ମନୋରଞ୍ଜନ

ଡିଭୋର୍ସ ପରେ ସ୍ଵାମୀ ଙ୍କ ଟଙ୍କାରେ ରାଜ କରୁଛନ୍ତି Bollywood ର ଏହି 5 ଜଣ Actress

ଅନେକ ଥର ଦେଖା ଯାଇଥାଏ ଛାଡ଼ପତ୍ର ପରେ କିଏ ଦ୍ଵିତୀୟ ବିବାହ କରିଥାଏ ତ କାହାର ପ୍ରେମ ସମ୍ବନ୍ଧ ବଲିଉଡ ରେ ଚର୍ଚ୍ଚା ରେ ଥାଏ ତ କିଏ ଡିପ୍ରେସନ୍ ର ଶିକାର ହେଉଥିବା ଦେଖା ଯାଏ। ଆଜି ଏମିତି କିଛି ଅଭିନେତ୍ରୀ ଙ୍କ ନାମ ଜାଣିବା ଯେଉଁମାନେ ଛାଡ଼ପତ୍ର ପରେ ମଧ୍ୟ ରାଣୀ ପରି ଜୀବନ କାଟୁଛନ୍ତି ।

ନଂ.୧-ସଙ୍ଗୀତା ବିଜଲାନି

ସଙ୍ଗୀତା, ସଲମାନ୍ ଖାନ୍ ଙ୍କ ସହ ବିବାହ କରିବାର ଥିଲା ଓ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟା ସରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିବାହ ଘୁଞ୍ଚି ଯାଇଥିଲା ଓ ପରେ ଜଣା ପଡିଲା କି ଏହି ବିବାହ ଭାଙ୍ଗି ଯାଇଛି ବୋଲି। ତା ପରେ କ୍ରିକେଟର୍ ମହମ୍ମଦ ଅଝରୁଦ୍ଦିନ୍ ଙ୍କ ପ୍ରେମରେ ପଡି ଯାଇଥିଲେ ସଙ୍ଗୀତା । ଏମାନଙ୍କ ସଂପର୍କ ବହୁତ ଚର୍ଚ୍ଚା ରେ ଥିବା ବେଳେ ଅଝରୁଦ୍ଦିନଙ୍କୁ ବିବାହ କରିବା ପାଇଁ ସଙ୍ଗୀତା ନିଜ ଧର୍ମ ମଧ୍ୟ ପରିବର୍ତ୍ତନ କରି ଦେଇଥିଲେ ।

ଅଝରୁଦ୍ଦିନ୍ ମଧ୍ୟ ତାଙ୍କର ପ୍ରଥମ ପତ୍ନୀ ଙ୍କୁ ଛାଡି ସଙ୍ଗୀତା ଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ବେଶୀ ଦିନ ତିଷ୍ଠି ପାରି ନ ଥିଲା ଓ ଦୁହେଁ ପରସ୍ପର ଠୁ ଅଲଗା ହେବାର ନିର୍ଣ୍ଣୟ କରିଥିଲେ। ପାଖାପାଖି ୯-୧୦ ବର୍ଷ ଧରି ସେ ଏକା ରହୁଛନ୍ତି ଓ ସ୍ଵାମୀଙ୍କ ଟଙ୍କାରେ ବହୁତ ଖୁସି ମଧ୍ୟ ଅଛନ୍ତି । ସଲମାନ୍ ଖାନ୍ ଙ୍କ ସହ ଆଜି ବି ତାଙ୍କ ସଂପର୍କ ବହୁତ ଭଲ ରହିଛି ।

ନଂ.୨- ମହିମା ଚୌଧୁରୀ

ଶାହରୁଖ ଖାନ୍ ଙ୍କ ସହ “ପରଦେଶ” ଫିଲ୍ମ୍ ରେ କାମ କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ଯିଏ କି ନିଜ ଫିଲ୍ମ କ୍ୟାରିଅର ରେ ସବୁବେଳେ ଚର୍ଚ୍ଚାରେ ରହିଥିଲେ ସେ ବବି ମୁଖାର୍ଜୀ ଙ୍କୁ ବିବାହ କରିଥିଲେ ୨୦୦୬ ରେ। ଏମାନଙ୍କ ସଂପର୍କ ଖୁବ୍ ଚର୍ଚ୍ଚାରେ ଥିଲା ବେଳେ ଶୁଣାଯାଏ କି ମହିମା ବିବାହ ପୂର୍ବରୁ ଗର୍ଭବତୀ ହୋଇ ଯାଇଥିଲେ। ସେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ତାଙ୍କ ବିବାହ ବେଶୀ ଦିନ ଚାଲି ନ ଥିଲା ଓ ଛାଡ଼ପତ୍ର ହୋଇଯାଇଥିଲା । କିନ୍ତୁ ସେ ଆଜି ତାଙ୍କ ଝିଅ ସହ ଖୁସି ରେ ଅଛନ୍ତି।

ନଂ.୩-କରିସ୍ମା କପୁର

କରିସ୍ମା ଙ୍କ ବିବାହ ଅଭିଷେକ ବଚନ ଙ୍କ ସହ ହେବାର ଥିଲା । କିନ୍ତୁ ନିର୍ବନ୍ଧ ପରେ ମଧ୍ୟ ଏହି ବିବାହ ହୋଇପାରି ନ ଥିଲା। ଶେଷରେ ସେ ବିବାହ କରିଥିଲେ ଦିଲ୍ଲୀର ବିଜନେସ ମ୍ୟାନ୍ ସଞ୍ଜୟ କପୁର ଙ୍କୁ । କିନ୍ତୁ ସଞ୍ଜୟଙ୍କ ସହ ତାଙ୍କର ମଧ୍ୟ ବିବାହ ଠିକ୍ ସେ ଚାଲି ନ ଥିଲା। ସେ ଆସି ନିଜ ବାପଘରେ ଦୁଇ ପୁଅ ଙ୍କ ସହ ରହିବାକୁ ଲାଗିଲେ ଓ ତାଙ୍କର ଛାଡ଼ପତ୍ର ହେଇଯାଇଥିଲା । ମୋଟା ରକମର ଭରଣ ପୋଷଣ ଟଙ୍କା ପାଇ ସେ ବି ଖୁସି ରେ ଜୀବନ କାଟୁଛନ୍ତି।

ନଂ.୪- ଜେନିଫର୍ ୱିଙ୍ଗେଟ୍

ଜେନିଫର୍, କରନ୍ ସିଂ ଗ୍ରୋଭର ଙ୍କୁ ଏକ ଟିଭି ସୋ କରିବା ସମୟରେ ଭେଟିଥିଲେ। ତାଙ୍କ ଭିତରେ ପ୍ରେମ ସଂପର୍କ ବହୁତ ଶୀଘ୍ର ଆରମ୍ଭ ହୋଇଥିଲା ଓ ଦୁଇ ଜଣ ବହୁତ ଶୀଘ୍ର ତଥା ୨୦୧୦ ରେ ବିବାହ କରି ନେଇଥିଲେ ଓ ୨୦୧୨ ରେ ଛାଡ଼ପତ୍ର ମଧ୍ୟ ହୋଇ ଯାଇଥିଲା । କରନ୍ ଆଉ ଥରେ ବିବାହ କରିଥିଲେ ମଧ୍ୟ ଜେନିଫର୍ ଆଜି ବି ଏକା ରହିଛନ୍ତି ଓ ଟିଭି ଇଣ୍ଡଷ୍ଟ୍ରି ରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।

ନଂ.୫- ମନିଷା କୋଇରାଲା

ମନିଷା କୋଇରାଲା ନିଜ ସମୟରେ ଥିବା ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ସେ ୨୦୧୦ ରେ ସମ୍ରାଟ ନାମକ ଏକ ବିଜନେସ ମ୍ୟାନ୍ ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୨ ରେ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇ ଯାଇଥିଲା। ସେ କହିଥିଲେ ସମ୍ରାଟ ଙ୍କୁ ବିବାହ କରିବା ତାଙ୍କ ଜୀବନର ସବୁଠୁ ଖରାପ ନିଷ୍ପତି ଥିଲା। ସ୍ବାମୀଙ୍କ ଠୁ ଅଲଗା ହେବା ପରେ ସ୍ଵାମୀଙ୍କ ଟଙ୍କାରେ ସେ ମଧ୍ୟ ଖୁସି ରେ ଜୀବନ କାଟୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button