ଏହି ୧୦ଟି ଉପାୟରେ ପ୍ରତିଦିନ ଖାଆନ୍ତୁ ଅଁଳା, କିଛିଦିନ ଭିତରେ ଆପଣଙ୍କୁ ମିଳିବ ଅଦ୍ଭୁତ ଫାଇଦା

ଶରୀର ପାଇଁ ଅଁଳା ଅମୃତ ସମାନ। ଏଥିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ। ଶରୀରର ପ୍ରତିରୋଧକ କ୍ଷମତା ବଢ଼ାଇବାରେ ଅଁଳା ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ସକ୍ସିନିକ୍ ଅମ୍ଳ ଆପଣଙ୍କୁ ସବୁବେଳେ ଯୁବା ରହିବାର ଅନୁଭବ ଦେଇଥାଏ। ଏହି ଅମ୍ଳ ଯୌବନକୁ ପୁନଃ ଫେରାଇ ଆଣିପାରିଥାଏ। ଆସନ୍ତୁ ଜାଣିବା ଅଁଳା ବ୍ୟବହାର କଲେ ଆପଣଙ୍କୁ କି କି ଫାଇଦା ମିଳିଥାଏ। ଆଜି ଆମେ ୧୦ଟି ଫାଇଦା ବିଷୟରେ କହିବୁ।

୧. ଅଁଳା କୋଲେଷ୍ଟ୍ରୋଲକୁ କମ୍ କରିଥାଏ ଏବଂ ଏହାକୁ ଲଗାତାର ଭାବେ ସେବନ କରିବା ଦ୍ୱାରା ହୃଦରୋଗ ଦୂର ହୋଇଥାଏ।
୨. ଅଁଳା ଜାମ୍ ନିୟମିତ ରୂପେ ଖାଇଲେ ନାକରୁ ବ୍ଲିଡିଂ ହେବା ବନ୍ଦ ହୋଇଯାଇଥାଏ। ୩ ଚାମଚ ଅଁଳା ରସରେ ମିଶ୍ରି ମିଶାଇ ବି ଆପଣ ପିଇପାରିବେ।ଏହାଛଡ଼ା ଶୁଖିଳା ଅଁଳାକୁ ପାଣିରେ ଭିଜାଇ, ସେଥିରେ ମୁଣ୍ଡ ଧୋଇଲେ ନାକରୁ ବ୍ଲିଡିଂ ହେବା ବନ୍ଦ ହୋଇଯାଇଥାଏ।
୩. ଦୁଇ ଚାମଚ ଅଁଳା ଚୂର୍ଣ୍ଣ, ୧ ଚାମଚ ଦେଶୀ ଘିଅ ଏବଂ ୧ ଚାମଚ ମିଶ୍ରି ମିଶାଇ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା କିଛି ଦିନ ଭିତରେ ମୁଣ୍ଡବିନ୍ଧା ଚାଲିଯାଇଥାଏ।

୪. ଅଁଳା ଶରୀରରେ ସୋଡିୟମ୍କୁ କମ୍ କରିଥାଏ। ଏଥିପାଇଁ ଏହାକୁ ଉପଯୋଗ କଲେ, ବଢ଼ିଥିବା ରକ୍ତଚାପ କମିଯାଇଥାଏ।
୫. ଅଁଳା ଖାଇଲେ ପରିସ୍ରା ଭଲ ଭାବେ ହୋଇଥାଏ, ଯଦ୍ଦ୍ଵାରା ଶରୀରରୁ ଟୋକ୍ସିନ୍, ୟୁରିକ୍ ଏସିଡ୍ ଆଦି ବାହାରି ଯାଇଥାଏ ଏବଂ ଶରୀର ଶୁଦ୍ଧ ହୋଇଥାଏ।
୪ ଚାମଚ ଅଁଳାରେ ୨ ଚାମଚ ମହୁ ଏବଂ ଅଳ୍ପ ହଳଦୀ ମିଶାଇ ସକାଳୁ ସନ୍ଧ୍ୟା ଖାଇଲେ ପରିସ୍ରାରେ ପୂଯ ଆସିବା ବନ୍ଦ ହୋଇଯାଇଥାଏ।

୬. କେଶ ପାଇଁ ଅଁଳା ବରଦାନ ସଦୃଶ ହୋଇଥାଏ। ଆପଣ ଯେକୌଣସି ଉପାୟରେ ଅଁଳା ଖାଇଲେ ବି ଏହା ଲାଭଦାୟକ ହୋଇଥାଏ। ଅଁଳା ତେଲ କେଶରେ ନିହାତି ଲଗାଇବା ଉଚିତ। ଏହାଦ୍ୱାରା କେଶ ମୋଟା, କଳା ଏବଂ ଘନ ହୋଇଥାଏ।
୭. ଅଁଳା ଚୂର୍ଣ୍ଣ ଏବଂ କଳା ଲୁଣ ସମାନ ମାତ୍ରାରେ ପାଣିରେ ମିଶାଇ ପିଇଲେ ତରଳ ଝାଡ଼ା ବନ୍ଦ ହୋଇଯାଇଥାଏ। ଅଁଳା ଜାମ୍ ଖାଇଲେ ମଧ୍ୟ ଆରାମ ଅନୁଭବ ହୋଇଥାଏ।
୮. ଖାଲି ପେଟରେ ପ୍ରତିଦିନ ଅଁଳା ଖାଇଲେ ସ୍ମରଣ ଶକ୍ତି ଖୁବ୍ ପ୍ରଖର ହୋଇଥାଏ। କୌଣସି ବି ବୟସରେ ଏହାକୁ ଆପଣ ଖାଇପାରିବେ।

୯. ଅଁଳା ଚୂର୍ଣ୍ଣକୁ ମିଶ୍ରି ସହିତ ମିଶାଇ ଦିନକୁ ୪ଥର ଖାଇଲେ କାଶ ଠିକ୍ ହୋଇଯାଇଥାଏ। ୧ ଚାମଚ ଅଁଳା ଚୂର୍ଣ୍ଣକୁ ସକାଳେ ଏବଂ ସନ୍ଧ୍ୟାରେ ପାଣିରେ ମିଶାଇ ଖାଇଲେ ସବୁ ପ୍ରକାର କାଶରୁ ଆରାମ ମିଳିଥାଏ।
୧୦. ଅଧ କପ୍ ପାଣିରେ ୪ ଚାମଚ ଅଁଳା ଚୂର୍ଣ୍ଣ ପକାଇ ରାତିରେ ଭିଜାଇ ଦିଅନ୍ତୁ। ସକାଳୁ ଏହାକୁ ଛାଣି ୪ ଚୁଟ୍କି ହଳଦୀ ମିଶାଇ ପିଅନ୍ତୁ। ଏଥିରେ ସ୍ୱପ୍ନ ଦୋଷ ଠିକ୍ ହୋଇଯାଇଥାଏ।



