ଜୀବନଶୈଳୀ

ବିବାହ ପୂର୍ବରୁ ସ୍ୱାମୀଙ୍କୁ ନେଇ ସବୁ ଝିଅଙ୍କ ମନରେ ରହିଥାଏ ଏହିସବୁ ପ୍ରଶ୍ନ…

ବିବାହ କେବଳ ଦୁଇଟି ଶରୀରର ନୁହେଁ ଦୁଇଟି ହୃଦୟର ମଧ୍ୟ ମିଳନ ହୋଇଥାଏ। ବିବାହରେ ପୁଅ ଅପେକ୍ଷା ଝିଅମାନଙ୍କ ଜୀବନ ଅଧିକ ବଦଳିଯାଏ। ଝିଅଟିଏ ବାହାଘର ପରେ ଆଉ ଜଣଙ୍କ ଘରକୁ ଯାଇଥାଏ। ନିଜ ଘର ପରିବାର ଛାଡ଼ି ତାକୁ ଆଉ ଜଣଙ୍କ ଘରକୁ ଯିବାକୁ ପଡ଼ିଥାଏ। ଏଭଳିସ୍ଥିତିରେ ତା ମନରେ ନୂଆ ଘର ପରିବାରକୁ ନେଇ ବିଭିନ୍ନ ଆଶାଆଶଙ୍କା ରହିଥାଏ। ଖାସ୍‌ କରି ସ୍ୱାମୀଙ୍କୁ ନେଇ ଝିଅଟିଏ ଅଧିକ ଆଶାବାଦୀ ରହିଥାଏ। ଆସନ୍ତୁ ଜାଣିବା ବିବାହ ପୂର୍ବରୁ ସ୍ୱାମୀଙ୍କୁ ନେଇ ଝିଅଙ୍କ ମନରେ କେଉଁ ସବୁ ପ୍ରଶ୍ନ ରହିଥାଏ…

ପରିଚୟ ହଜିଯିବନି ତ:

ବିବାହ ପୂର୍ବରୁ ପ୍ରାୟତଃ ଝିଅମାନଙ୍କ ମନରେ ଏହି କଥା ରହିଥାଏ ଯେ ବିବାହ ପରେ ନିଜ ପରିଚୟ ହଜିଯିବନି ତ। ଆପଣଙ୍କ ମନରେ ବି ଯଦି ଏଭଳି ପ୍ରଶ୍ନ ରହିଛି ତେବେ ଏହାକୁ ସମ୍ପୂର୍ଣ୍ଣଭାବେ ମନରୁ ଦୂରେଇ ଦିଅନ୍ତୁ। ବିବାହ ପରେ ଆପଣଙ୍କ ପରିଚୟ ହଜିବନି ବରଂ ଆପଣଙ୍କୁ କେତେକ ନୂଆ ସମ୍ପର୍କ, ନାମ ଓ ପରିଚୟ ମିଳିବ। ଯଦି ଆପଣଙ୍କୁ ଶାଶୁଘରେ କେହି ପ୍ରକୃତ ନାମରେ ନ ଡାକି ଆଉ କିଛି ଡାକୁଛନ୍ତି, ତେବେ ସେ ଆପଣଙ୍କୁ ସ୍ନେହରେ ସେଭଳି ଡାକୁଛନ୍ତି, ଆପଣଙ୍କ ପରିଚୟ ବଦଳାଇବାକୁ ନୁହେଁ।

ରାଗିଗଲେ କିପରି ବୁଝାଇବି:

ନୂଆ ନୂଆ ସମ୍ପର୍କରେ ହସ ମଜା ଓ ଛୋଟ ଛୋଟ କଳିଝଗଡ଼ା ଏକ ସାଧାରଣ କଥା। ଏଭଳି ସ୍ଥିତିରେ ଯଦି ସାଥୀ ଆପଣଙ୍କ ଉପରେ ରାଗିଛନ୍ତି ତେବେ ତାଙ୍କୁ ବୁଝାଇବା ଦାୟିତ୍ୱ ମଧ୍ୟ ଆପଣଙ୍କର। ସାଥୀ ରାଗିଥିଲେ ତାଙ୍କୁ ପ୍ରେମପୂର୍ଣ୍ଣ କିଛି କଥା କହି ବୁଝାନ୍ତୁ। ଅଥବା ତାଙ୍କ ପ୍ରିୟ ଖାଦ୍ୟ ତିଆରି କରି ଖୁଆନ୍ତୁ। ଦେଖିବେ ସାଙ୍ଗେ ସାଙ୍ଗେ ସେ ରାଗ ଭୁଲିଯିବେ।

ଘରେ ଜାଣିଦେବେନି ତ:

ବିବାହ ପରେ ସବୁ ଝିଅଙ୍କ ମନରେ ଏହି ଡର ରହିଥାଏ ଯେ କାଳେ ଶାଶୁଘର ଲୋକ ତାଙ୍କ ବିରୋଧରେ ବାପ ଘରେ କିଛି ଅଭିଯୋଗ କରିଦେବେ। ଏଣୁ ସେମାନେ ଅଧିକ ଜଗି ରଖି କାମ କରିଥାନ୍ତି। ଖାସ୍‌ କରି ଶାଶୁ ଶ୍ୱଶୁରଙ୍କୁ କିଛି କହିବା ବେଳେ ସେମାନେ ଅଧିକ ସତର୍କତା ଅବଲମ୍ବନ କରିଥାନ୍ତି।

ବେଡ୍‌ ସେୟାର କରିବାକୁ ପଡ଼ିବନି ତ:

ବିବାହ ପରେ ସେୟାରିଂ ଏକ ଗୁରୁତ୍ୱପୂର୍ଣ୍ଣ କାମ, ଯାହାକୁ କରିବାକୁ କେହି ପସନ୍ଦ କରିନଥାନ୍ତି। ବାହାଘର ପରେ ଶାଶୁ ଘରେ ଆପଣଙ୍କୁ ସବୁ ଜିନିଷ ସେୟାର କରିବାକୁ ପଡ଼ିଥାଏ। ଖାସ୍‌ କରି ନିଜ ପ୍ରିୟ ବେଡ୍‌। ନିଜ ଘରେ ରାଣୀ ଭଳି ଗୋଟିଏ ଖଟକୁ ଅକ୍ତିଆର କରି ରଖିଥିବା ଝିଅକୁ ବିବାହ ପରେ ସ୍ୱାମୀଙ୍କ ସହ ଖଟ ସେୟାର କରିବାକୁ ପଡ଼ିଥାଏ। ତେବେ ଏହା ଏକ ସାଧାରଣ କଥା। ସାଥୀଙ୍କ ସହ ମନ ମିଶିଗଲେ ତାଙ୍କ ସହ କିଛି ବି ସେୟାର କରିବା ବେଳେ ଆପଣଙ୍କୁ ଦ୍ୱିତୀୟ ଥର ଭାବିବାକୁ ପଡ଼ିବନି।

ମୋ ନଖରା ଉଠାଇପାରିବେ ତ:

ବିବାହ ପରେ ସବୁ ଝିଅଙ୍କ ମନରେ ଗୋଟିଏ ଡର ରହିଥାଏ, ଶାଶୁ ଘରେ ଖାସ୍‌ କରି ସ୍ୱାମୀ ତାଙ୍କର ସବୁ ନଖରା ଉଠାଇପାରିବେ ନା ନାହିଁ। ବାପ ଘରେ ବାପା ଭାଇ ଝିଅଟିର ସବୁ ଇଚ୍ଛାକୁ କହିବା ପୂର୍ବରୁ ପୂରଣ କରିଦେଇଥାନ୍ତି, କିନ୍ତୁ ବାହାଘର ପରେ ଶାଶୁ ଘରେ ସେସବୁ କେହି ପୂରଣ କରିବେ କି ନାହିଁ ସେ ନେଇ ଝିଅଟିଏ ସନ୍ଦେହରେ ଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button