୟବହାର କରୁଛନ୍ତି। ଏହି କାରଣରୁ ପିଲା ମଧ୍ୟ ବାପାମା’ଙ୍କ ସହ ଆରାମର ସମସ୍ତ ସମସ୍ୟା ବିଷୟରେ ଆଲୋଚନା କରୁଛନ୍ତି। କିନ୍ତୁ ଯେତେବେଳେ ଡେଟିଂ ଲାଇଫ୍‌ ବା ଲଭ୍‌ ଲାଇଫ୍‌ କଥା ଉଠେ, ସେତେବେଳେ ବାପା ମା’ଙ୍କ ଅପେକ୍ଷା ସାଙ୍ଗମାନଙ୍କୁ ପଚାରିବା ଭଲ। କାରଣ ବାପା ମା’ଙ୍କ ଆଗରେ ଆମେ ସବୁ କଥା ଖୋଲିକରି କହିପାରିନଥାଉ, କିନ୍ତୁ ସାଙ୍ଗକୁ ସବୁ କଥା କହିପାରୁ। ମାତ୍ର ଯେତେବେଳେ ଆପଣଙ୍କୁ ଲାଗୁଛି ଯେ କୌଣସି ଟିପ୍ସ ବାପା ମା’ ଭଲ ଭାବେ ଦେଇପାରିବେ, ସେଭଳି ସ୍ଥିତିରେ ବିନା କୌଣସି ଦ୍ୱିଧାରେ ତାଙ୍କ ସହ କଥା ହୁଅନ୍ତୁ।

୨. ସେକ୍ସ ଏଜୁକେସନ୍‌:

education

ସେକ୍ସ ଲାଇଫ୍‌ ସମସ୍ତ ପାଇଁ ଏକ ପ୍ରାଇଭେଟ୍‌ ବିଷୟ। ଏହି ବିଷୟରେ କେବଳ ସେହିମାନଙ୍କ ସହ କଥା ବାର୍ତ୍ତା କରାଯାଇପାରେ ଯାହା ସହ ଜଣେ ସେତିକି କ୍ଲୋଜ୍‌ ହୋଇଥିବ। ଏବିଷୟରେ ବାପା ମା’ଙ୍କ ସହ କଥା ହେବାକୁ ପିଲାମାନେ ପ୍ରାୟତଃ ସାହାସ କରିପାରନ୍ତି ନାହିଁ। ଏଣୁ ଏସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ସେମାନଙ୍କ ମନରେ ରହିଥାଏ। ଏଭଳି ପରିସ୍ଥିତିରେ ଏହି ଟପିକ୍‌ରେ ସାଙ୍ଗସାଥୀଙ୍କ ସହ ଆପଣ ଚର୍ଚ୍ଚା କରିପାରିବେ। କୌଣସି ଗମ୍ଭୀର ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ।

୩. ବୈବାହିକ ଜୀବନର ସମସ୍ୟା:

marriage

ବୈବାହିକ ଜୀବନ ବିଷୟରେ କାହା ସହ କଥାବାର୍ତ୍ତା ହେବା ବା ଚର୍ଚ୍ଚା କରିବା ଏହି ସମ୍ପର୍କକୁ ନଷ୍ଟ କରିବାର ପ୍ରଥମ ସୋପାନ। ମାତ୍ର ବେଳେବେଳେ କେତେକ ବିଷୟରେ ଆମେ ଅନ୍ୟମାନଙ୍କ ପରାମର୍ଶ ଲୋଡ଼ିଥାଉ। ଏଭଳିସ୍ଥିତିରେ ପିତାମାତାଙ୍କ ଅପେକ୍ଷା ସାଙ୍ଗସାଥୀଙ୍କ ପରାମର୍ଶ ନେବା ଉଚିତ। କାରଣ ସାଙ୍ଗମାନେ ଆମ ବୟସର ହୋଇଥିବାରୁ ସେମାନେ ଆମ ପରିସ୍ଥିତିକୁ ଦେଖି ଭଲ ପରାମର୍ଶ ଦେଇପାରିବେ। କିନ୍ତୁ ବାପାମା’ଙ୍କୁ ଆମେ ଠିକ୍‌ ଭାବେ ନିଜ ସମସ୍ୟା କହିପାରିବା ନାହିଁ। ଏହା ବ୍ୟତୀତ ଆମ ସମସ୍ୟା ଦେଖିଲେ ସେମାନେ ଭାଙ୍ଗି ପଡ଼ିବା ଆଶଙ୍କା ମଧ୍ୟ ରହିଛି। ଏଣୁ ଏସବୁ ବିଷୟରେ ତାଙ୍କ ସହ ଆଲୋଚନା ନ କରିବା ହିଁ ଭଲ।

୪. ଫ୍ୟାମିଲି ପ୍ଲାନିଂ:

family

ଆଜିକାଲି ଲୋକମାନଙ୍କର ଚାଲିଚଳଣି, ଆଚାର ବ୍ୟବହାର ପୂର୍ବ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ। ଏବେ ଲୋକମାନେ ବିବାହ ପରେ ଆଉ ତୁରନ୍ତ ପିଲା ଜନ୍ମ କରି ନିଜକୁ ବ୍ୟସ୍ତବିବ୍ରତ କରିବାକୁ ଚାହୁଁନାହାନ୍ତି। ସେମାନେ ଟାଇମ୍‌ ନେଇ ଉଭୟଙ୍କ ସହମତିରେ ପିଲା ଜନ୍ମ କରିବା କଥା ଚିନ୍ତା କରୁଛନ୍ତି। ଏଭଳିସ୍ଥିତିରେ ବିବାହ ପରେ ଯଦି ଆପଣ ପରିବାରକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି ଓ ଏଥିପାଇଁ ଟିପ୍ସ ଚାହୁଁଛନ୍ତି ତେବେ ସାଙ୍ଗମାନଙ୍କ ସହ ଆଲୋଚନା କରନ୍ତୁ। ସେମାନେ ପରିବାର ସହ ଚାକିରି ଲାଇଫ୍‌କୁ କେମିତି ସମ୍ଭାଳୁଛନ୍ତି ତାହା ବୁଝନ୍ତୁ ଓ ସେହି ଅନୁସାରେ ନିଜ ପାଇଁ ପ୍ଲାନିଂ କରନ୍ତୁ। ତଥାପି ଯଦି କୌଣସି ସନ୍ଦେହ ରହୁଛି ତେବେ ଅଭିଭାବକଙ୍କୁ ପଚାରିପାରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button