ବିଚାର

ଜାଣନ୍ତୁ ମକର ସଂକ୍ରାନ୍ତିର ମହତ୍ତ୍ବ , ଏବଂ କିପରି କରାଯାଏ ମକର ଚାଉଳ ପ୍ରସ୍ତୁତି

ଆସନ୍ତା କାଲି ମକର ସଂକ୍ରାନ୍ତି ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି।ଓଡ଼ିଆ ପରମ୍ପରାନୁଯାୟୀ ମକର ସଂକ୍ରାନ୍ତି ଦିନ ଗ୍ରହର ବକ୍ରଗତି ଆରମ୍ଭ ହୋଇ ଦିନ ବଡ଼ ଏବଂ ରାତି ସାନ ହୋଇଥାଏ । ଏହି ଦିନରୁ ସୂର‌୍ୟ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଯାହାଫଳରେ ଧୀରେଧୀରେ ଶୀତର ପ୍ରକୋପ କମ ହୋଇଥାଏ। ଖାସ କରି ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାରେ ଏହାକୁ ଧୁମଧାମରେ ପାଳନ କରାଯାଏ। ସେହିପରି ଓଡିଶାର ବିଭିନ୍ନ ପ୍ରାନ୍ତରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ପୂଜା କରାଯାଇଥାଏ।ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ହିସାବରେ ପାଳନ କରାଯାଇଥିବା ବେଳେ ପଞ୍ଜାବରେ ଏହାକୁ ଲୋରୀ ପର୍ବ ଭାବେ ପାଳନ କରାଯାଏ।

makara chula

ପ୍ରସ୍ତୁତି :

ତେବେ ଆସନ୍ତୁ ଜାଣିବା ଓଡ଼ିଆ ମକର ଚାଉଳର ପ୍ରସ୍ତୁତି । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି ଅରୁଅଅଆ ଚାଉଳକୁ ବତୁରାଇ ତାହାକୁ ହାଳୁକା ଗୁଣ୍ଡ କରିଦିଅନ୍ତୁ। ଏଥିରେ ନଡ଼ିଆ, ଛେନା, କଦଳୀ, କିଛି ଗୋଲ ମରିଚ ମିଶ୍ରଣ କରନ୍ତୁ।ଏଥିରେ ସ୍ବାଦନୁସାର ଚିନି କିମ୍ବା ଗୁଡ଼କୁ ମିଶାନ୍ତୁ। ଏହାକୁ ଠିକ୍ ଭାବେ ମିଶାଇ ତାହାକୁ ଭଗବାନଙ୍କ ପାଖରେ ଭୋଗ ଚଢ଼ାନ୍ତୁ। ପରେ ଏହାର ସେବନ କରନ୍ତୁ।

Makar-sankrant-

କିପରି ବସିବେ ମିତ :

ଏପରି ମଧ୍ୟ କୁହାଯାଏ ନିଜ ବନ୍ଧୁତାକୁ ନିବିଡ଼ କରିବା ପାଇଁ କିଛି ଲୋକ ପରସ୍ପରକୁ ଏହି ମକର ଚାଉଳ ଖୁଆଇ ମକର,ମିତ ବସିଥାନ୍ତି। ଏହାପରେ ସେମାନେ ପରସ୍ପରର ନା ଧରି ଡ଼ାକି ନଥାନ୍ତି ବରଂ ମକର ବା ମିତ ବୋଲି ସମ୍ବୋଧନ କରିଥାନ୍ତି। ଏହି ଦିନ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ାଯିବା ସହ ଏବେଇ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ମଧ୍ୟ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button