ଜୀବନଶୈଳୀ

୧୮ ବର୍ଷ ପୂର୍ବରୁ କୁମାରୀତ୍ୱ ହରାଉଛନ୍ତି ଅଧିକାଂଶ ଭାରତୀୟ, ସର୍ଭେରେ ହେଲା ଖୁଲାସା

ସମୟ ବଦଳିବା ସହ ଧୀରେ ଧୀରେ ଲୋକମାନଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହେଉଛି। ଲୋକମାନେ ଏବେ ନିଜ ପର୍ସନାଲ ଲାଇଫ୍‌ ବିଷୟରେ ବାହାରେ ସେୟାର କରିବାକୁ ଆଉ ଲାଜ କରୁନାହାନ୍ତି। ଖାସ୍‌ କରି ଶାରୀରିକ ସମ୍ପର୍କ ସମ୍ବନ୍ଧରେ ଏବେ ଲୋକମାନେ ଖୋଲାଖୋଲି କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ସେକ୍ସ ସର୍ଭେରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ମୁତାବକ, ୨୦୦୩ ମସିହା ତୁଳନାରେ ଲୋକମାନେ ବର୍ତ୍ତମାନ ନିଜ ପ୍ରଥମ ଶାରୀରିକ ସମ୍ପର୍କ ବିଷୟରେ ଅଧିକ ଖୋଲାଖୋଲି ଭାବେ କଥା ହେଉଛନ୍ତି।

୨୦୦୩ ମସିହାରେ ୧୮ରୁ ୨୬ ବର୍ଷ ବୟସରେ ମାତ୍ର ୮ ପ୍ରତିଶତ ଲୋକ ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ବେଳେ ୧୮ ବର୍ଷ ପୂର୍ବରୁ ମାତ୍ର ୬ ପ୍ରତିଶତ ଯୁବପିଢ଼ି ଏହାର ଅନୁଭବ କରିଥିବା ଜଣାଯାଇଥିଲା। ସେହିପରି ୨୭ରୁ ୪୦ ବର୍ଷ ବୟସରେ ୪୬ ପ୍ରତିଶତ ଲୋକ ପ୍ରଥମେ ସମ୍ଭୋଗ କରିଥିବା ସର୍ଭେରୁ ଜଣାପଡ଼ିଥିଲା। ଅନ୍ୟପଟେ ଅଧିକାଂଶ ଲୋକ ଏ ବିଷୟରେ ନିଜ ମତାମତ ଦେବାକୁ ମଧ୍ୟ ଉଚିତ ମନେ କରିନଥିଲେ।

ତେବେ ୨୦୧୩ ମସିହାରେ ଏହି ଅଙ୍କରେ କେତେକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ୨୦୦୩ରେ ୧୮ରୁ ୨୬ ବର୍ଷ ବୟସ ମଧ୍ୟରେ ୧୩ ପ୍ରତିଶତ ଲୋକ ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ସେହିପରି ୧୧ ପ୍ରତିଶତ ଲୋକ ୧୮ ବର୍ଷ ପୂର୍ବରୁ ପ୍ରଥମ ସମ୍ବନ୍ଧ ବନାଇଥିବା ସ୍ୱୀକାର କରିଥିଲେ।

୨୦୦୩ ଓ ୨୦୧୩ ମସିହା ତୁଳନାରେ ୨୦୧୯ର ସର୍ଭେ ରିପୋର୍ଟରେ ଯୁବପିଢ଼ିମାନେ ଅଧିକ ଖୋଲାଖୋଲି ଭାବେ ପ୍ରଥମ ସମ୍ପର୍କ ସମ୍ବନ୍ଧରେ ନିଜ ମତାମତ ରଖିଥିଲେ। ବର୍ତ୍ତମାନ ୧୮ ବର୍ଷ ପୂର୍ବରୁ ୩୩ ପ୍ରତିଶତ ଲୋକ ସେକ୍ସ କରିଥିବା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଇଣ୍ଡିଆ ଟୁଡେ ସେକ୍ସ ସର୍ଭେ ୨୩ ଜାନୁଆରୀ ୨୦୧୯ରୁ ୨୦ ଫେବୃଆରୀ ୨୦୧୯ ପର୍ଯ୍ୟନ୍ତ ୪,୦୨୮ ଲୋକଙ୍କ ମତ ଉପରେ ଆଧାରିତ। ଏଥିରେ ତିନିଟି ବୟସ ୧୪-୨୯, ୩୦-୪୯ ଓ ୫୦-୬୯ ବର୍ଷର ଲୋକଙ୍କ ମତାମତ ନିଆଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button